ଜମି ଫାଟି ଆଁ, ଚାଷ କାର୍ଯ୍ୟ ପଛୁଆ

ଗୋପବନ୍ଧୁ ନଗର,୧୪।୭(ଶାନ୍ତନୁ କୁମାର ମଢୁଆଳ): ଜୁନ ସରି ଜୁଲାଇ ଅଧା ହେଲାଣି। ଅର୍ଥାତା ଆଷାଢ଼ ସରି ଶ୍ରାବଣ ଚାଲିଥିବା ବେଳେ ଆବଶ୍ୟକ ବର୍ଷା ହୋଇନାହିଁ। ପ୍ରତିବର୍ଷ ପହିଲି ଆଷାଢ଼ ବର୍ଷାରେ ଚାଷୀ ତଳିପକା କାର୍ଯ୍ୟ ଆରମ୍ଭ କରିଥାଏ। ଜୁଲାଇ ପ୍ରଥମ ସପ୍ତାହ ବେଳକୁ ରୁଆ ପୋତା କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ। ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ୪୫୦ ମିଲି ମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ଏ ବର୍ଷ ୧୦ ପ୍ରତିଶତ ବି ବର୍ଷା ହୋଇ ନ ଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବର୍ଷା ଅଭାବରେ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ୍‌ର ଚାଷ ଜମି ଫାଟି ଅଁା କଲାଣି। ଫଳରେ ଚାଷ କାର୍ଯ୍ୟ ପଛୁଆ ହୋଇଯାଇଛି।
ବ୍ଲକ୍‌ରେ ୨୦୨୨ ରେ ୧୦ ହଜାର ୧୨୭ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିବା ବେଳେ ଏ ବର୍ଷ କୃଷି ବିଭାଗ ଆଜି ପର୍ଯ୍ୟନ୍ତ ଆକଳନ କରିପାରିନାହିଁ କେତେ ଜମି ଚାଷ ହେବ। ପ୍ରତି ବର୍ଷ ମେ’ ରେ ଚାଷୀ ତଳିଆ ଅଞ୍ଚଳର ଜମିରେ ଧାନ ବୁଣା କାର୍ଯ୍ୟ କରି ଆସୁଥିବା ବେଳେ ଏ ବର୍ଷ ପାଣିପାଗ ଅନୁକୂଳ ନ ଥିବାରୁ ଧାନବୁଣା ହୋଇପାରିନାହିଁ। ପୂର୍ବ ବର୍ଷ ଅପେକ୍ଷା ଚାଷୀ ଏବେ ରୁଆ ପୋତା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଜଳସେଚିତ ଅଞ୍ଚଳରେ ମାତ୍ର ୫ ପ୍ରତିଶତ ଜମିରେ ସପ୍ତାହ ହେବ ତଳି ପକାଯାଇଥିବାର ଦେଖିବାକୁ ମିଳିଛି। ଚଳିତ ବର୍ଷ ୪ ଶହ କୁଇଣ୍ଟାଲ ଉନ୍ନତ କିସମର ଧାନ ବିହନ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ଥିବା ବେଳେ ଜୁନ୍‌ ଶେଷ ସୁଦ୍ଧା ୩୦୪ କୁଇଣ୍ଟାଲ ଧାନ ଆସି ସାରିଛି। ମାତ୍ର ଆଜି ସୁଦ୍ଧା ୧୩୭ କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଥିବା ବ୍ଲକ୍‌ କୃଷି ଅଧିକାରୀ ହାଡ଼ିବନ୍ଧୁ ପଣ୍ଡା କହିଛନ୍ତି। ନିୟମିତ ବର୍ଷା ଅଭାବରୁ ଗଡ଼ିଆ ପୋଖରୀ ମଧ୍ୟ ଶୁଖିଲା ପଡ଼ିଛି। ଅନ୍ୟପଟେ ବ୍ଲକ୍‌ର ମାତ୍ର ୧୦ ପ୍ରତିଶତ ଜମି ଜଳସେଚିତ ହୋଇଥିବା ବେଳେ ସେଥିରୁ ୫ ପ୍ରତିଶତ ଜମିରେ ବି ପାଣି ମାଡୁନାହିଁ। ଫଳରେ ଅନେକ ଜମି ଫାଟିଗଲାଣି। ଉକ୍ତ ବ୍ଲକ୍‌ରେ ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି କହିଲେ କେବଳ ମାତ୍ର ଧାନ ଚାଷ। ଏଥିରେ ହିଁ ଲୋକେ ଗୁଜୁରାଣ ମେଣ୍ଟାଇଥାଆନ୍ତି। ଆଗାମୀ ଦିନରେ ସ୍ବାଭାବିକ ବର୍ଷା ନ ହେଲେ ଚାଷୀ ବର୍ଷର ଆହାର ସଂଗ୍ରହ କରିବାରେ ବି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri