ଗାଜା ଦୁର୍ଭିକ୍ଷ

ମଧ୍ୟପ୍ରାଚ୍ୟର ଯୁଦ୍ଧବିଧ୍ୱସ୍ତ ପାଲେଷ୍ଟାଇନ୍‌ର ଗାଜାରେ ଏବେ ମନୁଷ୍ୟକୃତ ଦୁର୍ଭିକ୍ଷ ବା ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ୭ ଅକ୍ଟୋବର ୨୦୨୩ର ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ଜାତିସଂଘ କହିଛି । ଦୀର୍ଘ ୨୨ ମାସର ସାମରିକ କାର୍ଯ୍ୟାନୁଷ୍ଠାନ ଗାଜାକୁ ଧ୍ୱଂସସ୍ତୂପରେ ପରିଣତ କରିଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ଯେଉଁ ବ୍ୟାଖ୍ୟାନ ସୃଷ୍ଟି କରାଯାଇଛି ତାହାକୁ ତର୍ଜମା କରାଯିବା ଦରକାର। ଇସ୍ରାଏଲ ଉପରେ ଆତଙ୍କବାଦୀ ସଙ୍ଗଠନ ହମାସ ପ୍ରଥମେ ଆକ୍ରମଣ କରି ଅନେକ ଇସ୍ରାଏଲୀଙ୍କୁ ମାରିଥିବା ବେଳେ ଅନେକଙ୍କୁ ପଣବନ୍ଦୀ କରିଥିଲା। ଇସ୍ରାଏଲ ପ୍ରତିଆକ୍ରମଣ କରିବାକୁ ଯାଇ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବର୍ତ୍ତମାନ ତାହାକୁ ଦୋଷୀ ଭାବେ ଦେଖାଯାଉଛି। ଯାହା କୁହାଯାଉଛି ଯେ ଗାଜା ଅଞ୍ଚଳର ଲୋକଙ୍କ ପାଖକୁ ପଠାଯାଉଥିବା ଖାଦ୍ୟକୁ ଇସ୍ରାଏଲ ବନ୍ଦ କରୁଛି, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ଅନ୍ତର୍ଜାତୀୟ ସହାନୁଭୂତି ଗୋଟାଇବାକୁ ଯାଇ ହମାସ ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ବ୍ୟବହାର କରୁଛି ବୋଲି ମଧ୍ୟ ଶୁଣାଯାଉଛି। ବିଭିନ୍ନ ସହାୟତା କେନ୍ଦ୍ରରୁ ଗାଜାର ଲୋକମାନଙ୍କୁ ଖାଦ୍ୟ ଦିଆଯାଉ ନାହିଁ ବୋଲି ଦର୍ଶାଇବାରେ ହମାସର ହାତ ରହିଥିବା ଆଲୋଚନା ହେଉଛି। ଏହି ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ ଦେଇ ଅନେକ ରାଷ୍ଟ୍ର ଓ ଉଦାରବାଦୀ ଦେଖାଉଥିବା ବ୍ୟକ୍ତିମାନେ ଇସ୍ରାଏଲ ବିପକ୍ଷ ସ୍ଲୋଗାନ ଦେଉଛନ୍ତି। ଫଳରେ ବିଶ୍ୱବ୍ୟାପୀ ଗୋଟେ ‘ଘୋ’ ସୃଷ୍ଟି ହୋଇଯାଇଛି ଯେ, ଗାଜାରେ ମନୁଷ୍ୟକୃତ ଦୁର୍ଭିକ୍ଷ ଇସ୍ରାଏଲ ସୃଷ୍ଟି କରିଛି।
ଏହି ପରିପ୍ରେକ୍ଷୀରେ ଗତ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୪ ଦିନିଆ ଯୁଦ୍ଧକୁ ଉଦାହରଣ ଭାବେ ନିଆଯାଇପାରେ। ‘ଅପରେଶନ ସିନ୍ଦୂର’ ଜରିଆରେ ପାକିସ୍ତାନର ପ୍ରଭୂତ କ୍ଷତି ଭାରତ କରିଛି ବୋଲି ଗୋଟେ ବ୍ୟାଖ୍ୟାନ କରାଯାଇଥିଲା। ଯୁଦ୍ଧର ଅବଧି ବଢ଼ିଥିଲେ ପାକିସ୍ତାନୀମାନେ ଭାରତ ବିରୋଧୀ ଅଭିଯାନରେ ହୁଏତ ଅଧିକ ସଫଳ ହୋଇଥାଆନ୍ତେ। କାରଣ ଯେତିକି ଦିନର ଘଟଣା ବିଷୟରେ ଆଲୋଚନା ହେଲା ସେଥିରେ ଭାରତର ସ୍ବର, ଇସ୍ରାଏଲ ଭଳିଆ ଦୁର୍ବଳ ପଡ଼ିଗଲା। ଭାରତୀୟମାନେ ସେମାନଙ୍କ ପଡ଼ୋଶୀ ଦେଶର ବ୍ୟବହାରକୁ ଭଲ ଭାବେ ଜାଣିଥିବାରୁ ସେମାନଙ୍କ ଆକ୍ରମଣାତ୍ମକ ଚରିତ୍ରକୁ ବୁଝିଛନ୍ତି। ସେହିପରି ଇସ୍ରାଏଲ ମଧ୍ୟ ତା’ ଚାରିକଡ଼େ ଥିବା ମୁସଲମାନ ରାଷ୍ଟ୍ରର କାର୍ଯ୍ୟକଳାପକୁ ଦୀର୍ଘ ଦଶନ୍ଧି ଧରି ଦେଖିଆସୁଛି। ତା’ ନିଜ ଭୂଖଣ୍ଡକୁ ସୁରକ୍ଷିତ ରଖିବା ଲାଗି ନେଉଥିବା ପଦକ୍ଷେପକୁ କେତେକ ରାଷ୍ଟ୍ର ପାଲେଷ୍ଟିନୀୟଙ୍କ ପାଇଁ ଘୋର ବିପତ୍ତି ଆଣିଥିବା କହୁଛନ୍ତି। ହେଲେ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହମାସ ଓ ଅନେକ ଇସ୍ରାଏଲୀଙ୍କୁ ପଣବନ୍ଦୀ ରଖି ନିର୍ଯାତନା ଦେଉଥିବା ବିଷୟ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଲୁଚିଯାଉଛି। ଯେଉଁ ସମୟର ଇତିହାସକୁ ବଦଳାଇ ଦିଆଯାଏ, ସେତେବେଳେ ଅନ୍ୟାୟ କରୁଥିବା ବ୍ୟକ୍ତି ବା ଗୋଷ୍ଠୀ ନ୍ୟାୟବନ୍ତ ପାଲଟିଯିବାକୁ ଚେଷ୍ଟା କରେ। ଆଜି ଇସ୍ରାଏଲ ଭଳି ଭାରତ ମଧ୍ୟ ଏକ ପ୍ରକାରର ଅଠାକାଠିରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?