ଡ୍ରମ ଭିତରେ ରଖାଯାଇ ଜଙ୍ଗଲରେ ପୋତାଯାଇଥିଲା ଲ୍ୟାଣ୍ଡମାଇନ୍‌

ଚିତ୍ରକୋଣ୍ଡା:୧୦।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ଶନିବାର ବିଏସ୍‌ଏଫ୍‌ ଯବାନମାନେ ୫ କିଲୋ ଅଫୁଟା ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ଏହା ସହ ମାଓବାଦୀମାନେ ବ୍ୟବହାର କରୁଥିବା ପୋଷାକପତ୍ର, ପଲିଥିନ, ମଲ୍ଟିମିଟର୍‌, ମଧ୍ୟ ଯବାନଙ୍କ ହାତରେ ଲାଗିଛି।
ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ବିଏସଏଫ୍‌ ଯବାନମାନେ ଜଙ୍ଗଲରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ପରେ ଜଙ୍ଗଲରେ ଡ୍ରମ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଜବତ ହୋଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ତାହାକୁ ନିଷ୍କ୍ରିୟ କରିଛନ୍ତି।
କିଛି ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀମାନେ ଯୋଜନା କରୁଥିବା ଜଣାପଡ଼ିଛି।