ବାଜିରେ ଲାଗୁଛି ପକ୍ଷୀଙ୍କ ଜୀବନ

ମହାକାଳପଡା, ୨୫।୧(ଡି.ଏନ.ଏ.) : ପକ୍ଷୀପଶୁଙ୍କୁ ନିର୍ଯାତନା ଦେବା, ବଳପୂର୍ବକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ଲଢେଇ କରିବା ଏହା ଧର୍ତ୍ତବ୍ୟ ଅପରାଧ। ଜୀବେ ନିଷ୍ଠୁରତା ନିବାରଣ ଆଇନ ୧୯୬୦କୁ କାର୍ଯ୍ୟକାରୀ କରାଯାଇଛି। ଏହାସତ୍ତ୍ୱେ ପକ୍ଷୀପଶୁଙ୍କୁ ନେଇ ବିଭିନ୍ନ ସ୍ଥାନରେ ପର୍ବପର୍ବାଣି, ଉତ୍ସବ ହେଉଥିବା ଜାଗାରେ ପାରମ୍ପରିକ ବଳପୂର୍ବକ ଲଢେଇରେ ନିୟୋଜିତ କରାଯାଉଛି। ଏହି ଲଢେଇରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ବର୍ଷେ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ଅଦ୍ୟାବଧି ବହୁ ବ୍ୟକ୍ତି ଏହି ବେଆଇନ ଲଢେଇରେ ଅର୍ଥ ବାଜି ଲଗାଉଛନ୍ତି। ଯାହାକି ଜୁଆ ଖେଳରେ ଅନ୍ତର୍ଭୁକ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ଉପକୂଳ ବଙ୍ଗ ଭାଷାଭାଷି ଅଞ୍ଚଳରେ ପ୍ରଥାମାଷ୍ଟମୀଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ସପ୍ତାହର ରବିବାର କୁକୁଡା ଲଢେଇ ଆୟୋଜନ କରାଯାଇଥାଏ। ଏହା ମୁଖ୍ୟତଃ ନିକାଞ୍ଚନ ସ୍ଥାନରେ ହେଉଛି। ଏହି ଲଢେଇରେ ଦୁଇଟି ଅଣ୍ଡିରା କୁକୁଡା(ଗଞ୍ଜା)ଙ୍କ ଗୋଡରେ ୩ ଇଞ୍ଚତ୍ଆ ଧାରୁଆ ଅସ୍ତ୍ର ବା ଛୁରିକୁ ବାନ୍ଧି ଦିଆଯାଇଥାଏ। ପରେ ଦୁଇ ଲଢୁଆ ଗଞ୍ଜାକୁ ଲଢେଇ ଖଳାରେ ଛାଡି ଦିଆଯାଇଥାଏ। ଏହି ସମୟରେ ବୁଦ୍ଧିମାନ ଗଞ୍ଜା ସାଥୀକୁ ଛୁରି ବିଦ୍ଧ କରି ଖଳାରେ ଧରାଶାୟୀ କରିଥାଏ। ବିଜୟ ହୋଇଥିବା ମାଲିକ ପରାସ୍ତ ଗଞ୍ଜାକୁ ନେଇଥାନ୍ତି। ଏହି ବିଜୟକୁ ଫାଡୁ କୁହାଯାଏ। ଏହି ବେଆଇନ ପକ୍ଷୀ ଲଢ଼େଇ ବ୍ଲକର ଜମ୍ବୁ, ବଉଳକଣୀ, ବାରନମ୍ବର, ବାଘୁଆମେଦ, ଲୁଣି ମାଠିଆ, ସୁନିତି ସର୍ଦ୍ଧାର ଫିଲ୍ଡ ,ପାଣିଖିଆ ଆଦି ଅଞ୍ଚଳରେ ଲଢେଇ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଓ ଲଢେଇରେ ଟଙ୍କା ବାଜି ଲଗାଇବାକୁ ଜିଲା ବାହାରୁ ଲୋକ ଆସୁଥିବା ଦେଖିବାକୁ ମିଳୁଛି। ଏହାକୁ ବନ୍ଦ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri