ଫ୍ଲାଏ ଓଭରରେ ଫସିରହୁଛି ଗାଡ଼ି

ରାୟଗଡ଼ା,୨୩।୧୧(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରରେ ରେଳଲାଇନ ସମ୍ପ୍ରସାରଣ କାମ ଯୋଗୁ ଅଣ୍ଡରପାସ୍‌ ସବ୍‌ୱେ ରାସ୍ତା ବନ୍ଦ ଥିବାରୁ ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ. ଜାତୀୟ ରାଜପଥରେ ଥିବା ଫ୍ଲାଏଓଭର ଯାତାୟାତର ଏକମାତ୍ର ବିକଳ୍ପ ସାଜିଛି। ସହରର ଉଭୟ ପାର୍ଶ୍ୱକୁ ସଂଯୋଗ କରୁଥିବା ଫ୍ଲାଏଓଭରରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିବା ସହ ଆନ୍ଧ୍ରପ୍ରଦେଶକୁ ଭାରିଯାନଗୁଡ଼ିକ ମଧ୍ୟ ଯାତାୟାତ କରୁଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଟ୍ରାଫିକ୍‌ ସମସ୍ୟା ଯୋଗୁ ଗାଡିଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରିକାଳୀନ ଗାଡ଼ି ମଧ୍ୟ ରାସ୍ତା ଅତିକ୍ରମ ନ କରିପାରି ଫସି ରହୁଛନ୍ତି। ତେବେ ମଙ୍ଗଳବାର ଓ ବୁଧବାର ମଧ୍ୟାହ୍ନ ୧ଟା ସମୟରେ ଫ୍ଲାଏଓଭରରେ ଏକ ବସ୍‌ ଖରାପ ହୋଇଯିବାରୁ ପ୍ରାୟ ୨ଘଣ୍ଟା ଧରି ଟ୍ରାଫିକ ଜାମ୍‌ ରହିଥିଲା। ଫ୍ଲାଏଓଭର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଛିଡା ହୋଇ ରହିଥିଲା। ଏହି ସମୟ ଭିତରେ ସ୍କୁଲ ବସ୍‌, ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା ା ଏହି ଟ୍ରାଫିକ କ୍ଲିୟର କରିବା ପାଇଁ ପୋଲିସକୁ ମଧ୍ୟ ନାକେଦମ୍‌ ହେବାକୁ ପଡ଼ିଥିଲା ା
ଥାଉକି, ରାୟଗଡ଼ାରେ ତୃତୀୟ ରେଳ ଲାଇନ୍‌ ସମ୍ପ୍ରସାରଣ ପାଇଁ ପୁରୁଣା ଓ ନୂଆ ସହର ମଧ୍ୟରେ ସଂଯୋଗ କରୁଥିବା ଅଣ୍ଡରପାସ୍‌ ସବୱେ ବନ୍ଦ ରହିଛି। ଫଳରେ ଏକମାତ୍ର ଫ୍ଲାଏଓଭରରେ ପ୍ରତିଦିନ ଶତାଧିକ ଯାନବାହନ ଯାତାୟତ କରୁଛି। ଅନ୍ୟପକ୍ଷରେ ଫ୍ଲାଏଓଭର ଅବସ୍ଥା ମଧ୍ୟ ଶୋଚନୀୟ ଥିବାରୁ କେତେବେଳେ ବଡ଼ ଧରଣର ଅଘଟଣ ଘଟିବ ସେଥିରେ କୌଣସି ସନ୍ଦେହ ନାହିଁ। ତେଣୁ ରାୟଗଡ଼ା ସହରରେ ଟ୍ରାଫିକ୍‌ ସମସ୍ୟା ସୁଧାରିବା ପାଇଁ ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ କାମ ଶେଷ ନ କରି ବନ୍ଦ ପ୍ରସ୍ତାବ

ଯାଜପୁର,୧୮।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧  ଅଧୀନ ଜିଲାର ସୀମାନ୍ତବର୍ତ୍ତି ତଥା ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ଓ ବ୍ରିଜ…

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri