ଐଶ୍ୱର୍ଯ୍ୟା ଭାବି ଏହି ଯୁବତୀଙ୍କ ଲୁକ୍‌ରେ ହଜିଯାଆନ୍ତି ଦର୍ଶକ

ମୁମ୍ବାଇ: ଆଜିର ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଅନେକ କିଛି ଭାଇରାଲ ହୋଇଥାଏ। ଏପରିକି ବଲିଉଡ୍‌ ଷ୍ଟାରଙ୍କ ପରି ସୋସିଆଲ ମିଡିଆର ୟୁଜରମାନେ ମଧ୍ୟ ସେମାନଙ୍କ ପ୍ରତିଭା ଦେଖାଇଥାନ୍ତି। ଏବେ ଜଣେ ଯୁବତୀଙ୍କ ଲୁକ୍‌ ଅବିକଳ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି। ଆପଣ ଦେଖିଲେ ବି ଦ୍ୱନ୍ଦ୍ୱରେ ପଡ଼ିବେ।

 

ଆଶିତା ସିଂ ନାମକ ଏହି ଯୁବତୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯିଏ କି ଐଶ୍ୱର୍ଯ୍ୟାଙ୍କ ଗୀତରେ ଭିଡିଓ ପ୍ରସ୍ତୁତ କରନ୍ତି। କିନ୍ତୁ ଯେତେବେଳେ ପ୍ରଶଂସକମାନେ ତାଙ୍କ ଲୁକ୍‌ ଦେଖନ୍ତି, ସେମାନେ ଆଉ ନଜର ହଟାନ୍ତି ନାହିଁ। ଆଶିତାଙ୍କୁ ତାଙ୍କ ପ୍ରଶଂସକମାନେ ଛୋଟ ଐଶ୍ୱର୍ଯ୍ୟା ବୋଲି ଡାକିଥାନ୍ତି।

ଆଶିତା ତାଙ୍କ ବାୟୋରେ ଲେଖିଛନ୍ତି ସେ ଜଣେ କଳାକାର। ସୋସିଆଲ ମିଡିଆରେ ତାଙ୍କର ପାଖାପାଖି ୨ ଲକ୍ଷ ୫୩ ହଜାର ଫଲୋଅର୍ସ ଅଛନ୍ତି। ତାଙ୍କର ଡ୍ୟାନ୍ସ ଭିଡିଓ ହେଉ କିମ୍ବା ଐଶ୍ୱର୍ଯ୍ୟାଙ୍କ ପରି ଲୁକ୍‌ ହେଉ। ଲୋକମାନେ ସୋସିଆଲ ମିଡିଆରେ ତାଙ୍କ ସୌନ୍ଦର୍ଯ୍ୟରେ ହଜିଯାଆନ୍ତି। କେବଳ ଆସିତା ନୁହେଁ, ଅଭିନେତ୍ରୀ ସ୍ନେହା ଉଲାଲ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ପରି ସୁନ୍ଦର ଅଟନ୍ତି।

Share