ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ଯୋଡ଼ା,୨୦ା୧୧(ମାନସ ମହାନ୍ତି): ଶିଳ୍ପ ଓ ଖଣି ସମୃଦ୍ଧ ଜିଲା କେନ୍ଦୁଝରର ଯୋଡ଼ା ବ୍ଲକ୍‌ ଜଲହରି ଗ୍ରାମ ପଞ୍ଚାୟତର ନୂଆ କଲୋନୀ ନିବାସୀ ନରେଶ ପାତ୍ର କାମ ଅନ୍ବେଷଣରେ ଯାଇ ତାମିଲନାଡୁରେ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୫ ଦିନ ହେବ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଅଧିକ ସୂଚନା ଦେଇ ତାଙ୍କ ସ୍ତ୍ରୀ ସାରାଣୀ ପାତ୍ର କହିଛନ୍ତି, ଖଣି ଅଞ୍ଚଳରେ ପୂର୍ବ ପରି କାମ ଧନ୍ଦା ମିଳୁ ନ ଥିବାରୁ ତାଙ୍କ ସ୍ବାମୀ ଓ ବନ୍ଧୁ ବିନୋଦ ମୁଣ୍ଡା ଦୁହେଁ କେରଳ ରାଜ୍ୟକୁ କାମ ଅଦ୍ୱେଷଣରେ ନଭେମ୍ବର ୭ରେ ଘରୁ ବାହାରିଥିଲେ। ଜୁରୁଡ଼ି ଷ୍ଟେଶନରୁ ଖୋର୍ଦ୍ଧା ରୋଡ ଷ୍ଟେଶନ ଯାଇ ସେଠାରୁ ଅନ୍ୟ ଏକ ଟ୍ରେନରେ କେରଳ ଅଭିମୁଖେ ଯାତ୍ରା କରିଥିଲେ। ମାତ୍ର ତାମିଲନାଡୁର ଇ ରୋଡ ଷ୍ଟେଶନରେ ଦୁହେଁ ପାଣି ନେବା ପାଇଁ ଓହ୍ଲାଇ ଥିଲେ। ବିନୋଦ ଟ୍ରେନ୍‌ରେ ଚଢ଼ି ଥିବା ବେଳେ ନରେଶ ସେଠାରେ ରହିଯାଇଥିଲେ। ପରବର୍ତ୍ତୀ ସମୟରେ ଘର ଓ ତାଙ୍କ ବନ୍ଧୁ ବିନୋଦଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏବେ ନରେଶଙ୍କ କୌଣସି ଖୋଜ ଖବର ମିଳୁ ନ ଥିବାରୁ ତାଙ୍କ ସ୍ତ୍ରୀ ସା ବାମେବାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନରେଶଙ୍କ ୧୮ ବର୍ଷୀୟା ଝିଅ ଓ ୧୯ ବର୍ଷର ପୁଅ ଅଛନ୍ତି।