Posted inଫୁରସତ

୨,୨୫୩ ଶବ୍ଦର ସବୁଠୁ ଲମ୍ବା ନାଁ

ଅକ୍‌ଲାଣ୍ଡ: ସବୁଠୁ ଲମ୍ବା ନଁାର ରେକର୍ଡ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ ନିବାସୀ ଲରେନ୍ସ ୱାଟ୍‌କିନ୍ସଙ୍କ ନାମରେ ରହିଛି। ତାଙ୍କ ନାମରେ ୨,୨୫୩ ଶବ୍ଦ ଥିବାରୁ ୧୯୯୦ ମାର୍ଚ୍ଚରେ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଥିଲା। ସେତେବେଳେ ତାଙ୍କ ବୟସ ୨୪ ବର୍ଷ ଥିଲା। ବିଶ୍ୱର ସବୁଠାରୁ ଲମ୍ବା ନଁାର ରେକର୍ଡ ଲରେନ୍ସଙ୍କ ନାମରେ ରହିଥିବା ନେଇ କିଛିଦିନ ତଳେ ଜିଡବ୍ଲ୍ୟୁଆର୍‌ ପକ୍ଷରୁ ଓ୍ବେବ୍‌ସାଇଟରେ ଅପ୍‌ଡେଟ୍‌ ଦିଆଯାଇଥିଲା। ଏହାପରେ ଲରେନ୍ସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
ଲରେନ୍ସଙ୍କ ଜନ୍ମ ସମୟର ନାମ ‘ଲରେନ୍ସ ଗ୍ରେଗୋରୀ ୱାଟ୍‌କିନ୍ସ’ ଥିଲା। ୧୯୮୯ରେ ସେ ତାଙ୍କ ନାମକୁ ଏକ ବଡ଼ ନାମରେ ପରିବର୍ତ୍ତନ କରି ଜିଡବ୍ଲ୍ୟୁଆର୍‌ ରେକର୍ଡ ହାତେଇବା ପାଇଁ ସ୍ଥିର କରିଥିଲେ।
ସେତେବେଳେ ନ୍ୟୁଜିଲାଣ୍ଡରେ ନାମର ଲମ୍ବ ଉପରେ କୌଣସି ପ୍ରତିବନ୍ଧକ ନ ଥିଲା। ଲରେନ୍ସ ସେତେବେଳେ ସିଟି ଲାଇବ୍ରେରିରେ କାର୍ଯ୍ୟ କରୁଥିବାରୁ ନିଜର ଲମ୍ବା ନାମ ପାଇଁ ସେ ପୁସ୍ତକରୁ ଖୋଜି ବିଭିନ୍ନ ଶବ୍ଦ ବାଛିଥିଲେ। ଏଥିପାଇଁ ସେ ତାଙ୍କ ସହକର୍ମୀଙ୍କଠାରୁ ମଧ୍ୟ ପରାମର୍ଶ ଲୋଡ଼ିଥିଲେ। ସେ ତାଙ୍କ ନାମରେ ସମସ୍ତ ୨,୨୫୩ ଶବ୍ଦକୁ ବର୍ଣ୍ଣାନୁକ୍ରମିକ ଭାବେ ସଜାଇଥିଲେ। ତାଙ୍କ ନାମରେ ଇଂଲିଶର ‘A’ଠାରୁ ‘Z’ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଣ୍ଣମାଳାର ଶବ୍ଦ ରହିଛି।
ପରିବର୍ତ୍ତନ କରିବା ଲରେନ୍ସଙ୍କ ପାଇଁ ସହଜ ନ ଥିଲା। ତାଙ୍କ ନାମ ପରିବର୍ତ୍ତନ ଆବେଦନକୁ ଜିଲା କୋର୍ଟ ମଞ୍ଜୁର କରିଥିଲେ। ତେବେ ଯେତେବେଳେ ଲରେନ୍ସ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ଅପ୍‌ଡେଟ୍‌ କରିବାକୁ ଯାଇଥିଲେ, ତାଙ୍କର ଲମ୍ବା ନାମକୁ ଦେଖି ସେଠାକାର କିରାଣି ଚକିତ ହୋଇଯାଇଥିଲେ। ଏତେ ସଂଖ୍ୟାରେ ଶବ୍ଦ ଥିବା ନାମକୁ ଦେଖି ଡ୍ରାଇଭିଂ ଲାଇସେନ୍ସ ଅପଡେଟ୍‌ କରିବା ପାଇଁ ଲରେନ୍ସ କରିଥିବା ଆବେଦନକୁ ରେଜିଷ୍ଟ୍ରାର ଜେନେରାଲ ଖାରଜ୍‌ କରିଦେଇଥିଲେ। ଲରେନ୍ସ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ, ଯେଉଁଠାରେ ତାଙ୍କ ସପକ୍ଷରେ ରାୟ ଆସିଥିଲା। ତେବେ ଲରେନ୍ସଙ୍କ ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ସରକାର ଦେଶରେ ଥିବା ଆଇନକୁ ପରିବର୍ତ୍ତନ କରିଥିଲେ। କୌଣସି ବ୍ୟକ୍ତିଙ୍କ ନାମକୁ ୭୦ ଅକ୍ଷର ମଧ୍ୟରେ ସୀମିତ ରଖିବାକୁ ନ୍ୟୁଜିଲାଣ୍ଡରେ ଆଇନ ଆସିଥିଲା। ଏହାଫଳରେ ଲମ୍ବା ନଁାକୁ ନେଇ ଲରେନ୍ସଙ୍କ ଏହି ଅନନ୍ୟ ରେକର୍ଡକୁ ନ୍ୟୁଜିଲାଣ୍ଡର ଆଉ କେହି ଭାଙ୍ଗି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ସମ୍ପ୍ରତି ୬୦ ବର୍ଷୀୟ ଲରେନ୍ସ ଅଷ୍ଟ୍ରେଲିଆର ସିଡ୍‌ନୀରେ ରୁହନ୍ତି। ତାଙ୍କର ପୂରା ନାମ ଏତେ ଲମ୍ବା ଯେ, ତାହାକୁ ଉଚ୍ଚାରଣ କରିବାକୁ ପ୍ରାୟ ୨୦ ମିନିଟ୍‌ ସମୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri