କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ, କାରଣ ଏବକାର ପରିସ୍ଥିତିରେ କୌଣସି ସରକାରୀ କଳ ଦ୍ୱାରା ସଂଗୃହୀତ ତଥ୍ୟ ଉପରେ ଭରସା କରାଯାଇପାରିବ ନାହିଁ। ତେବେ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହ୍ୟୁମାନ ଡେଭଲପ୍‌ମେଣ୍ଟ (ଆଇଏଚ୍‌ଡି) ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ ୮୩ ପ୍ରତିଶତ ନିଯୁକ୍ତିବିହୀନ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ଯୁବବର୍ଗ। ଅର୍ଥାତ୍‌ ଭାରତରେ ଯୁବ ବେକାର ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ଚକିତ କଲାଭଳି ଏକ ରିପୋର୍ଟ ‘ଓ୍ବାର୍କଇଣ୍ଡିଆ’ ପକ୍ଷରୁ ପ୍ରକାଶ ପାଇଛି। ଭାରତରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଆଶାୟୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ଘଟସୂତ୍ର ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଥିବା ଏହି ଅନ୍‌ଲାଇନ୍‌ ଜବ୍‌ ପୋର୍ଟାଲ କହିଛି ଯେ, ଦେଶରେ ବହୁ ଚାକିରି ଦଶମ ଶ୍ରେଣୀ ତଳକୁ ପଢ଼ିଥିବା ବର୍ଗକୁ ପସନ୍ଦ କରୁଛି। ଏହାର ଅର୍ଥ ବୁଝାଯିବା କଥା ନୁହେଁ ଯେ, ଦଶମ ପରେ ଅର୍ଜନ କରାଯାଇଥିବା ଡିଗ୍ରୀର ମାନେ କିଛି ନାହିଁ। କିନ୍ତୁ ଦେଶର ଶ୍ରମ ବଜାର କିଭଳି ଦିଗରେ ଗତି କରୁଛି ତାହାକୁ ଲକ୍ଷ୍ୟ କରିବା କଥା। କମ୍‌ ଶିକ୍ଷାଗତ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି କିଭଳି ନିଯୁକ୍ତି ବଜାରରେ ଆଦର ପାଉଛନ୍ତି ତାହାର ସଂଖ୍ୟାତ୍ମକ ରିପୋର୍ଟ ଓ୍ବାର୍କଇଣ୍ଡିଆ ପ୍ରକାଶ କରିଛି। ୨୦୨୫ରେ ପ୍ରାୟ ୯.୯ ଲକ୍ଷ ନିଯୁକ୍ତିଦାତା ଓ ୧୦ କୋଟିରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ଉପରେ ଆଧାରିତ ରିପୋର୍ଟରେ କୁହାଯାଇଛି ଯେ, ଚାକିରି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦଶମ ଶ୍ରେଣୀ ତଳେ ରହିଥିବା ବର୍ଗଙ୍କ ସବୁଠାରୁ ଅଧିକ ଚାହିଦା ଥିବା ଯୋଗ୍ୟତା ପାଲଟିଯାଇଛି। ଅନ୍ୟପକ୍ଷରେ କର୍ମଚାରୀ ଓ ମାନବ ସମ୍ବଳ ଦିଗରେ କାର୍ଯ୍ୟରତ ‘ଟିମ୍‌ଲିଜ୍‌’ର ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୭୫ ପ୍ରତିଶତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବେବି ଶିଳ୍ପ ଆବଶ୍ୟକତା ସହ ଅସଙ୍ଗତ ରହିଛନ୍ତି। ଚାକିରି ଓ ଶିକ୍ଷା ବର୍ତ୍ତମାନ ଭିନ୍ନ ପଥରେ ଯାଉଛନ୍ତି, ଯାହା ପୂର୍ବରୁ ହାତେହାତେ ଚାଲୁଥିଲା।
ଉପରଲିଖିତ ରିପୋର୍ଟ ଦେଖିଲେ ଭାରତରେ ନିଯୁକ୍ତିର ବିଷମ ଦିଗସବୁ ପଦାକୁ ଆସୁଛି। ଏଥିପାଇଁ ଦେଶର ଶିକ୍ଷା ଓ ନିଯୁକ୍ତିଭିତ୍ତିକ ନୀତି ବା ଯୋଜନାକୁ ଇଙ୍ଗିତ କରାଯାଇପାରେ। ଭାରତ ବିକଶିତ ରାଷ୍ଟ୍ର ହେବା ପାଇଁ ସ୍ବପ୍ନ ଦେଖିବା ସ୍ବାଗତଯୋଗ୍ୟ। ୫ ଟ୍ରିଲିୟନ ଅର୍ଥନୀତି ପାଇଁ ଆକାଂକ୍ଷା ରଖିବା ଉତ୍ସାହଜନକ। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏଥିପାଇଁ ଦେଶର ଯୁବଶକ୍ତିକୁ କେତେ ପରିମାଣରେ ପ୍ରସ୍ତୁତ କରାଯାଉଛି। ଗତ ଦଶନ୍ଧି ହେବ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରାଯାଉଥିବା ଜୋରଦାର କୁହାଯାଉଛି। ବାସ୍ତବରେ ଦେଖିଲେ କମ୍‌ ପାଠ ପଢ଼ି କୁଶଳୀ ହେଉଥିବା ବର୍ଗଙ୍କୁ ବିଶେଷ ଅଗ୍ରାଧିକାର ଦିଆଯାଉଛି। କାରଣ ଭାରତରେ ଶିକ୍ଷାଲାଭ କରିଥିବା ଯୁବକ ଯଦି ନିଜକୁ ଉଚ୍ଚଶିକ୍ଷିତ ମନେକରନ୍ତି, ତେବେ ସେମାନେ ନିଜ ହାତରେ କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ତଙ୍କୁ ଟେବୁଲରେ ବସା ଚାକିରି ଆବଶ୍ୟକ, ଯେଉଁଥିରେ ମାସ ଶେଷରେ ଦରମା ସୁନିଶ୍ଚିତ ଥିବ। ଯଦି ଦରମା ସହିତ ଉପୁରି ମିଳିପାରିଲା ତେବେ ତାହା ଆକର୍ଷଣୀୟ ଚାକିରି, ଯାହାକୁ ହାସଲ କରିବା ପାଇଁ ଆଶାୟୀ ସମ୍ପତ୍ତି ବିକ୍ରିକରି ଘୁସ୍‌ ଦେବାପାଇଁ ପ୍ରସ୍ତୁତ ହୋଇଯାଆନ୍ତି। କାର୍ଯ୍ୟରେ ସମୟ ଏବଂ ଗୁଣବତ୍ତାକୁ ଆଖିରେ ରଖିବାର ଚରିତ୍ର ଆମେ ଭାରତୀୟମାନେ ଶିଖିବାକୁ ନାରାଜ। ସମୟ ଥିଲା ଭାରତରୁ ଅନେକ ପୂର୍ଣ୍ଣାଙ୍ଗ ଉତ୍ପାଦ ବିଦେଶକୁ ରପ୍ତାନି ହେଉଥିଲା। ଗତ ଦଶନ୍ଧିର ରେକର୍ଡ ଦେଖିଲେ ମନେହେଉଛି ଏହି ଦେଶରୁ କେବଳ କଞ୍ଚାମାଲ ବିଦେଶକୁ ରପ୍ତାନି ହେଉଛି। ଭାରତୀୟ ଯୁବକ ବାସ୍ତବରେ କାର୍ଯ୍ୟ ନୁହେଁ, ଚାକିରି ଖୋଜିଥାନ୍ତି। ଏହି ଦୁଇଟି ଶବ୍ଦ ମଧ୍ୟରେ ଅନେକ ଅନ୍ତର ରହିଛି। କାର୍ଯ୍ୟଦକ୍ଷତାର ଘୋର ଅଭାବ ଯୋଗୁ ଭାରତର ଯୁବପିଢ଼ି ନିଯୁକ୍ତିଯୋଗ୍ୟ ହୋଇପାରୁ ନାହାନ୍ତି। ଦଶମ ଶ୍ରେଣୀରୁ ନିମ୍ନ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ମିଳୁଥିବାର ଅର୍ଥ ହେଉଛି କୁଲି, ମୂଲିଆ ଓ କ୍ଲିନର ଚାକିରି। ଖୁବ୍‌ଶୀଘ୍ର ଏହି ଦେଶ ଅଳ୍ପ କେତେକ ପୁଞ୍ଜିପତିଙ୍କ ଦ୍ୱାରା ଶାସିତ ହେବ, ଯେଉଁଥିରେ ସାଧାରଣ ଯୁବତୀଯୁବକ କେବଳ ସେହି ଛୋଟକାଟିଆ କାମରେ ନିଯୁକ୍ତ ହେଉଥିବେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri