ଶେଷ ଭରସା ପରିବେଶୀୟ ଶୁଳ୍କ

ଡାରୋନ ଆକମୋଗ୍ଲୁ

ଏନ୍‌ଭାଇରନମେଣ୍ଟାଲ ଟାରିଫ ଏକ ପ୍ରକାର ପରିବେଶୀୟ ଶୁଳ୍କ ଯାହା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନ ଥିବା ଦେଶଗୁଡ଼ିକରୁ ଆମଦାନୀ ଉପତ୍ାଦଗୁଡ଼ିକରେ ଲାଗୁ କରାଯାଇଥାଏ। ପରିବେଶ ଓ ଏହାର ସୁରକ୍ଷାକୁ ଅଣଦେଖା କରି ରପତ୍ାନି ବୃଦ୍ଧି କରିବାକୁ ଚାହଁୁଥିବା ଦେଶଗୁଡ଼ିକୁ ରୋକିବା ଏହି ଶୁଳ୍କର ମୁଖ୍ୟ ଲକ୍ଷ୍ୟ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମାଇବା ପାଇଁ ଏହା ହିଁ ହେବ ଶେଷ ଭରସା। ଆମେ ସବୁଜ ଗୃହ ବାଷ୍ପ (ଜିଏଚ୍‌ଜି)ନିର୍ଗମନ ନିୟନ୍ତ୍ରଣ କରି ନପାରିଲେ ଏହା ଅଧିକ ବିଧ୍ୱଂସକାରୀ ପାଲଟିବ। ତେବେ ଏକ ବହୁରାଷ୍ଟ୍ରୀୟ ବୁଝାମଣା ମାଧ୍ୟମରେ ଉକ୍ତ ବୈଶ୍ୱିକ ସଙ୍କଟର ମୁକାବିଲା କରିବା ହେବ ସବୁଠୁ ସହଜ ବାଟ। ଏହା ମଧ୍ୟ‘ଗ୍ରୀନ୍‌ ଟ୍ରାଞ୍ଜିସନ’ (ପ୍ରତ୍ୟେକ କିମ୍ବା ଅଧିକାଂଶ ଦେଶର ପରିବେଶ ବିରୋଧୀ ସ୍ଥିତିରେ ପରିବର୍ତ୍ତନ ଆଣି ବିକାଶ, ଶାନ୍ତି ଓ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଅନୁସୃତ ସ୍ଥାୟୀ ମଡେଲ) ଅଭିଯାନରେ ପରିଲକ୍ଷିତ ହେଉଛି। ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ସହ ଅକ୍ଷୟ ଶକ୍ତି ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ପ୍ରକ୍ରିୟା ଅଧିକ ସ୍ବଚ୍ଛ ଟେକ୍‌ନୋଲୋଜି ଓ ଅକ୍ଷୟ ଶକ୍ତି ପାଇଁ ନିୟମ, ସବ୍‌ସିଡି ଏବଂ କାର୍ବନ ଟ୍ୟାକ୍ସ (ଜୀବାଶ୍ମ ଇନ୍ଧନ ଉପଯୋଗରେ ନିର୍ଗମନ କାର୍ବନ ଡାଇଅକ୍ସାଇଡ କମ୍‌ କରିବା ପାଇଁ ଲାଗୁ କରାଯାଇଥିବା ଟିକସ) କ୍ଷେତ୍ରରେ ସମନ୍ବିତ ନୀତିଗୁଡ଼ିକୁ ଆହ୍ବାନ କରେ। କିନ୍ତୁ ଦୁଃଖର କଥା, ଜୀବାଶ୍ମ ଇନ୍ଧନ ଶିଳ୍ପ ଶକ୍ତିଶାଳୀ ଥିବା ଏବଂ ବିଶ୍ୱରେ ସବୁଠୁ ଅଧିକ କାର୍ବନ ନିର୍ଗମନ କରୁଥିବା ଆମେରିକା, ଚାଇନା ଓ ଭାରତ ଆବଶ୍ୟକୀୟ ନୀତିଗୁଡ଼ିକୁ ଗ୍ରହଣ କରୁ ନ ଥିବାରୁ ଏହି ପ୍ରକାର ବୈଶ୍ୱିକ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରିପାରୁ ଥିବା ସ୍ପଷ୍ଟ ହୋଇଛି। ଯଦିଓ ଶକ୍ତି କ୍ଷେତ୍ରରେ ଏକ ପ୍ରଭାବୀ ପରିବର୍ତ୍ତନ ହାସଲ କରିବା ପାଇଁ ନିୟମ ଓ ସବସିଡି ଅତି ଆବଶ୍ୟକ, ତଥାପି କାର୍ବନ ଟ୍ୟାକ୍ସ ଏକ ଦୃଢ ଆଧାର। ଏଣୁ ନିର୍ଗମନ ଉପରେ ଅଙ୍କୁଶ ଲଗାଇବା ଲାଗି ବହୁ ଦେଶ ଏବେ କାର୍ବନ ଟ୍ୟାକ୍ସକୁ ଆପଣାଇଛନ୍ତି। ସୁଇଡେନ ବିଶ୍ୱରେ ସବୁଠୁ ଅଧିକ କାର୍ବନ ଟ୍ୟାକ୍ସ (ଏକ ଟନ୍‌ ନିର୍ଗମନ ପାଇଁ ୧୧୭ ଡଲାର) ରଖିଛି। କିନ୍ତୁ ଆମେରିକା,ଚାଇନା ଏହି ଉପାୟ ଅନୁସରଣ କରିନାହାନ୍ତି।
ଏଭଳି ସଙ୍ଗତି ଅଭାବରୁ ‘କାର୍ବନ ଲିକେଜ’ ବଢୁଛି , ଅର୍ଥାତ୍‌ ଗୋଟିଏ ଦେଶ ଦୃଢ଼ ଜଳବାୟୁ ନୀତିରେ ନିର୍ଗମନ କମାଇବା ଲାଗି ଚେଷ୍ଟା କରୁଥିବା ବେଳେ ଅନ୍ୟ ଦେଶରେ ଜିଏଚ୍‌ଜି ନିର୍ଗମନ ବୃଦ୍ଧିପାଉଛି। ଏଣୁ ଏଭଳି ଉଚ୍ଚ ନିର୍ଗମନ କାର୍ଯ୍ୟକଳାପଗୁଡ଼ିକ କାର୍ବନ ଟ୍ୟାକ୍ସ ଲାଗୁ କରିଥିବା ଦେଶଗୁଡ଼ିକଠାରୁ ଅନ୍ୟମାନଙ୍କୁ ଦୂରେଇ ନେଉଛି। ଗୋଟିଏ ଦେଶ ଏକତରଫା ଭାବେ ଉଚ୍ଚ କାର୍ବନ ଟ୍ୟାକ୍ସ ଆପଣାଇ ସମସ୍ତଙ୍କର ଉପକାର କରୁଥିବାବେଳେ ପରୋକ୍ଷରେ ଅନ୍ୟମାନଙ୍କୁ ନିର୍ଗମନ ହ୍ରାସ କରିବା ପାଇଁ ମଧ୍ୟ ଉତ୍ସାହିତ କରେ। ଅର୍ଥନୀତିଜ୍ଞଙ୍କ ମତରେ, ଜଣେ ଆଶା କରିବା ଉଚିତ ଯେ, ଜଳବାୟୁ ପ୍ରଭାବ କମାଇବାରେ କାର୍ଯ୍ୟ କରୁଥିବା ଏକତରଫା ନୀତିଗୁଡ଼ିକ ଅନ୍ୟ ଦେଶଗୁଡ଼ିକରେ ଏକ ବିକଳ୍ପ ରଣନୀତି ଭାବେ କାର୍ଯ୍ୟ କରେ। ଉଚ୍ଚ କାର୍ବନ ଟ୍ୟାକ୍ସ ନିର୍ଗମନ କମ୍‌ କରି ଉପତ୍ାଦନ କରାଯାଉଥିବା ଉପତ୍ାଦଗୁଡ଼ିକର ମାର୍କେଟ ମୂଲ୍ୟରେ ପ୍ରଭେଦ ଯୋଗୁ ଅନ୍ୟଙ୍କୁ ଲାଭ ପାଇବା ଲାଗି ସୁଯୋଗ ସୃଷ୍ଟି କରୁଛି। ଇସ୍ପାତ ଶିଳ୍ପ ଏକ ଟନ୍‌ ଇସ୍ପାତ ଉପତ୍ାଦନ ପାଇଁ ୧.