ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୪।୭: ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ମଙ୍ଗଳବାର ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପୂର୍ବଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି(ସୋମବାର)ରେ ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କୁ ବନକ ଲାଗି ନୀତି କରିବେ। ଏହି ନୀତି ସମୟରେ ଗୁଣ୍ଡିଚା ମନ୍ଦିରର ଦ୍ୱାର ବନ୍ଦ ସହ ୪ ଘଣ୍ଟା (୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ) ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରି ପଛ ଭୋଗ ମଣ୍ଡପ ନୀତି ସରିବା ପରେ ବନକ ଲାଗି ନୀତି ଆରମ୍ଭ ହେବ। ଭୋଗ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବେ। ପରେ ଆଡ଼ପ ମଣ୍ଡପକୁ ଉଠି ନୀତି ସମ୍ପାଦନ କରିବେ।

Share