ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍‌

କେନ୍ଦ୍ରାପଡ଼ା, ୧୨ା୧୦(ଜଗନ୍ନାଥ ଧଳ)ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍‌ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍‌ସିଡିରେ ପାଣିପମ୍ପ୍‌ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରିଥିଲେ ମଧ୍ୟ କୃଷି ବିଭାଗରେ ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ନାହିଁ। ଯେତିକି ପରିମାଣରେ ଆସୁଛି, ଅଧିକାଂଶ ମିଛଚାଷୀ ତାହାକୁ ହାତଉଛନ୍ତି। ଏପରି ଅଭିଯୋଗ ଜିଲାପାଳଙ୍କ ଜନଶୁଣାଣି ସମୟରେ ମଙ୍ଗଳବାର ପହଞ୍ଚତ୍ଛି। ଅଭିଯୋଗକାରୀମାନେ ୫ ବର୍ଷ ମଧ୍ୟରେ ରିହାତି ଦରରେ ବିକ୍ରୟ ହୋଇଥିବା କୃଷି ସରଞ୍ଜାମ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ପ୍ରତ୍ୟୁଷ କୁମାର ରାଉତ କହିଛନ୍ତି, ଫାର୍ମ ମେକାନାଇଜ୍‌ ସ୍କିମରେ କୃଷି ସରଞ୍ଜାମ ୨୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାଷୀଙ୍କୁ ରିହାତି ମିଳୁଛି। ତେବେ ଏହି ରିହାତି ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କୃଷି ବିଭାଗର କେତେ ଜଣ ଅଧିକାରୀ, ସପ୍ଲାୟର ସବ୍‌ସିଡି ଅର୍ଥକୁ ହେରଫେର କରୁଥିବା ଦେଖାଯାଉଛି। ସେ କହିଛନ୍ତି ଯେ, ୨୦୨୨ରେ କମ୍ବାଇନ ହାର୍ଭେଷ୍ଟର କିଣିବା ପାଇଁ କୃଷି ବିଭାଗରେ ଆବେଦନପତ୍ର ଦେଇଥିଲେ। କେନ୍ଦ୍ରାପଡ଼ା ଜିଲା ପାଇଁ ହାର୍ଭେଷ୍ଟର ଆଲଟ୍‌ମେଣ୍ଟ ହେବା ପରଦିନ ବିକ୍ରି ସରି ଯାଇଥିବା ବିଭାଗୀୟ ଅଧିକାରୀଙ୍କ ସମେତ ସପ୍ଲାୟର କହିଥିଲେ। ଅଭିଯୋଗକାରୀ ଚାଷୀ ମଦନମୋହନ ସାହୁ କହିଛନ୍ତି, ସରକାର ଚାଷୀଙ୍କୁ ସବ୍‌ସିଡିରେ ଟ୍ରାକ୍ଟର, ପାୱାରଟିଲର, ପାଣିପମ୍ପ, ଧାନ ଓ ବାଦାମ ଝଡ଼ା ମେଶିନ ଆଦି ବିଭିନ୍ନ କୃଷିଯନ୍ତ୍ରପାତି ତଥା ଉପକରଣ ଯୋଗାଉଛନ୍ତି। ଏଥିପାଇଁ ସହରର ଦୁହୁରିଆ, ଖଡ଼ଇଙ୍ଗ, ଗରାପୁର, ଗୋପ ଆଦି ଅଞ୍ଚଳରେ ପ୍ରାଧିକୃତ ସପ୍ଲାୟର ଅଛନ୍ତି। ତେବେ କ୍ଷେତରେ ଜଳସେଚନ ପାଇଁ ପାଣି ପମ୍ପଟିଏ ସମ୍ପୃକ୍ତ ସପ୍ଲାୟରଙ୍କଠାରୁ କୃଷି ବିଭାଗର ମଞ୍ଜୁରୀ ସତ୍ତ୍ୱେ ରିହାତି ଦରରେ ମିଳୁନାହିଁ। ମିଳୁଥିବା ୫୦% ରିହାତି କାହା ଖାତାକୁ ଯାଉଛି ତାହା ତଦନ୍ତସାପେକ୍ଷ। ଅନ୍ୟତମ ଅଭିଯୋଗକାରୀ ଆଶିଷ କୁମାର ମହାପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ଆସୁଥିବା ପାୱାରଟିଲର କଲିକତାକୁ ଚାଲାଣ ହେଉଥିବା ବହୁ ସମୟରେ ଦେଖାଯାଉଛି। ସେହିପରି କୃଷି କ୍ଷେତ୍ର ପାଇଁ ଆସିଥିବା ଟ୍ରାକ୍ଟର ଏବେ ରାସ୍ତାରେ ପରିବହନ କାର୍ଯ୍ୟରେ ଲାଗୁଛି। ମିଛଚାଷୀଙ୍କ ପରମିଟରେ ବ୍ୟବସାୟୀମାନେ ଟ୍ରାକ୍ଟର, ପାୱାରଟିଲର ହାତଉଥିବାରୁ ପ୍ରଶାସନିକ ତଦନ୍ତ ହେଲେ ବହୁ ଅନିୟମିତତା ପଦାକୁ ଆସିବ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଆସନ୍ତା ଡିସେମ୍ବରରେ ଖରିଫ ଧାନ ଅମଳ ହେବ। ଚାଷ ପାଇଁ ଅଧିକ ହାର୍ଭେଷ୍ଟର ଓ ପାୱାରଟିଲର, ପାଣିପମ୍ପ ଆବଶ୍ୟକ। ରିହାତି ଦରରେ ବିକ୍ରୟ ହେଉଥିବା କୃଷି ସାମଗ୍ରୀ ବ୍ୟବସାୟୀମାନେ କାଗଜପତ୍ରରେ ବିକ୍ରି ହେଉଥିବା ଦର୍ଶାଉଛନ୍ତି। ଏହାର ସବ୍‌ସିଡି ଅର୍ଥ ସପ୍ଲାୟର ହାତେଇ ନେଉଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ କରିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରିହାତି ଅର୍ଥରେ ବିକ୍ରୟ ହେଉଥିବା କୃଷି ସରଞ୍ଜାମରେ ଅନିୟମିତତା ହୋଇଥିବା ନେଇ ଚାଷୀଙ୍କ ଅଭିଯୋଗକୁ ତଦନ୍ତ କରାଯିବ। ଏ ନେଇ ଜିଲା କୃଷି ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ବିଭାଗୀୟ ତଦନ୍ତ ପରେ ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri