ସ୍ତ୍ରୀ ତାଲିକା ଲମ୍ବିଲା

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ସମ୍ପତ୍ତି ହାତେଇବା ପାଇଁ ବିଭିନ୍ନ ରାଜ୍ୟର ଏକାଧିକ ମହିଳାଙ୍କୁ ବିବାହ କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ କଳାକାର୍‌ନାମା ପଦାକୁ ଆସୁଛି। ପ୍ରଥମେ ୧୪ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଥିବାବେଳେ ଏବେ ସେହି ତାଲିକାରେ ଆଉ ୩ଜଣ ଯୋଡ଼ି ହୋଇଛନ୍ତି। ଫଳରେ ରମେଶଙ୍କ ସ୍ତ୍ରୀ ସଂଖ୍ୟା ୧୭ରେ ପହଞ୍ଚତ୍ଛି। ଗତ ୩ମାସ ତଳେ ସେ ଶେଷ ବିବାହ କରିଥିବା ତଦନ୍ତରୁ ଜଣାପଡ଼ିଛି। ୬୪ ବର୍ଷୀୟ ରମେଶଙ୍କୁ ସୋମବାର କମିଶନରେଟ ପୋଲିସ ଭୁବନେଶ୍ୱରରୁ ଗିରଫ କରିବା ସହ ତାଙ୍କ କାର୍‌ନାମାର ପର୍ଦ୍ଦାଫାଶ କରିଥିଲା। ଗଣମାଧ୍ୟମରୁ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ଦ୍ୱାରା ପ୍ରତାରିତ ଓଡ଼ିଶା, ଆସାମ ଏବଂ ଛତିଶଗଡ଼ର ଅନ୍ୟ ୩ ମହିଳା ବୁଧବାର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଛତିଶଗଡ଼ର ଅଭିଯୋଗକାରିଣୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବାବେଳେ ଆସାମ ଗୁଆହାଟୀର ମହିଳା ପେସାରେ ଜଣେ ଡାକ୍ତର। ସେହିପରି ଓଡ଼ିଶାର ମହିଳା ଜଣକ ମଧ୍ୟ ଉଚ୍ଚଶିକ୍ଷିତ।
ଅନ୍ୟପକ୍ଷରେ ଅଭିଯୁକ୍ତ ରମେଶ କେବଳ ବିବାହ କରି ପ୍ରତାରଣା କରୁ ନ ଥିଲେ, ବରଂ ସେ ଏକ ଚାକିରି ଓ ଉଚ୍ଚଶିକ୍ଷାରେ ନାମ ଲେଖାଇବା ର଼୍ୟାକେଟ ମଧ୍ୟ ଚଳାଇଥିଲେ। ଏମ୍‌ବିବିଏସ୍‌ ପାଠ ପଢ଼ାଇବା ପାଇଁ ସେ ଜଗତ୍‌ସିଂପୁରର ଜଣେ ବ୍ୟକ୍ତିଙ୍କଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ସେହିପରି ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଗତବର୍ଷ ଅକ୍ଟୋବରରୁ ରମେଶ ନକଲି ପରିଚୟ ଦେଇ ଏକ ଘର ଭଡ଼ା ନେଇଥିଲେ। ହେଲେ ଭଡ଼ା ଦେଇ ନ ଥିବା ନେଇ ଘରମାଲିକ ମଧ୍ୟ ଥାନାରେ ଅଭିଯୋଗ ଆଣିଛନ୍ତି। ଏହିପରି ସେ ଏକାଧିକ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି।
ସେପଟେ ରମେଶଙ୍କ ମୋବାଇଲ ଯାଞ୍ଚ କରିବାରୁ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ସେ ୧୦ରୁ ଅଧିକ ଯୁବତୀଙ୍କ ସହ ଫୋନ୍‌ରେ କଥା ହେଉଥିଲେ, ଚାଟ୍‌ ଓ ଭିଡିଓ କଲିଂ ବି କରୁଥିବା ଜଣାପଡ଼ିଛି। ତେବେ ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ତଥ୍ୟ ଯାଞ୍ଚ କରୁଛି। ତାଙ୍କୁ ୭ ଦିନ ରିମାଣ୍ଡରେ
ଆଣିବାକୁ ଆବେଦନ କରିଛି। ରିମାଣ୍ଡରେ ଆସିବା ପରେ ଆହୁରି ଏପରି ଅନେକ ଗୋପନ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି। ଅଭିଯୁକ୍ତ ରମେଶଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏଥିରେ ମହିଳା ଥାନା ଆଇଆଇସି, ୨ଜଣ ଏସ୍‌ଆଇ ଏବଂ ଜଣେ ଏନ୍‌ଜିଓର କାଉନ୍‌ସେଲର ରହୁଛନ୍ତି। ଏଥିସହିତ ଅଭିଯୁକ୍ତଙ୍କ ଫୋନ୍‌କୁ ଫରେନ୍ସିକ ଲାବ୍‌କୁ ପଠାଯିବା ସହ ତାଙ୍କର ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଥିବା ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ରମେଶ ବିବାହ କରିଥିବା ସମସ୍ତ ମହିଳାଙ୍କୁ ଆମେ ଯୋଗାଯୋଗ କରିବୁ। ଏହି ଘଟଣାର ଦୁଇଟି ପ୍ରମୁଖ ଦିଗ ରହିଛି। ଗୋଟିଏ ହେଲା ମହିଳା ସମ୍ବନ୍ଧୀୟ ଦଫା ଓ ଅନ୍ୟଟି ଆର୍ଥିକ କାରବାର ଠକେଇ। ଅତ୍ୟନ୍ତ ସମ୍ବେଦନଶୀଳତାର ସହ ଏସବୁର ତଦନ୍ତ କରାଯିବ। ଅଭିଯୁକ୍ତ ଜଣକ ଯେପରି ସର୍ବୋଚ୍ଚ ଦଣ୍ଡ ପାଇପାରିବେ ଆମ ପକ୍ଷରୁ ଚେଷ୍ଟା କରାଯିବ ବୋଲି ଡିସିପି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ୍‌ ସାଇଟ୍‌ ଏବଂ ସୋସିଆଲ୍‌ ମିଡିଆରୁ ଉଚ୍ଚଶିକ୍ଷିତା ମହିଳାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଫସାଇ ବିବାହ କରୁଥିଲେ। ବିଶେଷକରି ଏକୁଟିଆ ରହୁଥିବା ମଧ୍ୟ ବୟସ୍କା ମହିଳାଙ୍କୁ ସେ ଟାର୍ଗେଟ କରୁଥିଲେ। ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଓ ଜାଲ୍‌ ପ୍ରମାଣପତ୍ର ଦେଇ ବିବାହ କରିବା ପରେ ସମୟ ସୁବିଧା ଦେଖି ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ରମେଶଙ୍କୁ ଗିରଫ ପାଇଁ କମିଶନରେଟ ପୋଲିସ ସେବେଠାରୁ ଉଦ୍ୟମ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri