ବୁଥ୍‌ ମୁହାଁ ପୋଲିଂ ଅଫିସର: ମତଦାନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରହିବ ମଦ ଦୋକାନ

ଝାରସୁଗୁଡ଼ା ଅଫିସ,୧୯।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ଅଫିସର ବୁଥ୍‌ ଅଭିମୁଖେ ବାହାରି ଯାଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧ ହଜାର ପୋଲିସ କର୍ମଚାରୀ ମୁତୟନ କରାଯିବ।
ସେହିପରି ୨୭୯ଟି ବୁଥ୍‌ରେ ୨ ଲକ୍ଷ୧୪ ହଜାର ୮୭୮ ମତଦାତା ଭୋଟ ଦାନ କରିବାକୁ ଥିବା ବେଳେ୨୨ ଟି ନୂଆ ବୁଥ୍‌ ହୋଇଛି। ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ଆଜି ପ୍ରଚାର ସରିବା ପରେ ନିର୍ବାଚନମଣ୍ଡଳୀ ବାହାର ଲୋକ ରହିବେ ନାହିଁ। ହୋଟେଲ, ଲଜ ସବୁଠି ଚେକିଂ କରାଯିବ । ଯିଏ ନିୟମ ଉଲ୍ଲଙ୍ଘନ କରିବ ତାହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ।