ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଓଡ଼ିଆ ସାମ୍ବାଦିକତା ଓ ସାହିତ୍ୟ ସାରସ୍ବତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସମାଜର ପୂର୍ବତନ ସମ୍ପାଦିକା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ ଶନିବାର ସନ୍ଧ୍ୟାରେ କଟକରେ ଦେହାନ୍ତ ହୋଇଥିଲା। ତେବେ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୁରୀ ସ୍ବର୍ଗଦାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ରବିବାର ଅପରାହ୍ନରେ କରାଯିବ ।