Posted inଜାତୀୟ

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌…

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌…
ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଫେବୃୟାରୀ ୨୪ରେ ଖାତାକୁ ଆସିବ ୧୯ ତମ କିସ୍ତି। ଯଦି ଆପଣ PM Kisan Yojana ଆବେଦନ କରିଛନ୍ତି କିନ୍ତୁ ଟଙ୍କା ଆସିବ କି ନାହିଁ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହୋପାରେ।

PM Kisan ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ସରକାର । ପିଏମ କିଶାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ତମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ସରକାର । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ଚାଷୀଙ୍କୁ ଏହି ଟଙ୍କା ମିଳିନାହଁ । ଏହି ଯୋଜନାରେ ଚାଷୀମାନେ ବାରମୱାର ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ । କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବାରମୱାର ବ୍ୟାଙ୍କ ଇକେୱାସି ଓ ଆଧାର କାର୍ଡ ଲିଙ୍କ କରିଥିଲେ ବି ସେମାନଙ୍କୁ ୧୮ ତମ କିସ୍ତି ଟଙ୍କା ମିଳିପାରିନାହିଁ ।

ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଜଣେ ହିତାଧିକାରୀ ଓ ଜାଣିବାକୁ ଚାହୁଁଛନ୍ତି ଯେ ଆପଣ ପରବର୍ତ୍ତୀ କିସ୍ତିର ଲାଭ ପାଇପାରିବେ କି ନାହିଁ, ତେବେ ଆପଣ ଏଥିପାଇଁ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ଏପରି କ୍ଷେତ୍ରରେ, ଆପଣଙ୍କୁ ଯୋଜନାର ସରକାରୀ ୱେବସାଇଟ pmkisan.gov.in ପରିଦର୍ଶନ କରିବାକୁ ପଡିବ।

PM Kisan Yojana: ପୋର୍ଟାଲ ଖୋଲିବା ପରେ ଆପଣ ଏଠାରେ ଅନେକ ବିକଳ୍ପ ଦେଖିବେ, ଯେଉଁଥିରୁ ଆପଣଙ୍କୁ ‘Know Your Status’ ଉପରେ କ୍ଲିକ କରିବାକୁ ପଡିବ। ଏହା ପରେ, ଆପଣଙ୍କୁ ଏଠାରେ ଆପଣଙ୍କର ପଞ୍ଜୀକରଣ ନମ୍ବର ଦେବାକୁ ପଡିବ। ଏବେ ଆପଣ ସ୍କ୍ରିନରେ କ୍ୟାପଚା କୋଡ ଦେଖିବେ, ଏହାକୁ ଏଠାରେ ପ୍ରବେଶ କରନ୍ତୁ।

ଏହା ପରେ, ଆପଣଙ୍କୁ ଶେଷରେ ’Get Detail’ ଉପରେ କ୍ଲିକ କରିବାକୁ ପଡିବ। ଏପରି କରିବା ମାତ୍ରେ, ଆପଣଙ୍କର ଷ୍ଟାଟସ ସ୍କ୍ରିନରେ ଦୃଶ୍ୟମାନ ହେବ । ଏଥିରେ ଆପଣ ଜାଣିପାରିବେ ଯେ ଆପଣଙ୍କୁ କିସ୍ତି ଟଙ୍କା ମିଳିବ କି ନାହିଁ କିମୱା ମିଳିଲା କି ନାହିଁ । ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ ।

PM Kisan Yojan: େସେହିପରି ମାବାଇଲରେ ପିଏମ କିଷାନ ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର ଷ୍ଟାଟସ ଚେକ କରିପାରିବେ। ପେଜ ଖୋଲି ତଳକୁ ସ୍କ୍ରଲ କଲେ Know your Status ଦେଖାଯିବ । ଯେଉଁଥିରେ କ୍ଲିକ କଲେ ହିତାଧିକାରୀଙ୍କୁ ପ୍ରଥମେ ନିଜ ରେଜିଷ୍ଟ୍ରେର ନଂ ଓ କ୍ୟାପଚା କୋଡ ପ୍ରବେଶ କରିବାକୁ ପଡିବ । ତାପରେ ପଞ୍ଜିକୃତ ମୋବାଇଲ ନଂକୁ OTP ଆସିବ ଓ ଏଥିରୁ ହିତାଧିକାରୀଙ୍କ ଷ୍ଟାଟସ ଜଣା ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri