ଆଜି ସରିବ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡିରୁ ଉଠିନି ଧାନ

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ସରିଯିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଭଣ୍ଡାରେ ପଡ଼ି ରହିଛି। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଏହି କ୍ରମରେ ରବିବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ରେମତା, ବରଗଡ଼ ବ୍ଲକ ଅନ୍ତର୍ଗତ କୁର୍ଲା ଆଦି ଗ୍ରାମର ଚାଷୀମାନେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ରବିବାର ଛୁଟି ଦିବସ ଥିବାବେଳେ କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲୁଥିଲା। ତେବେ ଧାନ ସଂଗ୍ରହ ପ୍ରକ୍ରିୟାରେ ଏଭଳି ସ୍ଥିତି ଉପୁଜିଥିବା ସତ୍ତ୍ବେ ବିଭାଗୀୟ ଅଧିକାରୀମାନଙ୍କ ଅନୁପସ୍ଥିତି ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କାର୍ଯ୍ୟାଳୟକୁ ଆସି ଅଧିକାରୀମାନେ ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ଉଠାଇବା ନେଇ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟାଳୟରୁ ଯିବେ ନାହିଁ ବୋଲି ଅଡି ବସିଥିଲେ। ତେବେ ପରେ ଫୋନରେ କିଛି ଚାଷୀ ପ୍ରତିନିଧି ବିଭାଗୀୟ ଅଧିକାରୀମାନଙ୍କ ସହିତ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସୋମବାର ସୁଦ୍ଧା ସମସ୍ତ ଧାନ ଉଠାଯିବା ନେଇ ପ୍ରତିଶ୍ରୁତି ପାଇଥିଲେ। ଏହାପରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଘରକୁ ଫେରିଥିଲେ। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀମାନେ ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି, କିନ୍ତୁ ପ୍ରତିଶ୍ରୁତି ମୁତାବକ ମଣ୍ଡିରେ ପଡିଥିବା ଧାନ ଉଠାଣ ହେଉ ନଥିବାରୁ ଚାଷୀମାନେ ଏବେ ମଧ୍ୟ ଚିନ୍ତାରେ ରହିଛନ୍ତି। ରେମତା ଗ୍ରାମର ଚାଷୀ ଚୈତନ୍ୟ ପଟେଲ କହିଛନ୍ତି, ରେମତା ମଣ୍ଡିରେ ୩୪ଚାଷୀଙ୍କ ୨୮୭୦ କୁଇଣ୍ଟାଲ ଧାନ ପଡ଼ି ରହିଛି। ଏହି ଧାନ ଉଠାଇବା ପାଇଁ ଶନିବାର ଗ୍ରାମର ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସମସ୍ତ ଧାନ ଉଠାଣ ନେଇ ମିଲର୍ସମାନଙ୍କୁ ଟାର୍ଗେଟ ଦିଆଗଲା ବୋଲି ଯୋଗାଣ ଅଧିକାରୀ କହିଥିଲେ। କିନ୍ତୁ ମାତ୍ର ୧୮୦୦ କୁଇଣ୍ଟାଲର ଟାର୍ଗେଟ ଆସିଥିବାରୁ କେଉଁ ଚାଷୀଙ୍କ ଧାନ ଉଠିବ ଏବଂ କାହାର ଧାନ ମଣ୍ଡିରେ ପଡି ରହିବ, ତାକୁ ନେଇ ଚାଷୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରାଯାଉଛି। ଫଳରେ ସମୁଦାୟ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଉ ଏବଂ ସମସ୍ତ ଧାନ ମଣ୍ଡିରୁ ଉଠାଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି ଧାନ ବିକି ପାରି ନ ଥିବାରୁ ସ୍କୁଲ, କଲେଜରେ ଚାଷୀମାନେ ସେମାନଙ୍କ ପିଲାଛୁଆଙ୍କ ନାମ ଲେଖାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅନ୍ୟଜଣେ ଚାଷୀ ଲଲିତ ଦାଶ କହିଛନ୍ତି। କୁର୍ଲା ଗ୍ରାମର ଚାଷୀ ରବିନ୍ଦ୍ର ଖମାରୀ କହିଛନ୍ତି, ଖରିଫ ଚାଷ ସମୟ ଗଡ଼ି ଚାଲିଛି। ମାତ୍ର ଚାଷୀମାନେ ରବି ଧାନ ଏପର୍ଯ୍ୟନ୍ତ ବିକ୍ରି କରି ପାରି ନଥିବାରୁ ଖରିଫ ଚାଷକାର୍ଯ୍ୟ କରି ପାରୁ ନାହାନ୍ତି। ଅପରପକ୍ଷରେ ବର୍ଷା ଆସି ଯାଇଥିବାରୁ ଜିଲାର ଚାଷୀମାନଙ୍କ ଚିନ୍ତା ବଢି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?