Posted inଫୁରସତ

୨,୨୫୩ ଶବ୍ଦର ସବୁଠୁ ଲମ୍ବା ନାଁ

ଅକ୍‌ଲାଣ୍ଡ: ସବୁଠୁ ଲମ୍ବା ନଁାର ରେକର୍ଡ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ ନିବାସୀ ଲରେନ୍ସ ୱାଟ୍‌କିନ୍ସଙ୍କ ନାମରେ ରହିଛି। ତାଙ୍କ ନାମରେ ୨,୨୫୩ ଶବ୍ଦ ଥିବାରୁ ୧୯୯୦ ମାର୍ଚ୍ଚରେ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଥିଲା। ସେତେବେଳେ ତାଙ୍କ ବୟସ ୨୪ ବର୍ଷ ଥିଲା। ବିଶ୍ୱର ସବୁଠାରୁ ଲମ୍ବା ନଁାର ରେକର୍ଡ ଲରେନ୍ସଙ୍କ ନାମରେ ରହିଥିବା ନେଇ କିଛିଦିନ ତଳେ ଜିଡବ୍ଲ୍ୟୁଆର୍‌ ପକ୍ଷରୁ ଓ୍ବେବ୍‌ସାଇଟରେ ଅପ୍‌ଡେଟ୍‌ ଦିଆଯାଇଥିଲା। ଏହାପରେ ଲରେନ୍ସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
ଲରେନ୍ସଙ୍କ ଜନ୍ମ ସମୟର ନାମ ‘ଲରେନ୍ସ ଗ୍ରେଗୋରୀ ୱାଟ୍‌କିନ୍ସ’ ଥିଲା। ୧୯୮୯ରେ ସେ ତାଙ୍କ ନାମକୁ ଏକ ବଡ଼ ନାମରେ ପରିବର୍ତ୍ତନ କରି ଜିଡବ୍ଲ୍ୟୁଆର୍‌ ରେକର୍ଡ ହାତେଇବା ପାଇଁ ସ୍ଥିର କରିଥିଲେ।
ସେତେବେଳେ ନ୍ୟୁଜିଲାଣ୍ଡରେ ନାମର ଲମ୍ବ ଉପରେ କୌଣସି ପ୍ରତିବନ୍ଧକ ନ ଥିଲା। ଲରେନ୍ସ ସେତେବେଳେ ସିଟି ଲାଇବ୍ରେରିରେ କାର୍ଯ୍ୟ କରୁଥିବାରୁ ନିଜର ଲମ୍ବା ନାମ ପାଇଁ ସେ ପୁସ୍ତକରୁ ଖୋଜି ବିଭିନ୍ନ ଶବ୍ଦ ବାଛିଥିଲେ। ଏଥିପାଇଁ ସେ ତାଙ୍କ ସହକର୍ମୀଙ୍କଠାରୁ ମଧ୍ୟ ପରାମର୍ଶ ଲୋଡ଼ିଥିଲେ। ସେ ତାଙ୍କ ନାମରେ ସମସ୍ତ ୨,୨୫୩ ଶବ୍ଦକୁ ବର୍ଣ୍ଣାନୁକ୍ରମିକ ଭାବେ ସଜାଇଥିଲେ। ତାଙ୍କ ନାମରେ ଇଂଲିଶର ‘A’ଠାରୁ ‘Z’ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଣ୍ଣମାଳାର ଶବ୍ଦ ରହିଛି।
ପରିବର୍ତ୍ତନ କରିବା ଲରେନ୍ସଙ୍କ ପାଇଁ ସହଜ ନ ଥିଲା। ତାଙ୍କ ନାମ ପରିବର୍ତ୍ତନ ଆବେଦନକୁ ଜିଲା କୋର୍ଟ ମଞ୍ଜୁର କରିଥିଲେ। ତେବେ ଯେତେବେଳେ ଲରେନ୍ସ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ଅପ୍‌ଡେଟ୍‌ କରିବାକୁ ଯାଇଥିଲେ, ତାଙ୍କର ଲମ୍ବା ନାମକୁ ଦେଖି ସେଠାକାର କିରାଣି ଚକିତ ହୋଇଯାଇଥିଲେ। ଏତେ ସଂଖ୍ୟାରେ ଶବ୍ଦ ଥିବା ନାମକୁ ଦେଖି ଡ୍ରାଇଭିଂ ଲାଇସେନ୍ସ ଅପଡେଟ୍‌ କରିବା ପାଇଁ ଲରେନ୍ସ କରିଥିବା ଆବେଦନକୁ ରେଜିଷ୍ଟ୍ରାର ଜେନେରାଲ ଖାରଜ୍‌ କରିଦେଇଥିଲେ। ଲରେନ୍ସ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ, ଯେଉଁଠାରେ ତାଙ୍କ ସପକ୍ଷରେ ରାୟ ଆସିଥିଲା। ତେବେ ଲରେନ୍ସଙ୍କ ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ସରକାର ଦେଶରେ ଥିବା ଆଇନକୁ ପରିବର୍ତ୍ତନ କରିଥିଲେ। କୌଣସି ବ୍ୟକ୍ତିଙ୍କ ନାମକୁ ୭୦ ଅକ୍ଷର ମଧ୍ୟରେ ସୀମିତ ରଖିବାକୁ ନ୍ୟୁଜିଲାଣ୍ଡରେ ଆଇନ ଆସିଥିଲା। ଏହାଫଳରେ ଲମ୍ବା ନଁାକୁ ନେଇ ଲରେନ୍ସଙ୍କ ଏହି ଅନନ୍ୟ ରେକର୍ଡକୁ ନ୍ୟୁଜିଲାଣ୍ଡର ଆଉ କେହି ଭାଙ୍ଗି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ସମ୍ପ୍ରତି ୬୦ ବର୍ଷୀୟ ଲରେନ୍ସ ଅଷ୍ଟ୍ରେଲିଆର ସିଡ୍‌ନୀରେ ରୁହନ୍ତି। ତାଙ୍କର ପୂରା ନାମ ଏତେ ଲମ୍ବା ଯେ, ତାହାକୁ ଉଚ୍ଚାରଣ କରିବାକୁ ପ୍ରାୟ ୨୦ ମିନିଟ୍‌ ସମୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri