ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ

ରାଜନଗର, ୨୯ା୫(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରେ ସୂଚନା କେନ୍ଦ୍ର, ମୁଖ୍ୟ ଫାଟକ, ୱାଚ୍‌ ଟାୱାର, ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଠି ନିର୍ମାଣ ହେବ। ଏହି ପର୍ଯ୍ୟଟନଭିତ୍ତିକ ପ୍ରକଳ୍ପଗୁଡ଼ିକର ଥ୍ରୀଡି ଚିତ୍ରକୁ ଜିଲା ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଛଡ଼ାଯାଇଛି।

ବିଶ୍ୱପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ସରକାର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଗୁପ୍ତି ଜେଠିରେ ଡ୍ରାଏ ଡକ୍‌ ସୁବିଧା ପାଇଁ ୩୦ ଲକ୍ଷ, ଡାଙ୍ଗମାଳ ପ୍ରବେଶ ଦ୍ୱାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର, ଗୁପ୍ତିଠାରେ ଜେଠି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର, ଡାଙ୍ଗମାଳଠାରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ଲାଗି ୧୪ କୋଟି ୩୮ ଲକ୍ଷ ୪୪ ହଜାର, ଡାଙ୍ଗମାଳଠାରେ ଥିବା ଜେଠିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର, ଡାଙ୍ଗମାଳଠାରେ କାରିଗରି କ୍ରାଫ୍ଟ ବଜାର ଓ ଫୁଡ୍‌ କୋର୍ଟ ନିର୍ମାଣ ପାଇଁ ୭ କୋଟି ୭୯ ଲକ୍ଷ ୪୭ ହଜାର, ଚାନ୍ଦବାଲିଠାରେ ଜେଠି ନିର୍ମାଣ ପାଇଁ ୬ କୋଟି ୮୭ ଲକ୍ଷ ୬୧ ହଜାର, ଖୋଳାଠାରେ ଜେଠି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ୨ ମାସ ତଳେ ଜିଲା ପ୍ରଶାସନ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପହଞ୍ଚତ୍ ସ୍ଥାନ ଚିହ୍ନଟ କରିଥିଲେ। ଶନିବାର ଜିଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ପ୍ରକଳ୍ପର ଚିତ୍ର ଜାରି କରାଯାଇଛି। ମୁଖ୍ୟ ଫାଟକ ଏପରି ଭାବେ ନିର୍ମାଣ କରାଯିବ, ଯେପରି ପର୍ଯ୍ୟଟକମାନେ କୁମ୍ଭୀର ଅଁା ମଧ୍ୟରେ ପଶି ଜାତୀୟ ଉଦ୍ୟାନ ଯିବାର ଅନୁଭବ କରିବେ। ଏଥିସହ ସୂଚନା କେନ୍ଦ୍ର ନିର୍ମାଣ ହେବ। ଏଥିରେ ଅଲିଭ୍‌ ରିଡ୍‌ଲେ, ଲୁଣିପାଣି କୁମ୍ଭୀର, ପକ୍ଷୀ, ମ୍ୟାନ୍‌ଗ୍ରୋଭ୍‌ ସହ ୭ଡି ଥିଏଟର ଓ ଆକ୍ୱାରିୟମ ରହିବ। ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଯେଉଁ ଜେଠି ନିର୍ମାଣ ହେବ, ଜେଠିରେ ଫ୍ଲୋଟିଂ ଜେଠି ସଂଯୁକ୍ତ ରହିବ। ଜେଠି ନିକଟରେ ଟିକେଟ କାଉଣ୍ଟର, ସ୍ନାକ୍ସ କାଉଣ୍ଟର, ଟଏଲେଟ, ରେଷ୍ଟରୁମ୍‌ ସହ ପାର୍କିଂ ସ୍ପେଶ୍‌ ରହିବ। ଏହାବାଦ୍‌ ୱାଚ୍‌ ଟାୱାର ନିର୍ମାଣ କରାଯିବ, ଯେଉଁ ଟାୱାର ଉପରେ ଚଢ଼ି ପର୍ଯ୍ୟଟକମାନେ ଲୁଣାଜଙ୍ଗଲର ଶୋଭା ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri