Posted inଜାତୀୟ

ମିଗ୍‌-୨୧ର ଶେଷ ଉଡ଼ାଣ

ବିକାନେର, ୨୬ା୮ (ପି.ଟି.): ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍‌-୨୧ ଇତିହାସ ହେବାକୁ ଯାଉଛି। ୬୨ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ମାସ ୨୬ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମିଗ୍‌-୨୧ ବିମାନ ଆନୁଷ୍ଠାନିକ ଭାବେ ଅବସର ନେବ। ଏହା ପୂର୍ବରୁ ଗତ ୧୮ ଓ ୧୯ରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏପି ସିଂ ରାଜସ୍ଥାନର ନାଲ ଏୟାରଫୋର୍ସ ଷ୍ଟେଶନରୁ ଅନ୍ତିମ ଥର ପାଇଁ ଏହି ଲଢ଼ୁଆ ବିମାନକୁ ଉଡ଼ାଇଛନ୍ତି। ସେ ଗୋଟିଏ ଟ୍ରେନିଂ ଶର୍ଟ ଏବଂ ୩ରୁ ୪ଟି ସୋଲୋ ଶର୍ଟ ପୂରଣ କରିଥିଲେ। ଉଡ଼ାଣ ପରେ ଏୟାର ଚିଫ୍‌ ମାର୍ଶାଲ କହିଛନ୍ତି, ଏହି ଲଢ଼ୁଆ ବିମାନରେ ସେ ନିଜର ପ୍ରଥମ ଟ୍ରେନିଂ ନେଇଥିଲେ। ୧୯୮୫ରେ ଆସାମର ତେଜପୁରରେ ସେ ପ୍ରଥମ ଥର ପାଇଁ ମିଗ୍‌-୨୧ ବିମାନର ଟାଇପ-୭୭ ଭାରିଆଣ୍ଟକୁ ଉଡ଼ାଇଥିଲେ। ସମ୍ପ୍ରତି ବାୟୁସେନା ନିକଟରେ ମିଗ୍‌-୨୧ର ୨ଟି ସ୍କ୍ବାର୍ଡନ ରହିଛି। ଉଭୟ ସ୍କ୍ବାର୍ଡନକୁ ନାଲ୍‌ ଏୟାରଫିଲ୍ଡରେ ରଖାଯାଇଛି। ତେବେ ସବୁକିଛିର ଏକ ସମୟ ରହିଥାଏ। ମିଗ୍‌-୨୧ ପ୍ରଯୁକ୍ତି ପୁରୁଣା ହୋଇଗଲାଣି, ଯାହାକୁ ବଜାୟ ରଖିବା ବାୟୁସେନା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ବାୟୁସେନାକୁ ଆଗକୁ ବଢ଼ିବାକୁ ପଢ଼ିବ। ତେଣୁ ଏହି ବିମାନକୁ ଅବସର ଦିଆଯାଉଥିବା ନେଇ ଏୟାର ଚିଫ୍‌ ମାର୍ଶାଲ ସିଂ କହିଛନ୍ତି। ଉନ୍ନତ ପ୍ରଯୁକ୍ତିବିଦ୍ୟା ସହ ତେଜସ୍‌, ତେଜସ୍‌ ଏମ୍‌କେ ୨, ରାଫେଲ, ଏସ୍‌ୟୁ-୩୦ ଭଳି ବିମାନ ମିଗ୍‌-୨୧ର ସ୍ଥାନ ନେବେ ବୋଲି ସେ କହିଛନ୍ତି। ରୁଷିଆ ନିର୍ମିତ ଏହି ଯୁଦ୍ଧବିମାନ ୧୯୬୩ ଏପ୍ରିଲରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri