ଶେଷ ହେଉଛି ‘ସାପୁଆ’ ସମ୍ଭାବନା

ରାସୋଳ,୧୦।୭(ସରୋଜ ମିଶ୍ର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଜଳସେଚନର ପ୍ରମୁଖ ମାଧ୍ୟମ ସାପୁଆ କେନାଲ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ବଡ଼ ବଡ଼ ଘଳିଆ ଦେଇ ବିପୁଳ ପରିମାଣର ପାଣି ନଷ୍ଟ ହେଉଥିବାରୁ ଜମିକୁ ଜଳ ନିଅଣ୍ଟ ପଡୁଛି। ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାବେଳେ କେବଳ ଲୋକଦେଖାଣିଆ ଭାବେ କିଛି ଲଟାବୁଦା ସଫେଇ କରି ବିଭାଗ ଦାୟିତ୍ୱ ସାରିଦେଇଛି। ହେଲେ ଘଳିଆ ମରାମତି କରାଯାଇନାହିଁ। ତେଣୁ ଖରିଫ୍‌ ଋତୁରେ କେନାଲ ଦ୍ୱାରା ଜଳସେଚିତ ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଯେହେତୁ ମୁଖ୍ୟ କେନାଲ ସ୍ଥିତି ଠିକ୍‌ ନାହିଁ, ତେଣୁ କାଡାନାଳିକୁ ଜଳପ୍ରବାହ ଠିକ୍‌ ଭାବେ ହେବନାହିଁ ବୋଲି ଚାଷୀମାନେ କହିଛନ୍ତି।
ରାସୋଳ ଅଞ୍ଚଳର ଚାଷ ଜମିକୁ ପାଣି ଯୋଗାଇବା ଲକ୍ଷ୍ୟରେ ସାପୁଆ ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଏଥିଲାଗି ଦଣ୍ଡିରିଠାରେ ସାପୁଆ ନାଳ ଉପରେ ନିର୍ମାଣ କରାଯାଇଛି ଏକ ଡ୍ୟାମ। ସେଠାରୁ ୮ କିମି ଦୀର୍ଘ ଏକ କେନାଲ ଖନନ କରାଯାଇଛି। ଏହାଦ୍ୱାରା ଦଣ୍ଡିରି, ଲହଡ଼ା, ରାସୋଳ, ନାଉକିଆରି, କୁନୁଆ ଆଦି ଅଞ୍ଚଳର ଚାଷ ଜମି ଜଳସେଚିତ ହେଉଛି। ସେହିପରି ସାପୁଆ ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ନୂଆବଗରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି। ଏଠାରୁ ଅନ୍ୟ ଏକ କେନାଲ ନୂଆବଗ, ବାହାଲୁଣ୍ଡା, ରାସୋଳ, କଳିଙ୍ଗା, ବାଙ୍କଟିଆ ଦେଇ ଅଁଳାବେଡ଼ା ପର୍ଯ୍ୟନ୍ତ ଯାଇଛି। ଏହାର ଦୈର୍ଘ୍ୟ ମଧ୍ୟ ପାଖାପାଖି ୮ କି.ମି.। ଉଭୟ କେନାଲ ମାଧ୍ୟମରେ ୨୪୦୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ତେବେ ନୂଆବଗ ବ୍ୟାରେଜ୍‌ରୁ ବାହାରିଥିବା କେନାଲର ତ୍ରୁଟିପୂର୍ଣ୍ଣ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଖରିଫ୍‌ ଚାଷ ପାଇଁ ଯଥେଷ୍ଟ ଜଳର ଆବଶ୍ୟକତା ଥିବାବେଳେ ବର୍ଷା ପୂର୍ବରୁ କେନାଲଗୁଡ଼ିକର ଆବଶ୍ୟକ ସଫେଇ ସହ ଘଳିଆ ମରାମତି କରିବାକୁ ସରକାରୀସ୍ତରରେ ନିର୍ଦ୍ଦେଶ ରହିଛି। ହେଲେ ନୂଆବଗ କେନାଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲଟାବୁଦାରେ ପରିପୂର୍ଣ୍ଣ ସମଗ୍ର କେନାଲ ଶଯ୍ୟା ଏବେ ଅରଣ୍ୟର ଭ୍ରମ ସୃଷ୍ଟି କରୁଛି। ବାଙ୍କଟିଆ ସମେତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଘଳିଆ ସୃଷ୍ଟି ହୋଇଛି। ଏହାର ମରାମତି କରିବାକୁ ଚାଷୀ ରଘୁନାଥ ପାଳ, ନରେଶ ପାଳ, ଶିଶିର ସାହୁ, ମଗରା ଦେହୁରୀ ବର୍ଷେ ହେଲା ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରୁଛନ୍ତି। ତେବେ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ସେହିପରି କେନାଲ ଜଳ ଯଥେଷ୍ଟ ହେଉ ନ ଥିବାରୁ ଖରିଫ ଚାଷ ସମୟରେ ଚାଷୀମାନେ ବିଭିନ୍ନ ସ୍ଥାନକୁ କାଟି ଦେଉଥିବା ଦେଖିବାକୁ ମିଳିଥିଲା। ଏହି ସମସ୍ୟାର ସମାଧାନ ଏବଂ କେନାଲଠାରୁ ଦୂରରେ ଥିବା ଆଭ୍ୟନ୍ତରୀଣ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ୫ ପାଣି ପଞ୍ଚାୟତକୁ ନେଇ ଏବେ କାଡାନାଳି ନିର୍ମାଣ କରାଯାଉଛି। ଏହାଦ୍ୱାରା ଅଧିକ ୯୦୦ ହେକ୍ଟରକୁ ଜଳସେଚନ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ୨ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ କାଡାନାଳୀ ନିର୍ମାଣ ପଦକ୍ଷେପକୁ ଚାଷୀମାନେ ସ୍ବାଗତ କରିଛନ୍ତି। ହେଲେ ମୁଖ୍ୟ କେନାଲ ମରାମତି ନ ହେଲେ ଏହାର ଲାଭ ମିଳିବ ନାହିଁ ବୋଲି ସେମାନେ କହିଛନ୍ତି। ତେଣୁ ମୁଖ୍ୟ କେନାଲ ସଫେଇ ସହ ଘଳିଆ ପଡ଼ିଥିବା ସ୍ଥାନ ଚିହ୍ନଟ କରି ତୁରନ୍ତ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ସାପୁଆ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଦିବାକର ବେହେରଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ମୁଖ୍ୟ କେନାଲ ମରାମତି ଲାଗି ପଦକ୍ଷେପ ନିଆଯିବ ବୋଲି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri