ଚାଷୀ ଆନ୍ଦୋଳନରେ ସାମିଲ ହେଲେ ବିଧାୟକ

ବଲାଙ୍ଗୀର ଅଫିସ, ୨୭ା୧୨- ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଶନିବାର ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ। ପ୍ରଥମେ ସେ ମୁଣ୍ଡପଲା ଛକଠାରେ ଚାଲିଥିବା କେନ୍ଦ୍ର କୃଷି ଆଇନ ବିରୋଧ ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଘୋଷଣା କରିଥିଲେ। କେନ୍ଦ୍ରର କଳା କୃଷି ଆଇନ କିଭଳି ଆଗାମୀ ଦିନରେ ଚାଷୀ ସମାଜ ତଥା ଦେଶର କୃଷି କେନ୍ଦ୍ରିକ ଅର୍ଥନୀତିକୁ ଧ୍ୱଂସ କରିଦେବ ସେ ଉପରେ କହିଥିଲେ ା ଏହି ଆଇନ ଚାଷୀ ତଥା ଜନସାଧାରଣଙ୍କ ହିତ ପାଇଁ ନୁହେଁ ବରଂ ଦେଶର ମୁଷ୍ଟିମେୟ ପୁଞ୍ଜିପତି କମ୍ପାନୀ ମାଲିକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ା ପରେ ରତାଖଣ୍ଡି ଠାରେ ସାଧାରଣ ଜନତାଙ୍କୁ ଭେଟି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ା ଗୌରଗୋଠ ଠାରେ ଉପସ୍ଥିତ ଥିବା ଚାଷୀମାନଙ୍କଠୁ ଧାନକିଣା ସମସ୍ୟା ଶୁଣିବା ପରେ ସେ ଅଚାନକ ନିକଟସ୍ଥ ଏକ ଧାନକିଣା କେନ୍ଦ୍ର ପରିଦର୍ଶନ କରିଥିଲେ ା ସେଠାକାର ପ୍ୟାକ୍ସ ଅଧିକାରୀ ବିଧାୟକ ମିଶ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଦେଇପାରି ନ ଥିଲେ ା ଧାନର ମାନ ନିର୍ଦ୍ଧାରଣକୁ ନେଇ କୌଣସି ତଥ୍ୟ ସେଠାରେ ନ ଥିଲା ା ଏଠାରେ ମଧ୍ୟ କୁଇଣ୍ଟାଲ ପିଛା ୪ରୁ ୫ କେଜି ଧାନ କଟନୀ ଛଟନୀ କରୁଥିବା ଚାଷୀମାନେ ଅଭିଯୋଗ କରିଥିଲେ ା ପରେ ଅର୍ଜୁନପୁରଠାରେ ଉପସ୍ଥିତ ଥିବା ଏକ ଚାଷୀ ବୈଠକରେ ବିଧାୟକ ମିଶ୍ର ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ା