Categories: ଫୁରସତ

ଚତୁରତା ସହ ହାତୀ ଉପରେ ଚଢ଼ି ବସିଲା ସିଂହ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହାତୀ ଓ ସିଂହକୁ ଦେଖିବାକୁ ମିଳୁଛି। ହାତୀଟି ସମୁଦ୍ର କୂଳରେ ବୁଲୁଥିବା ବେଳେ ସିଂହଗୁଡିକ ତା’ ପଛରେ ଯାଉଛନ୍ତି। କେହି କହି ତା ଉପରେ ଚଢ଼ି ଯାଉଛିନ୍ତି। ପରେ ଦେଖିବାକୁ ମିଳୁଛି ଗୋଟିଏ ସିଂହ ତା ପିଠି ଉପରେ ଚଢ଼ି ବସିଛି। ହାତୀ ଅନ୍ୟମାନଙ୍କୁ ଗୋଡାଉଛି। ପରେ ସେ ଯେତେବେଳେ ଜାଣୁଛି ତା’ ଉପରେ ଆଉ ଏକ ସିଂହ ବସିଛି ସେ ତାକୁ ଗୋଡାଇଛି । ପରେ ହାତୀ ସମୂଦ୍ର ପାର ହେଉଛି। ଅନ୍ୟମାନେ ତା’ ପଛେ ପଛେ ପାରି ହେଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share