ସ୍ତ୍ରୀ ତାଲିକା ଲମ୍ବିଲା

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ସମ୍ପତ୍ତି ହାତେଇବା ପାଇଁ ବିଭିନ୍ନ ରାଜ୍ୟର ଏକାଧିକ ମହିଳାଙ୍କୁ ବିବାହ କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ କଳାକାର୍‌ନାମା ପଦାକୁ ଆସୁଛି। ପ୍ରଥମେ ୧୪ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଥିବାବେଳେ ଏବେ ସେହି ତାଲିକାରେ ଆଉ ୩ଜଣ ଯୋଡ଼ି ହୋଇଛନ୍ତି। ଫଳରେ ରମେଶଙ୍କ ସ୍ତ୍ରୀ ସଂଖ୍ୟା ୧୭ରେ ପହଞ୍ଚତ୍ଛି। ଗତ ୩ମାସ ତଳେ ସେ ଶେଷ ବିବାହ କରିଥିବା ତଦନ୍ତରୁ ଜଣାପଡ଼ିଛି। ୬୪ ବର୍ଷୀୟ ରମେଶଙ୍କୁ ସୋମବାର କମିଶନରେଟ ପୋଲିସ ଭୁବନେଶ୍ୱରରୁ ଗିରଫ କରିବା ସହ ତାଙ୍କ କାର୍‌ନାମାର ପର୍ଦ୍ଦାଫାଶ କରିଥିଲା। ଗଣମାଧ୍ୟମରୁ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ଦ୍ୱାରା ପ୍ରତାରିତ ଓଡ଼ିଶା, ଆସାମ ଏବଂ ଛତିଶଗଡ଼ର ଅନ୍ୟ ୩ ମହିଳା ବୁଧବାର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଛତିଶଗଡ଼ର ଅଭିଯୋଗକାରିଣୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବାବେଳେ ଆସାମ ଗୁଆହାଟୀର ମହିଳା ପେସାରେ ଜଣେ ଡାକ୍ତର। ସେହିପରି ଓଡ଼ିଶାର ମହିଳା ଜଣକ ମଧ୍ୟ ଉଚ୍ଚଶିକ୍ଷିତ।
ଅନ୍ୟପକ୍ଷରେ ଅଭିଯୁକ୍ତ ରମେଶ କେବଳ ବିବାହ କରି ପ୍ରତାରଣା କରୁ ନ ଥିଲେ, ବରଂ ସେ ଏକ ଚାକିରି ଓ ଉଚ୍ଚଶିକ୍ଷାରେ ନାମ ଲେଖାଇବା ର଼୍ୟାକେଟ ମଧ୍ୟ ଚଳାଇଥିଲେ। ଏମ୍‌ବିବିଏସ୍‌ ପାଠ ପଢ଼ାଇବା ପାଇଁ ସେ ଜଗତ୍‌ସିଂପୁରର ଜଣେ ବ୍ୟକ୍ତିଙ୍କଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ସେହିପରି ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଗତବର୍ଷ ଅକ୍ଟୋବରରୁ ରମେଶ ନକଲି ପରିଚୟ ଦେଇ ଏକ ଘର ଭଡ଼ା ନେଇଥିଲେ। ହେଲେ ଭଡ଼ା ଦେଇ ନ ଥିବା ନେଇ ଘରମାଲିକ ମଧ୍ୟ ଥାନାରେ ଅଭିଯୋଗ ଆଣିଛନ୍ତି। ଏହିପରି ସେ ଏକାଧିକ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି।
ସେପଟେ ରମେଶଙ୍କ ମୋବାଇଲ ଯାଞ୍ଚ କରିବାରୁ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ସେ ୧୦ରୁ ଅଧିକ ଯୁବତୀଙ୍କ ସହ ଫୋନ୍‌ରେ କଥା ହେଉଥିଲେ, ଚାଟ୍‌ ଓ ଭିଡିଓ କଲିଂ ବି କରୁଥିବା ଜଣାପଡ଼ିଛି। ତେବେ ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ତଥ୍ୟ ଯାଞ୍ଚ କରୁଛି। ତାଙ୍କୁ ୭ ଦିନ ରିମାଣ୍ଡରେ
ଆଣିବାକୁ ଆବେଦନ କରିଛି। ରିମାଣ୍ଡରେ ଆସିବା ପରେ ଆହୁରି ଏପରି ଅନେକ ଗୋପନ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି। ଅଭିଯୁକ୍ତ ରମେଶଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏଥିରେ ମହିଳା ଥାନା ଆଇଆଇସି, ୨ଜଣ ଏସ୍‌ଆଇ ଏବଂ ଜଣେ ଏନ୍‌ଜିଓର କାଉନ୍‌ସେଲର ରହୁଛନ୍ତି। ଏଥିସହିତ ଅଭିଯୁକ୍ତଙ୍କ ଫୋନ୍‌କୁ ଫରେନ୍ସିକ ଲାବ୍‌କୁ ପଠାଯିବା ସହ ତାଙ୍କର ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଥିବା ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ରମେଶ ବିବାହ କରିଥିବା ସମସ୍ତ ମହିଳାଙ୍କୁ ଆମେ ଯୋଗାଯୋଗ କରିବୁ। ଏହି ଘଟଣାର ଦୁଇଟି ପ୍ରମୁଖ ଦିଗ ରହିଛି। ଗୋଟିଏ ହେଲା ମହିଳା ସମ୍ବନ୍ଧୀୟ ଦଫା ଓ ଅନ୍ୟଟି ଆର୍ଥିକ କାରବାର ଠକେଇ। ଅତ୍ୟନ୍ତ ସମ୍ବେଦନଶୀଳତାର ସହ ଏସବୁର ତଦନ୍ତ କରାଯିବ। ଅଭିଯୁକ୍ତ ଜଣକ ଯେପରି ସର୍ବୋଚ୍ଚ ଦଣ୍ଡ ପାଇପାରିବେ ଆମ ପକ୍ଷରୁ ଚେଷ୍ଟା କରାଯିବ ବୋଲି ଡିସିପି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ୍‌ ସାଇଟ୍‌ ଏବଂ ସୋସିଆଲ୍‌ ମିଡିଆରୁ ଉଚ୍ଚଶିକ୍ଷିତା ମହିଳାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଫସାଇ ବିବାହ କରୁଥିଲେ। ବିଶେଷକରି ଏକୁଟିଆ ରହୁଥିବା ମଧ୍ୟ ବୟସ୍କା ମହିଳାଙ୍କୁ ସେ ଟାର୍ଗେଟ କରୁଥିଲେ। ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଓ ଜାଲ୍‌ ପ୍ରମାଣପତ୍ର ଦେଇ ବିବାହ କରିବା ପରେ ସମୟ ସୁବିଧା ଦେଖି ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ରମେଶଙ୍କୁ ଗିରଫ ପାଇଁ କମିଶନରେଟ ପୋଲିସ ସେବେଠାରୁ ଉଦ୍ୟମ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri