ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ ୧୭ କିଲୋମିଟର। ଏଠାକୁ ଟ୍ରେନ୍‌ ଓ ବସ୍‌ ସୁବିଧା ରହିଥିବାବେଳେ ସେଠାରୁ ସିଟିବସ୍‌, କାର, ଅଟୋରିକ୍ସାରେ ହୀରାକୁଦ ଯାଇହୁଏ। ପର୍ଯ୍ୟଟକମାନେ ହୀରାକୁଦର ଡ୍ୟାମ ସଂଲଗ୍ନ ଆକର୍ଷଣୀୟ ସୌନ୍ଦର୍ଯ୍ୟକୁ ଉପଭୋଗ ସହ ପାଦଦେଶରେ ଥିବା ମନଲୋଭା ନେହେରୁ ଉଦ୍ୟାନ ବୁଲିପାରିବେ। ନେହେରୁ ଉଦ୍ୟାନରୁ ରୋପ୍‌ୱେରେ ଗାନ୍ଧୀ ମିନାରରେ ପହଞ୍ଚତ୍ ପାରିବେ। ଗାନ୍ଧୀ ମିନାରରୁ ପର୍ଯ୍ୟଟକମାନେ ହୀରାକୁଦ ଜଳରାଶିର ଦୃଶ୍ୟ ଦେଖିବା ସହ ମହାନଦୀର ପ୍ରବାହିତ ଦିଗ ବିଷୟରେ ଜାଣିପାରିବେ।

Share
Tags: hirakuda dam