୮୫ ଟନ୍‌ କାର୍ବନ ନିର୍ଗମନ କରୁଥିବାରୁ, ସୁଇଡେନର କାର୍ବନ ଟ୍ୟାକ୍ସ ଏହାର ଷ୍ଟିଲ ଉପତ୍ାଦଗୁଡ଼ିକର ମୂଲ୍ୟ ପ୍ରତି ଟନ୍‌ ପିଛା ପାଖାପାଖି ୨୧୦ ଡଲାର ବୃଦ୍ଧି ହୋଇଛି। ମହଙ୍ଗା ଯୋଗୁ ଆମଦାନୀ କରାଯାଉଥିତ୍ବା ଚାଇନିଜ ଷ୍ଟିଲ ପ୍ରତି ଉପତ୍ାଦନକାରୀ ଏବଂ ଏହାର ଉପଭୋକ୍ତାମାନେ ଅଧିକ ଆକର୍ଷିତ ହେଉଛନ୍ତି ଓ ଚାଇନା ଲାଭ ପାଉଛି। ସବୁଠୁ ଖରାପ ହେଉଛି, ଚାଇନାର ଅଧିକାରୀମାନେ ଏହି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି। ଏଭଳି ସ୍ଥିତିରେ ବିଶ୍ୱରେ ପରିବେଶୀୟ ଶୁଳ୍କର ଆବଶ୍ୟକତା ରହିଛି, ଯାହା ରପ୍ତାନି ଦ୍ରବ୍ୟଗୁଡ଼ିକ ଉପରେ କାର୍ବନ ଟ୍ୟାକ୍ସ ଲାଗୁ କରି ପରିବର୍ତ୍ତନ ଆଣିପାରିବ। ସୁଇଡେନ ମଧ୍ୟ ତା ଟ୍ୟାକ୍ସ ଓ ଅନେକ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନକାରୀ ଦେଶର କାର୍ବନ ଟ୍ୟାକ୍ସ ମଧ୍ୟରେ ଥିବା ପ୍ରଭେଦକୁ ଲକ୍ଷ୍ୟ କରି ସମାନୁପାତିକ ଭାବେ ବୋର୍ଡର ଆଡଜଷ୍ଟମେଣ୍ଟ ଟ୍ୟାକ୍ସ (ବିଏଟି- ବିଭିନ୍ନ ଦେଶରେ କାର୍ବନ ପ୍ରାଇସିଂ ପଲିସିରେ ଥିବା ପ୍ରଭେଦକୁ ଦେଖି ଉପତ୍ାଦ ଓ ସେବା ଉପରେ ଟ୍ୟାକ୍ସ ସମାୟୟୋଜନ କରିବା) ଲାଗୁ କରିପାରିବ।
ପରିବେଶୀୟ ଶୁଳ୍କର ସବୁଠୁ ବଡ଼ ଲାଭ ହେଲା ଏହା କାର୍ବନ ଲିକେଜ୍‌ ଅଧିକ ହ୍ରାସ କରେ। ଏହି ଶୁଳ୍କର ପ୍ରତ୍ୟକ୍ଷ ପ୍ରଭାବଗୁଡ଼ିକ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉକ୍ତ ଶୁଳ୍କ ଜଳବାୟୁ ପରିବର୍ତ୍ତନ ପ୍ରଭାବ ହ୍ରାସ କରିବା ଲାଗି ନିଆଯାଉଥିବା ନୀତିଗୁଡ଼ିକୁ ରଣନୀତିକ ଅନୁପୂରକ କରେ। ଅର୍ଥାତ୍‌ ସୁଇଡେନର କାର୍ବନ ଟ୍ୟାକ୍ସ ଅନ୍ୟ ଦେଶଗୁଡ଼ିକୁ ସେମାନଙ୍କ ନିଜ ଲାଗି ନୀତି ଗ୍ରହଣ କରିବାକୁ ଉତ୍ସାହିତ କରିବ। ଥରେ ଅଧିକାଂଶ ଦେଶ ଯଦି ଆମଦାନୀ ଉପରେ ବୋର୍ଡର ଆଡଜଷ୍ଟମେଣ୍ଟ ଟ୍ୟାକ୍ସ ଲାଗୁ କରନ୍ତି ,ତେବେ ଚାଇନା ଅଧିକାରୀମାନେ ସେମାନଙ୍କ ଇସ୍ପାତ ରପ୍ତାନିକାରୀଙ୍କୁ କାର୍ଯ୍ୟରେ ସ୍ବଚ୍ଛତା ଆଣିିବା ଲାଗି ସାହାଯ୍ୟ କରିବା ଆରମ୍ଭ କରିଦେବେ। ସେମାନେ କାର୍ବନ ଟ୍ୟାକ୍ସ ନିୟମ କିମ୍ବା ସବ୍‌ସିଡି ମାଧ୍ୟମରେ କରିପାରିଲେ ଚାଇନାର କାର୍ବନ ନିର୍ଗମନ ହ୍ରାସ ପାଇବ। ଥରେ ଚାଇନିଜ ଉପତ୍ାଦକମାନେ ନିର୍ଗମନ ହ୍ରାସ କରିବା ଆରମ୍ଭ କଲେ ଚାଇନାର ଅଧିକାରୀମାନେ ନିଜେ ପରିବେଶୀୟ ଶୁଳ୍କ ଆରମ୍ଭ କରିବାକୁ ଉତ୍ସାହିତ ହେବେ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଉକ୍ତ ଶୁଳ୍କକୁ ନେଇ ଭ୍ରମାମତ୍କ ତର୍କ ହେଉଛି। ପ୍ରଥମ ବାଧା ଭାବେ ଜୀବାଶ୍ମ ଇନ୍ଧନ ଶିଳ୍ପ ଏବଂ ଚାଇନା ସମେତ ପ୍ରମୁଖ ପ୍ରଦୂଷଣକାରୀମାନେ ଏହା ବିରୋଧରେ ରହିଛନ୍ତି ଓ ଏହାକୁ ବନ୍ଦ କରିବା ପାଇଁ ଜୋରସୋର୍‌ରେ ଅଭିଯାନ ଚଳାଇଆସୁଛନ୍ତି। ଦ୍ୱିତୀୟରେ ଏନ୍‌ଭାଇରନମେଣ୍ଟାଲ ଟାରିଫଗୁଡ଼ିକ ମଧ୍ୟ ବିଦେଶୀ ପ୍ରତିଯୋଗିତାକୁ ଲକ୍ଷ୍ୟକରି ଘରୋଇ ଶିଳ୍ପଗୁଡ଼ିକୁ ରକ୍ଷା କରିବାର ପଦକ୍ଷେପ ନିଏ ଓ ଏଥିପାଇଁ ମଧ୍ୟ ନୀତି ନର୍ଦ୍ଧାରଣ କରେ। କିନ୍ତୁ ଏବକାର କାର୍ବନ ଟାରିଫଗୁଡିକ ଯେଭଳି ଲାଗୁ କରାଯାଉଛି ସେଗୁୁଡ଼ିକ ପାରମ୍ପରିକ ସଂରକ୍ଷଣାମତ୍କ ପଦକ୍ଷେପ ଭଳି କାମ କରୁନାହିଁ। ତୃତୀୟ ବାଧା ହେଉଛି ପରିବେଶୀୟ ଶୁଳ୍କସବୁ ବିଶ୍ୱ ବାଣିଜ୍ୟ ସଂଗଠନ ନିୟମ ଅଧୀନରେ ବୈଧ ହୋଇ ନ ପାରେ। କିନ୍ତୁ ଜେନେରାଲ ଏଗ୍ରିମେଣ୍ଟ ଅନ୍‌ ଟାରିଫ ଆଣ୍ଡ୍‌ ଟ୍ରେଡ( ଜିଏଟିଟି) କହେ ଯେ, ସେଗୁଡ଼ିକ ବୈଧ। ଏହା ମଧ୍ୟ କହିଛି ଯେ, ଯଦି ଏକ ଦେଶର ଘରୋଇ ଉପତ୍ାଦ ଟ୍ୟାକ୍ସ ଭଳି କାର୍ବନ ଟ୍ୟାକ୍ସ ଥାଏ, ଏହା ବିଏଟି ମାଧ୍ୟମରେ ସେହି ସମାନ ଟ୍ୟାକ୍ସ ଲାଗୁ କରିପାରିବ। ଆହୁରି ମଧ୍ୟ ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦର ସ୍ବାସ୍ଥ୍ୟ ଓ ଜୀବନ ରକ୍ଷା ଲାଗି ବାଣିଜ୍ୟକୁ କଟକଣା ମୁକ୍ତ କରିଛି। ଏଣୁ ଏବେ କାର୍ବନ ଟ୍ୟାକ୍ସ ଏହି ନିୟମ ପୂରଣ କରିପାରିବ ବୋଲି ଦୃଢ଼ ଯୁକ୍ତି ରହିଛି।
ଶେଷରେ,କେତେଜଣ ସମାଲୋଚକ ବ୍ୟସ୍ତ ଯେ, ଏକ ଉଦାରବାଦୀ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ନୀତି ନିଷ୍ପତ୍ତିଗୁଡ଼ିକ ବହୁରାଷ୍ଟ୍ରୀୟ ଭାଗୀଦାରି ମାଧ୍ୟମରେ ଲାଗୁ କରାଯିବା ଉଚିତ। ଏହା ବାସ୍ତବରେ ଏକ ଉଚିତ ଏବଂ ଉତ୍ତମ ପଥ। କିନ୍ତୁ କଥା ହେଉଛି, ପ୍ୟାରିସ ଜଳବାୟୁ ବୁଝାମଣାର ୧.୫ ଡିଗ୍ରୀ ସେଲସିୟସ ହାରହାରି ତାପନ ସମ୍ପର୍କିତ ଚେତାବନୀକୁ ଦେଖିଲେ ବହୁରାଷ୍ଟ୍ରୀୟ ବୁଝାମଣାଗୁଡ଼ିକ ଶୀଘ୍ର କାର୍ଯ୍ୟ କରୁନାହାନ୍ତି। ଅଧିକ ପଦକ୍ଷେପ ମଧ୍ୟ ନେଉନାହାନ୍ତି। ବହୁ ଦେଶକୁ ନେଇ ଆମେ କାର୍ଯ୍ୟ କରୁଥିବାବେଳେ ନିଷ୍କ୍ରିୟତାର ବାହାନାକୁ ଆମେ ବିଶ୍ୱସାକୁ ନେଇପାରିବା ନାହିଁ। ମୋଟ ଉପରେ ପରିବେଶୀୟ ଶୁଳ୍କଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ କମାଇବା ଲାଗି ସାରା ବିଶ୍ୱରେ ଅଧିକ ସକାରାମତ୍କ ନୀତି ଗଢ଼ିପାରିବ। ଏଣୁ ଏହାକୁ ଲାଗୁ କରିବାରେ ଆଉ ଅଧିକ ବିଳମ୍ବ କରିବା ଉଚିତ ନୁହେଁ।
ଅର୍ଥନୀତି ପ୍ରାଧ୍ୟାପକ, ମାସାଚ୍ୟୁସେଟସ୍‌
ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜ


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri