ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଜେସିର ରାଜ୍ୟ ସଭାପତି ମହମ୍ମଦ ମୋକିମ ଓ ସଂସ୍ଥାପକ ସଭ୍ୟ ମଧୁ ମହାନ୍ତି ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମୋକିମ ପିସିସି ସଭାପତି ଭକ୍ତ ଦାସଙ୍କୁ ସମାଲୋଚନା କରିବା ସହ କଂଗ୍ରେସ ଏବେ ଅତୀତ ବୋଲି କହିଥିଲେ। ସେହିପରି ମଧୁ ମଧ୍ୟ ଅନୁରୂପ ଭଳି ସମାଲୋଚନା କରିଥିଲେ। ଏହାକୁ ନେଇ ମୋକିମ ଓ ମଧୁଙ୍କ ଉପରେ ବର୍ଷିଛନ୍ତି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ। ସେ କହିଛନ୍ତି ୨ ଚିଟଫଣ୍ଡ ଚୋର ରିଅଲଷ୍ଟେଟ ଜରିଆରେ ଟଙ୍କା କମାଇ ରାଜିନୀତି ପାଇଁ ସଉକ ରଖିଛନ୍ତି। ଏବେ ତାଙ୍କ ସଉକ ପୂରଣ କରୁଛନ୍ତି ବୋଲି କହିଛନ୍ତି।

Odisha’s No.1 Odia Daily

Share