ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା,୨୨ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ ଜଣଙ୍କ ହେଲେ ଗ୍ରାମର ଗନ୍ଧର୍ବ ବେହେରା(୫୭)। ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ, ଗନ୍ଧର୍ବ ନିଜ ଗୋରୁ ଚରାଇ ଘରକୁ ଫେରୁଥିବା ବେଳେ ଅତ୍ୟଧିକ ବର୍ଷା ହେବା ସହିତ ବଜ୍ରପାତ ହୋଇଥିଲା। ଗାଁ ମୁଣ୍ଡ ସ୍କୁଲ ନିକଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।