ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.)

ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩ ଦିନ ବାକି। ହେଲେ ୨୧ ଓ୍ବାର୍ଡବିଶିଷ୍ଟ ତାଳଚେର ପୌର ପରିଷଦ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏପରି କି ଅଧ୍ୟକ୍ଷ ପଦ ଅଳଙ୍କୃତ ପାଇଁ କାହାକୁ ଦଳୀୟ ଟିକେଟ୍‌ ଦିଆଯିବ, ତାହା ମଧ୍ୟ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ। ଫଳରେ ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି, ଆଶାୟୀଙ୍କ ତାଲିକା ସେତିକି ଲମ୍ବି ଲମ୍ବି ଚାଲିଛି।
ତାଳଚେର ପୌର ପରିଷଦର ୨୧ଟି ଓ୍ବାର୍ଡରେ ମୋଟ୍‌ ୨୮ ହଜାର ୪୮୧ ଭୋଟର ଅଛନ୍ତି। ସେଥିରୁ ୧୪ ହଜାର ୫୯୪ ହେଉଛନ୍ତି ପୁରୁଷ ଭୋଟର ଓ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧୩ ହଜାର ୮୮୬। ମତଦାନ ପାଇଁ ଓ୍ବାର୍ଡଗୁଡ଼ିକରେ ମୋଟ ୩୨ଟି ବୁଥ୍‌ କରାଯିବ। କେତେ ପୋଲିଂ ଓ ପ୍ରିଜାଇଡିଂ ଅଫିସର ରହିବେ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ସମୟ ଆରମ୍ଭ ହୋଇଥିବାବେଳେ ଏହା ୭ ତାରିଖରେ ଶେଷ ହେବାକୁ ଯାଉଛି। କିନ୍ତୁ କେଉଁ ଓ୍ବାର୍ଡରୁ କିଏ ଲଢ଼ିବେ ଓ କାହାକୁ ଅଧ୍ୟକ୍ଷ ପ୍ରାର୍ଥୀ କରାଯିବ, ତାହା ବିଜେଡି, ଭାଜପା କି କଂଗ୍ରେସ ପକ୍ଷରୁ ଏଯାଏ ଘୋଷଣା କରାଯାଇ ନାହିଁ। ବିଶେଷକରି ପ୍ରଥମ ଥର ପାଇଁ ପୌର ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ୩ ଦଳରେ ଏଥିପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ୨୦୦୮ରେ ଭାଜପା ଏଠାରେ ପୌର ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। ୨୦୧୩ରେ ବିଜେଡି ପୌର ନିର୍ବାଚନରେ ବିଜୟୀ ହେବା ସହ ଅଧ୍ୟକ୍ଷ ପଦ ହାତେଇଥିଲା। ତେଣୁ ଏହି ଦୁଇ ଦଳରୁ ଅଧିକ ଆଶାୟୀ ରହିଛନ୍ତି। ବିଜେଡି ପକ୍ଷରୁ ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ସୁଶୀଲ ନାଥ, ଚିତ୍ତରଞ୍ଜନ ରାଉତଙ୍କ ନାମ ଶୁଣାଯାଉ ଥିବାବେଳେ ଭାଜପାରୁ ପ୍ରକାଶ ମହାରଣା, ଯଯାତି ପଟ୍ଟନାୟକ, ଜିତେନ୍ଦ୍ର କୁମାର ଦାସ, ପୁପୁନା ଦାସ ଅଧ୍ୟକ୍ଷ ପ୍ରାର୍ଥୀ ଦୌଡ଼ରେ ଥିବା କୁହାଯାଉଛି। ସେହିପରି କଂଗ୍ରେସ ପକ୍ଷରୁ କେଶବ ଭୂତିଆ, ଜ୍ଞାନରଞ୍ଜନ ପାଣି, ବଜରଙ୍ଗ ଅଗ୍ରୱାଲା, ମାନସ ବାଇ ପ୍ରମୁଖ ଦାବିଦାର ରହିଥିବାର ଚର୍ଚ୍ଚା ହେଉଛି। ଏମାନଙ୍କ ବ୍ୟତୀତ ବହୁ ଶିକ୍ଷିତ, ବୁଦ୍ଧିଜୀବୀ ମଧ୍ୟ ସ୍ବାଧୀନ ଭାବେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ଆଗ୍ରହୀ ରହିଥିବା ଦେଖାଯାଉଛି। କାଉନସିଲର ପ୍ରାର୍ଥୀ ହେବାକୁ ମଧ୍ୟ ଅନେକେ ଇତିମଧ୍ୟରେ ପ୍ରସ୍ତୁତି କରୁଛନ୍ତି। ଟିକେଟ୍‌ ମିଳିବା ପୂର୍ବରୁ ଏହି ଆଶାୟୀମାନେ ନିଜ ନିଜ ୱାର୍ଡରେ ବୁଲି ଜନ ସମର୍ଥନ ଲୋଡ଼ିବା ଆରମ୍ଭ କରିଛନ୍ତି। ପୌରାଞ୍ଚଳର ପ୍ରମୁଖ ସମସ୍ୟା ପ୍ରଦୂଷଣ, ପରିମଳ ଓ ପାନୀୟ ଜଳର ସମାଧାନ ନେଇ ପ୍ରତିଶ୍ରୁତି ଦେଉଛନ୍ତି। ତେବେ ନାମାଙ୍କନପତ୍ର ଦାଖଲ ନିମନ୍ତେ ହାତରେ ଆଉ ଅଧିକ ଦିନ ନ ଥିବାରୁ ୩ ପ୍ରମୁଖ ଦଳ ପକ୍ଷରୁ ଖୁବ୍‌ଶୀଘ୍ର ଆଶାୟୀମାନଙ୍କ ପ୍ରତୀକ୍ଷାର ଅନ୍ତଃ ଘଟାଯାଇ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ବିଜେଡି ନଗର ସଭାପତି ଆସିଫ ଖଁା କହିଛନ୍ତି, ଦିନେ କିମ୍ବା ଦୁଇଦିନ ମଧ୍ୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ଭାଜପା ମଣ୍ଡଳ ସଭାପତି ଯଶୋବନ୍ତ ଦାଶ କହିଛନ୍ତି, ଶନିବାର ସୁଦ୍ଧା ଦଳୀୟ ପ୍ରାର୍ଥୀ ତାଲିକା ସର୍ବସମ୍ମୁଖକୁ ଆସିଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?