୧୨ ବର୍ଷ ପରେ ଗିରଫ ହେଲେ ଶେଷ ଅଭିଯୁକ୍ତ

ଭୁବନେଶ୍ୱର,୧୫।୩(ବ୍ୟୁରୋ):ବହୁଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ୧୨ ବର୍ଷ ପରେ ଶେଷ ଅଭିଯୁକ୍ତ ଶେଷରେ ଧରାପଡ଼ିଛନ୍ତି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଲିଟୁଆ ଓରଫ ବିକ୍ରମାଦିତ୍ୟ ଜେନା (୪୫)। ଘଟଣା ପରଠୁ ଫେରାର ଥିବା ବିକ୍ରମାଦିତ୍ୟ ପୁଣେରେ ଲୁଚି ରହିଥିଲେ। ଗତ ମାସେ ହେବ ସେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଜେନାସାହିସ୍ଥିତ ଘରକୁ ଆସିଥିଲେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ରବିବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୦୮ ଅକ୍ଟୋବର ୯ରେ ଏହି ଘଟଣା ଘଟିଥିବାବେଳେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମାନସ କୁମାର ବେଦାନ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅନ୍ୟ ଅଭିଯୁକ୍ତମାନେ ହେଲେ ସୁନିଲ କୁମାର ଜେନା, ସାଗର ଜେନା ଓ ସୁଶୀଲ ସାମନ୍ତରାୟ। ଅଭିଯୁକ୍ତମାନେ ସମସ୍ତେ ସମ୍ପର୍କୀୟ ହୋଇଥିବାବେଳେ ଏବେ ଗିରଫ ହୋଇଥିବା ବିକ୍ରମାଦିତ୍ୟ ହେଉଛନ୍ତି ସୁନିଲଙ୍କ ମାମୁଁ ପୁଅ ବୋଲି କମିଶନର କହିଛନ୍ତି। ଏଥିସହ ପୂରା ଘଟଣା ସମ୍ପର୍କରେ କହିଛନ୍ତି।
କଲେଜ ଶତ୍ରୁତାରୁ ପ୍ରତିଶୋଧ, ୭ବର୍ଷ ପରେ ମିଳିଥିଲା ସୁଯୋଗ
୨୦୦୧ରେ ମୁଖ୍ୟ ଅଭିଯୁକ୍ତ ମାନସ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର ନେତା ଥିଲେ। ହତ୍ୟାର ଶିକାର ସୁମନ୍ତ ତାଙ୍କର ସିନିୟର ଥିଲେ। କଲେଜର କୌଣସି କଥାକୁ ନେଇ ମାନସ ଓ ସୁମନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୁମନ୍ତ ଖାରବେଳନଗର ଥାନାରେ ମାନସଙ୍କ ନାମରେ ଅଭିଯୋଗ କରିଥିଲେ। ମାନସ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହାପରେ ମାନସଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା। ଏଥିରେ ମାନସ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ। ସୁମନ୍ତଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ୭ବର୍ଷ ଧରି ସୁଯୋଗ ଖୋଜୁଥିଲେ।
କେମିତି ହତ୍ୟା କରିଥିଲେ
ସୁମନ୍ତଙ୍କୁ ହତ୍ୟା କରିବାକୁ ମାନସ ସହଯୋଗୀ ତଥା ସମ୍ପର୍କୀୟ ସାଗର, ସୁନୀଲ, ସୁଶୀଲ ଓ ବିକ୍ରମାଦିତ୍ୟଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ସୁମନ୍ତଙ୍କୁ ଏକ ମ୍ୟୁଜିକ୍‌ ଷ୍ଟୁଡିଓ ତିଆରି କରିବା ବାବଦ ଆଲୋଚନା କରିବାକୁ ଏକାମ୍ର ଟକିଜ୍‌ ନିକଟରେ ଥିବା ମାନସଙ୍କ ଘରକୁ ଡାକିଥିଲେ। ସୁମନ୍ତ ପହଞ୍ଚତ୍ବା ପରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ହାତକୁ ରଶିରେ ବାନ୍ଧି ବାଡି ଓ ଭୁଜାଲିରେ ଆକ୍ରମଣ କରିଥିଲେ। ସୁମନ୍ତ ଜୀବନ ବଞ୍ଚାଇବାକୁ ଅଭିଯୁକ୍ତଙ୍କ ପାଦତଳେ ପଡିଯାଇଥିଲେ। ପକେଟ୍‌ରେ ଥିବା ୨୨ହଜାର ଟଙ୍କା ନେଇ ତାଙ୍କୁ ଛାଡିଦେବାକୁ କାକୁତି ମିନତି ହୋଇଥିଲେ। ହେଲେ ଅଭିଯୁକ୍ତମାନେ କିଛି ଶୁଣି ନ ଥିଲେ। ସୁମନ୍ତଙ୍କୁ ଉଲଗ୍ନ କରିବା ସହ ଭୁଜାଲିରେ ବିଭିନ୍ନ ଅଙ୍ଗକୁ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ପରେ ସୁମନ୍ତ ଆସିଥିବା ମାରୁତି କାର ଡିକିରେ ମୃତଦେହକୁ ଭର୍ତ୍ତି କରି ଚକେଇସିଆଣି ନିକଟ କେନାଲ ବ୍ରିଜ୍‌ ତଳକୁ ଗଡ଼ାଇ ଦେଇ ଦୁର୍ଘଟଣାର ରୂପ ଦେଇଥିଲେ। ସୁମନ୍ତ ଘରକୁ ନ ଫେରିବାରୁ ତାଙ୍କ ବାପା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ବିକ୍ରମାଦିତ୍ୟ ଫେରାର ହୋଇଯାଇଥିଲେ।
ପୁଣେରେ ଜିମ୍‌ ଟ୍ରେନର, ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ
ବିକ୍ରମାଦିତ୍ୟ ପୋଲିସକୁ ଚକ୍‌ମା ଦେଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ପୁଣେରେ ଆତ୍ମଗୋପନ କରିବା ସହ ସେଠାରେ ଜିମ୍‌ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ସେ ଜଣେ ଆଇଟି ଛାତ୍ର ହୋଇଥିବାରୁ ସେଠାରେ ଥିବା ଏକ ଆଇଟି କମ୍ପାନୀରେ ମଧ୍ୟ କାର୍ଯ୍ୟ କରୁଥିଲେ। ଭୁବନେଶ୍ୱର ଓ ତାଙ୍କ ପରିବାର ସହ ସମସ୍ତ ସମ୍ପର୍କ କାଟିଦେଇଥିବାରୁ ପୋଲିସ ତାଙ୍କର ସୁରାକ ପାଇପାରି ନ ଥିଲା। କିଛିବର୍ଷ ପରେ ତାଙ୍କ ମା’ ଅସୁସ୍ଥ ହୋଇପଡ଼ିଥିବା ଶୁଣି ଘରକୁ କଲ୍‌ କରି କଥା ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri