ପାଟଣାରେ ବିଧାୟକ କଲେ ପତକା ଉତ୍ତୋଳନ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କୋଭିଡ ଗାଇଡ଼୍‌ଲାଇନ ମଧ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇଛି।ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ଗୋଷ୍ଠୀ ଶିକ୍ଷାଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ, ଏବିଓ ସଚ୍ଚିଦାନନ୍ଦ ସେଠୀ,ସାମାଜିକ କର୍ମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ,ଶିକ୍ଷକ ପାର୍ଥ ସାରଥୀ ବେଜ, ପ୍ରମୋଦ କୁମାର ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ।