ଅନ୍ତର୍ଭୁକ୍ତିର ଭାଷା

ଏହା ସର୍ବସାଧାରଣରେ ସ୍ବୀକୃତ ଯେ, ଶିଶୁମାନେ ସେମାନଙ୍କ ମାତୃଭାଷା ମାଧ୍ୟମରେ ସର୍ବୋତ୍ତମ ଭାବେ ଶିଖନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି), ୨୦୨୦ରୁ ଉଦ୍ଧୃତ ଗବେଷଣା ନିଷ୍କର୍ଷ ଅନୁଯାୟୀ, ଦୁଇରୁ ଆଠ ବର୍ଷ ବୟସର ପିଲାମାନେ ଭାଷାଗୁଡ଼ିକୁ ଅତି ଶୀଘ୍ର ଗ୍ରହଣ କରୁଥିବାରୁ ପାରସ୍ପରିକ ବାର୍ତ୍ତାଳପ ସହିତ ସମସ୍ତ ଭାଷାକୁ ଏକ ଉପଭୋଗ୍ୟ ଓ କ୍ରିୟାଶୀଳ ଶୈଳୀରେ ଶିକ୍ଷା ଦିଆଯିବ, ଏଥିରେ କୌଣସି ଦ୍ୱିମତ ନାହିଁ।
ଏନ୍‌ଇପି ବହୁଭାଷିତାକୁ ପ୍ରୋତ୍ସାହନ ଦେଇ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ ଭାଷାର ଶକ୍ତିକୁ ଏକ ମୌଳିକ ନୀତି ଭାବରେ ତାଲିକାଭୁକ୍ତ କରିଛି। ସିବିଏସ୍‌ସିଇ ନିଜ ସହ ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ଏହାକୁ ଗୁରୁତ୍ୱ ଦେଉଛି। କିନ୍ତୁ ଏହାକୁ କେବଳ ଗୋଟିଏ ବୋର୍ଡ ସହ ଜଡ଼ିତ ବିଦ୍ୟାଳୟଗୁଡ଼ିକରେ କାହିଁକି ସୀମିତ ରଖାଯିବ? ଯେଉଁମାନଙ୍କର ମାତୃଭାଷା କୌଣସି ପୁସ୍ତକ ବା ବିଦ୍ୟାଳୟରେ ସ୍ଥାନ ପାଇନାହିଁ, ସେହି ପିଲାମାନଙ୍କ ବିଷୟରେ ଚିନ୍ତା କରିବାର ଏବେ ଠିକ୍‌ ସମୟ ନୁହେଁ କି? ନିଜ ମାତୃଭାଷାରେ ଏପର୍ଯ୍ୟନ୍ତ କୌଣସି ଲିପି ନ ଥିବା ବହୁ ଛାତ୍ରୀଛାତ୍ର ମଧ୍ୟ ଅଛନ୍ତି। ବହୁଭାଷିତାକୁ ସମର୍ଥନ କରିବା ସମୟରେ ଅଧିକାଂଶ ସରକାରୀ କିମ୍ବା ପୌରାଞ୍ଚଳ ଅଧୀନ ବିଦ୍ୟାଳୟରେ ଏପରି ବାସ୍ତବତା ତଥା ପରିସ୍ଥିତିକୁ ଅଣଦେଖା କରାଯାଇପାରିବ ନାହିଁ। ସେଠାରେ ପଢ଼ୁଥିବା ପିଲାମାନଙ୍କୁ ଭାଷାଗତ ଦକ୍ଷତା ହାସଲ କରିବାକୁ ହେବ। ସେମାନେ ଅନେକ ଭାଷା ଶିଖିବାକୁ ଆଗ୍ରହୀ ଓ ନିଶ୍ଚିତ ଭାବରେ ସେମାନଙ୍କର ଦକ୍ଷତା ଅଛି। ଏଥିପାଇଁ ସଠିକ୍‌ ଶିକ୍ଷୟିତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ର ଅନୁପାତରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ପରିବେଶକୁ ବୁଝିଥିବା ନିୟମିତ ଓ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆବଶ୍ୟକତା ରହିଛି।
ଯଦି କେବଳ ସର୍କୁଲାର ମାଧ୍ୟମରେ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇପାରନ୍ତା, ତେବେ ସ୍ବାଧୀନତା ପରେ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ ହୋଇ ଆସିଥିବା ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ସେ ସମୟରେ ଅପମାନ, ବିଫଳତା ଓ ବହିଷ୍କାରର ଶିକାର ହୋଇନଥା’ନ୍ତେ। କଥିତଭାଷା ସହିତ ସମାନତା ନ ଥିବା ବାଧ୍ୟତାମୂଳକ ଇଂରାଜୀ ଶିକ୍ଷା, ବିଦ୍ୟାର୍ଥୀମାନଙ୍କ ଅଧାରୁ ପାଠ ଛାଡ଼ ହାର ବୃଦ୍ଧି ଓ ଖରାପ ପରୀକ୍ଷାଫଳ ପ୍ରଦର୍ଶନର କାରକ ଥିଲା। ଉପନିବେଶକାରୀଙ୍କ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସୃଷ୍ଟି ହୋଇଥିବା ଏକ ପ୍ରତିରୋପିତ ଶିକ୍ଷା ବ୍ୟବସ୍ଥା ସାର୍ବଜନୀନ ପ୍ରବେଶ ହାସଲ ନିମନ୍ତେ ବିସ୍ତାର କରାଯାଇ, ସମ୍ବିଧାନର ଧାରା ୪୫ ଅନୁଯାୟୀ, ରାଷ୍ଟ୍ରକୁ (୬-୧୪) ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆମ ପୂର୍ବ ପିଢ଼ିର ଗାନ୍ଧିବାଦୀ ଶିକ୍ଷକ ଓ ଆଦର୍ଶବାଦୀ ରାଜନେତାଙ୍କ ସଂଖ୍ୟା ହ୍ରାସ ପାଇ ସମୟକ୍ରମେ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତିରେ ବି ସରକାରଙ୍କର ଅସାମର୍ଥ୍ୟ ଦେଖାଦେଇଛି। ଆଜି ଅଧିକାଂଶ ଭାରତୀୟ, ଭାଷାର ଶକ୍ତି ଭାବେ ଇଂରାଜୀ ଶିକ୍ଷାକୁ ପରିଗଣିତ କରିଛନ୍ତି। ବେସରକାରୀ ଏବଂ ଅଧିକ ଫିସ୍‌ ଆଦାୟ କରୁଥିବା ବିଦ୍ୟାଳୟଗୁଡ଼ିକୁ ଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସୁରକ୍ଷିତ କରିବାର ଏକମାତ୍ର ଆଶା ଭାବରେ ଦେଖାଯାଏ। ବହୁଭାଷିତା ନିଶ୍ଚିତ ଭାବେ ପ୍ରତିଭା ଓ ଦକ୍ଷତା ବିକାଶରେ ସହାୟକ ହେବ, କିନ୍ତୁ ଜୀବନବ୍ୟାପୀ ଶିକ୍ଷାରେ ବିଶ୍ୱାସ କରୁଥିବା ଏବଂ ଆବଶ୍ୟକ ଭାଷା ଦକ୍ଷତା ସହିତ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନିୟମିତ ଉପସ୍ଥିତି ଓ ଉତ୍ତମ ପରିଚାଳନା ବ୍ୟବସ୍ଥା ଥିବା ବିଦ୍ୟାଳୟଗୁଡ଼ିକରେ ହିଁ ଏହା ସମ୍ଭବ।
ବହୁ ସମୟରେ, ଆମର ବାଗ୍ମିକତା ଅତ୍ୟଧିକ ମହତ୍‌ ହୋଇଯିବା କାରଣରୁ ଆମେ ମୂଳ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରୁ। ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୯ ଲକ୍ଷ ନିୟମିତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ସମସ୍ୟା ଦଶନ୍ଧି ଦଶନ୍ଧି ଧରି ଅସ୍ଥିର ସଂଖ୍ୟା ଭାବେ ରହି ଆସିଛି। ସର୍ବୋପରି ନିମ୍ନ ମାନର ସମ୍ବଳ ଥିବା ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନଙ୍କ ପାଇଁ ବହୁଭାଷିତାର ପ୍ରୟୋଗ କେତେ ଫଳପ୍ରଦ ହୋଇପାରିବ, ତାହା ବିଚାର୍ଯ୍ୟ।
ଭାରତର ଭୂତପୂର୍ବ ପ୍ରଧାନ ବିଚାରପତି ଜଷ୍ଟିସ ଜେ.ଏସ୍‌. ବର୍ମା ୨୦୧୨ ମସିହାରେ ୧୦,୦୦୦ରୁ ଊର୍ଦ୍ଧ୍ୱ ବିଏଡ୍‌ କଲେଜମୂଳତଃ ଡିଗ୍ରୀ ବିକ୍ରି କରୁଥିବା ଉପରେ ସ୍ପଷ୍ଟ ଭାବେ ଆଲୋକପାତ କରିଥିଲେ। ତେଣୁ ଆମର ପ୍ରକୃତ ପ୍ରାଥମିକତା କ’ଣ ହେବା ଉଚିତ- ବହୁଭାଷିତାକୁ ପ୍ରୋତ୍ସାହନ ନା ଉପରୋକ୍ତ ମାଧ୍ୟମରେ ଡିଗ୍ରୀ ହାସଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନିଯୁକ୍ତି ନା କେବଳ ବିଦ୍ୟାଳୟଗୁଡ଼ିକୁ କାର୍ଯ୍ୟକ୍ଷମ କରିବାର ସୁନିଶ୍ଚିତତା?
ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ମେଳ ଖାଉଥିବା ଓ ଏକ ମନୋନୀତ ଗୋଷ୍ଠୀର ଆକାଂକ୍ଷା ପୂରଣ ଦିଗରେ ପ୍ରୟାସ କରିବା ସମୟରେ ସମସ୍ତଙ୍କୁ ସମାନ ଶିକ୍ଷା ପ୍ରଦାନ କରିବାର ଆମର ସାମ୍ବିଧାନିକ ଦାୟିତ୍ୱକୁ ଭୁଲିଯିବା ଅନୁଚିତ। ଲେଖକ ଏଠାରେ ଗୁରୁତ୍ୱାରୋପ କରିବାକୁ ଚାହେଁ ଯେ, ଏକ ସୁବିଧାପ୍ରାପ୍ତ ବର୍ଗ (ଯେପରିକି ସିବିଏସ୍‌ସିଇ ସମ୍ବନ୍ଧିତ ବିଦ୍ୟାଳୟ) ଉପରେ ଅସମାନୁପାତିକ ଭାବରେ ଧ୍ୟାନ ଦେବା ପରିବର୍ତ୍ତେ ଏକ ବଞ୍ଚତ୍ତ ଶ୍ରେଣୀକୁ ଅଣଦେଖା କରାଯିବା ଅନୁଚିତ। ପିଲାମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଆରାମଦାୟକ ଭାଷାରେ ଶିଖିବାକୁ ଦିଆଯାଉ। ସେମାନଙ୍କୁ ନିଜ ସମୃଦ୍ଧି ସହିତ ବାକି ନିଷ୍ପତ୍ତି ନେବାର ସୁଯୋଗ ମଧ୍ୟ ଦିଆଯାଉ। ସେମାନଙ୍କୁ ଆଉ ଏକ ସର୍କୁଲାର ସହିତ ଭାରଗ୍ରସ୍ତ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାରମୁକ୍ତ କରାଯାଉ।

ହୃଷୀକେଶ ପ୍ରଧାନ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ସିଇଆର୍‌ଟି), ଭୁବନେଶ୍ୱର
ମୋ: ୮୦୧୮୧୭୨୩୦୧


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri