Categories: ଫୁରସତ

ଦିନକୁ ଅନେକ ଥର ରଙ୍ଗ ବଦଳାଏ ଏହି ହ୍ରଦ

ଭାରତରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ବହୁତ ପସନ୍ଦ କରନ୍ତ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ଏହି ସ୍ଥାନଗୁଡ଼ିକ ହିମାଚଳ ପ୍ରଦେଶରେ ଥିବା ହ୍ରଦଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ।

ହିମାଚଳ ପ୍ରଦେଶରେ ଥିବା ଚନ୍ଦ୍ରତାଲ ହ୍ରଦ ହେଉଛି ସର୍ବୋତ୍ତମ କ୍ୟାମ୍ପିଂ ସ୍ଥାନ। ଏଠାକୁ ଆସି ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ହଜି ଯାଆନ୍ତି। ଏହି ହ୍ରଦକୁ ମୁନ୍‌ ଲେକ୍‌ ମଧ୍ୟ କୁହାଯାଏ। ଚନ୍ଦ୍ରତାଲ ହ୍ରଦ ପୃଥିବୀର ସବୁଠାରୁ ସୁନ୍ଦର ହ୍ରଦ। ସମୁଦ୍ର ପତ୍ତନଠାରୁ ଏହା ୧୪,୧୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଶୀତ ଋତୁ ଆରମ୍ଭ ହେବା ସହିତ ଏଠାରେ ତୁଷାରପାତ ପ୍ରକ୍ରିୟା ଆରମ୍ଭ ହୁଏ। ଏହି କାରଣରୁ ଏଠାକୁ ୩/୪ ମାସ ପର୍ଯ୍ୟଟକ ଆସିବା ଉପରେ ପ୍ରତିବନ୍ଧକ ରହିଥାଏ।

ଏହି ହ୍ରଦର ବିଶେଷତ୍ୱ ହେଉଛି ଏହାର ପାଣି ଦିନକୁ ତିନିଥର ରଙ୍ଗ ବଦଳାଇଥାଏ। ଏହି ହ୍ରଦ ‘ମଧୁର ଜଳ ହ୍ରଦ’ ନାମରେ ମଧ୍ୟ ଜଣାଶୁଣା। ହ୍ରଦଟି ଲାହଲ-ସ୍ପିଟିର ସ୍ଥାନୀୟ ଲୋକଙ୍କ ପାଇଁ ଧାର୍ମିକ ମହତ୍ତ୍ୱ ମଧ୍ୟ ରଖିଛି।

Share