‘ଦି ଲେଡି କିଲର’ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡେନକର ଏବଂ ଅଭିନେତା ଅର୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୋମବାର ଦୁହିଁଙ୍କ ଅଭିନୀତ ଏହି ସିନେମାର ଟ୍ରେଲର ରିଲିଜ୍‌ ହୋଇଛି। ଏହାକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି। ଅର୍ଜୁନଙ୍କଠାରୁ ଟ୍ରେଲରଟି ଆରମ୍ଭ ହୋଇଛି। ସେ ଏକ ନୂଆ ସହରକୁ ଯାଇଥିବାବେଳେ ସେଠାରେ ଭୂମିଙ୍କ ସହ ଦେଖା ହୋଇଛି। ଅର୍ଜୁନଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ଫିଲ୍ମରେ ଅର୍ଜୁନଙ୍କ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଛନ୍ତି। ନିର୍ଦ୍ଦେଶକ ଅଜୟ ବହଲଙ୍କ ଏହି ଫିଲ୍ମ ଜରିଆରେ ଉଭୟ ପ୍ରଥମ ଥର ପାଇଁ ଏକାଠି ନଜରକୁ ଆସୁଛନ୍ତି। ଦୁହିଁଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ନଭେମ୍ବର ୩ରେ ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଏହାପରେ ଫିଲ୍ମ ଓଟିଟିରେ ମଧ୍ୟ ରିଲିଜ୍‌ ହେବ। ତେବେ ଭୂମି ୨୦୧୫ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ତାଙ୍କ ଦମ୍‌ଦାର ଅଭିନୟ କରିଛନ୍ତି। ଶେଷଥର ପାଇଁ ତାଙ୍କୁ ସିନେମା ‘ଥ୍ୟାଙ୍କୁ ଫର କମିଂ’ରେ ଦେଖିବାକୁ ମିଳିଥିଲା।

Share