ସୁରେଶ ଖୋଲିଲେ ଗୁମର, ସ୍କାନରରେ ନେତା

ଭୁବନେଶ୍ୱର,୭।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ସଂଘ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କୁ ଥାନାରେ ବସାଇ ଶନିବାର ଦିନତମାମ ମାରାଥନ ଜେରା କରିଛି। ଏହି ସମୟରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି। ସୁରେଶଙ୍କ ଲିଙ୍କ୍‌ରେ ଆଉ ୫ଜଣ ବଡ଼ବଡ଼ିଆ ଏଥିରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ପୋଲିସ ତାଙ୍କ ନିକଟରେ ପହଞ୍ଚତ୍ବାକୁ ଚେଷ୍ଟା କରିଛି। କେତେଜଣଙ୍କୁ ଉଠାଇ ଆଣି ରବିବାର ସାମ୍ନାସାମ୍ନି ଜେରା କରିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ପୋଲିସ ସୁରେଶଙ୍କୁ ଏପର୍ଯ୍ୟନ୍ତ ଗିରଫ ଦର୍ଶାଉ ନ ଥିବାରୁ ନାନା ଚର୍ଚ୍ଚା ଚାଲିଛି। ଶନିବାର ପୋଲିସ ସୁରେଶଙ୍କୁ ଧରିବାକୁ ନୟାଗଡ ଯାଇଥିବାବେଳେ ସେଠାରେ ବିରୋଧର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ଜଣେ ରାଜନୈତିକ ବ୍ୟକ୍ତି ପୋଲିସ କାର୍ଯ୍ୟରେ ବାଧା ଦେଇଥିବା ସେଠାକାର ଲୋକଙ୍କଠାରୁ ଜଣାପଡିଛି। ତେଣୁ ଏହି ଘଟଣାରେ ପ୍ରଭାବଶାଳୀ ରାଜନେତାଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ତାଲିମ କେନ୍ଦ୍ରରେ ଯୁବତୀ ଓ ମହିଳାଙ୍କୁ ଦୀର୍ଘଦିନ ହେବ ଯୌନ ଶୋଷଣ କରାଯାଉଥିଲା। ସେଠାକୁ ବହୁ ବଡବଡିଆ ବାବୁ ଓ ନେତା ଆସୁଥିବାବେଳେ ସେମାନଙ୍କୁ ଖୁସି କରିବାକୁ ସୁରେଶ ବାହାରୁ କର୍ଲଗାଲ ମଗାଉଥିଲେ। ନ ମିଳିଲେ ତାଲିମ୍‌ ନେଉଥିବା ଯୁବତୀ ଓ କର୍ମଚାରୀଙ୍କୁ ଟଙ୍କା ଲୋଭ ଦେଖାଇ ରାତି କାଟିବାକୁ ବାଧ୍ୟ କରାଯାଉଥିଲା। କଥା ନ ମାନିଲେ ନିର୍ଯାତନା ଦିଆଯିବା ସହ ତାଲିମ୍‌ କେନ୍ଦ୍ରରୁ ବାହାର କରିଦିଆଯାଉଥିଲା। ଘଟଣା ସଂକ୍ରାନ୍ତରେ ପୂର୍ବରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଥିଲା। ଏନେଇ ଏକ ଭିଡିଓ ଭାଇରାଲ ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଭିନ୍ନକ୍ଷମ କମିଶନ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିପରି କିଛିଦିନ ତଳେ ଜଣେ ଯୁବତୀଙ୍କ ଅଭିଯୋଗକ୍ରମେ ତାଲିମ କେନ୍ଦ୍ରର ଟେଲରିଂ ପ୍ରଶିକ୍ଷିକା ମଧୁମଞ୍ଜରୀ ଧଳଙ୍କୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri