ମହୁମାଛିଙ୍କ ଆୟୁଷ କମୁଛି

ଓ୍ବାଶିଂଟନ୍‌,୧୬ା୧୧: ଆମ ପାଇଁ ଫୁଲରୁ ମହୁ ସଂଗ୍ରହ କରି ଫେଣାରେ ସଂରକ୍ଷିତ ରଖୁଥିବା ମହୁମାଛିର ଆୟୁଷ ଅଧା କମିଯାଇଛି। ପୂର୍ବରୁ ମହୁମାଛି ୩୪ ଦିନ ବଞ୍ଚୁଥିବାବେଳେ ଏବେ ୧୮ ଦିନ ଜୀବିତ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଗଛରେ ଫୁଲ ଫୁଟିବା ଓ ଫଳ ଫଳିବା ପ୍ରକ୍ରିୟା ପଲିନେଶନ୍‌ ଦ୍ୱାରା ସମ୍ଭବ ହୋଇଥାଏ। ଏହି ପଲିନେଶନ୍‌ (ଅଣ୍ଡିରା ଫୁଲର ପରାଗରେଣୁକୁ ମାଈ ଫୁଲକୁ ସ୍ଥାନାନ୍ତର କରିବା) ଭଳି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ପାଇଁ ମହୁମାଛି ଏକ ମାତ୍ର ମାଧ୍ୟମ। ମହୁମାଛିଙ୍କ
ସହଯୋଗ ବିନା ଗଛରେ ଫୁଲ କିମ୍ବା ଫଳ ଫଳିବା ପ୍ରାୟ ଅସମ୍ଭବ ବୋଲି ‘ସାଇନ୍ସ ଆଲର୍ଟ ମାଗାଜିନ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟରେ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି, ଖାଦ୍ୟ ଉତ୍ପାଦନର ମୁଖ୍ୟ ମାଧ୍ୟମ ପାଲଟିଥିବା ମହୁମାଛିଙ୍କ ଆୟୁଷ କ୍ରମାଗତ କମିବାରେ ଲାଗିଛି। ବୈଜ୍ଞାନିକଙ୍କ ମତରେ ସେମାନଙ୍କ ଆୟୁ ୫୦% ହ୍ରାସ ପାଇଛି। ଅର୍ଥାତ୍‌ ପୂର୍ବରୁ ଗୋଟିଏ ମହୁମାଛି ହାରାହାରି ୩୪ ଦିନ ବଞ୍ଚୁଥିବାବେଳେ ଏବେ ମାତ୍ର ୧୮ ଦିନ ଜୀବିତ ରହୁଛି।
ମହୁମାଛିଙ୍କ ୧୦ ପ୍ରଜାତି ଭିତରୁ ଗୋଟିଏ ପ୍ରଜାତି ସମ୍ପୂର୍ଣ୍ଣ ଭାବେ ପରିବେଶରୁ ଉଭାନ ହୋଇଯିବା ପରେ ୟୁରୋପୀୟ ଦେଶଗୁଡ଼ିକ ମହୁମାଛିଙ୍କୁ ‘ରେଡ୍‌ ଲିଷ୍ଟ’ (ବିପଜ୍ଜନକ ତାଲିକା)ରେ ଅନ୍ତର୍ଭୁକ୍ତ କରିଛନ୍ତି। ମହୁମାଛିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ଲାଗି ଜଳବାୟୁ ପରିବର୍ତ୍ତନକୁ ମୁଖ୍ୟତଃ ଦାୟୀ କରାଯାଉଛି। ଆମେରିକାରେ ୨୦୧୮ ଅକ୍ଟୋବରରୁ ୨୦୧୯ ଏପ୍ରିଲ ମଧ୍ୟରେ ୪୦% ମହୁମାଛିଙ୍କ ମୃତ୍ୟୁ ଘଟିଥିଲା। କାନାଡା, ଅଷ୍ଟ୍ରେଲିଆ, ବେଲଜିୟମ୍‌, ପର୍ତ୍ତୁଗାଲ, ସ୍ପେନ୍‌, ସୁଇଜରଲାଣ୍ଡ, ଜର୍ମାନୀ, ଫିନ୍‌ଲାଣ୍ଡ ଓ ପୋଲାଣ୍ଡରେ ମହୁମାଛି ବଂଶ ନିପାତ ହେବାରେ ଲାଗିଛି। ୨୦୧୨-୨୦୧୩ର ପ୍ରବଳ ଶୀତରେ ବ୍ରିଟେନ୍‌ରେ ୨୯% ମହୁମାଛିଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

ଏହି ଗୋଟିଏ ସର୍ତ୍ତ ସହିତ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ! ଜାଣନ୍ତୁ କ’ଣ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri