Posted inଫୁରସତ

ଓଡ଼ିଶୀ ଶୈଳୀର ବିକାଶ ଦିଗରେ ଏକାମ୍ର ଥିଲା ପରୀକ୍ଷାଗାର

ଆମେ ପୂର୍ବରୁ ଆଲେଖ୍ୟରେ ବିଚାର କରିଥିଲେ ଗୋଟିଏ ଜାତି ପଥର ଶିଳ୍ପକଳାର ଶୀର୍ଷ ସ୍ଥାନରେ ପହଞ୍ଚିବା ଆଗରୁ କେତେ ଯେ ପରୀକ୍ଷା ନିରୀକ୍ଷା ଦେଇ ବିକାଶ ପଥରେ ଆଗେଇଥିବ, କଳ୍ପନା କରିବା ସମ୍ଭବ ନୁହେଁ। ଶିଳ୍ପୀର ସେ ଦୀର୍ଘଯାତ୍ରା ଆଜି ଆମେ ଚର୍ଚ୍ଚା ପରିସରକୁ ଆଣୁଛେ ଏଇଥି ପାଇଁ ଯେ ଯୋଉ ପଣ୍ଡିତମାନେ ଲେଖିଗଲେ ଓଡ଼ିଆ ଶିଳ୍ପୀ ଏପରି ମନ୍ଦିର ଗଢ଼ି ନ ଥିବେ, ଗଢ଼ିବା ସମ୍ଭବ ନୁହେଁ, ସେଇମାନଙ୍କୁ ବିକାଶପଥର ଐତିହ୍ୟର ଏକ ଚିତ୍ର ଦେବା। ନିଜେ ବି ହେଜିବା।
ଦୁର୍ଗାଚରଣ ପଣ୍ଡା ଏକ ନିଚ୍ଛକ ପ୍ରତିଛବି ଶିଳ୍ପୀଙ୍କର ଦୀର୍ଘ ବିକାଶଯାତ୍ରାର ଆଙ୍କିଛନ୍ତି। ସେ ସ୍ପଷ୍ଟ କରିଛନ୍ତି xxx ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଦୀର୍ଘ ୧୫୦୦ ବର୍ଷ ଧାରାବାହିକ ଭାବେ ଏକାମ୍ର କ୍ଷେତ୍ରରେ, ପ୍ରତ୍ୟେକ ଶତାବ୍ଦୀରେ କୌଣସି ନା କୌଣସି ମନ୍ଦିର ନିର୍ମିତ ହୋଇଆସିଛି। xxx ମନ୍ଦିର ନିର୍ମାଣର ଅଙ୍କୁରୋଦ୍‌ଗମଠାରୁ ଚରମ ବିକାଶଧାରାର ଅଧ୍ୟୟନ ନିମନ୍ତେ ମନ୍ଦିରନଗରୀ ଭୁବନେଶ୍ୱର ଏକ ଅପୂର୍ବ ସ୍ଥାନ। (ତତ୍ରୈବ)।
ବାସ୍ତବରେ କେତେ ଯେ ଛୋଟଛୋଟ ମନ୍ଦିର ଗଢ଼ାହୋଇଥିବ, କେତେ ଶାସ୍ତ୍ରୀୟଶୈଳୀ ଆପଣେଇ ନେବାକୁ ପଡ଼ିଥିବ, କେତେ ନୂଆ ଶୈଳୀ, ନୂଆ ମାପ ତା’ ମଧ୍ୟରେ ଯୋଗ ହୋଇଥିବ ତା’ର ଇତିହାସ ନ ମିଳିଲେ ମଧ୍ୟ, ଗୋଟିଏ କଥା ମିଳେ ଶାସ୍ତ୍ରୀୟଧାରାରୁ ମୁକ୍ତ ହୋଇ ଆବଶ୍ୟକ ଅନୁଯାୟୀ ଯେତେବେଳେ ବିଚାର ବିମର୍ଶ କରି ଓଡ଼ିଆ ସ୍ଥପତି ନୂତନ ଶୈଳୀ ଖଞ୍ଜିଥିବେ ସେତେବେଳେ ତାକୁ ତାଳପତ୍ର ପୋଥିରେ ଲେଖିଥିବେ। ତାହା ହିଁ ଓଡ଼ିଶାର ନିଜସ୍ବ ଶିଳ୍ପଶାସ୍ତ୍ର ହୋଇଯାଇଛି। ସେଇ ନୂତନ କୌଶଳ, ନୂତନ ପରିପାଟୀ ହୋଇଯାଇଛି ଓଡ଼ିଶୀ ଶୈଳୀ। କେବେ କଳିଙ୍ଗଶୈଳୀ ରୂପେ ପରିଚିତ ହୋଇଛି ତ କେବେ ଉତ୍କଳ ଶୈଳୀ ରୂପେ। ଏବେ ଆମେ ସାତୋଟିଯାକ ସାମ୍ରାଜ୍ୟର ଶୈଳୀକୁ କହିପାରିବା ‘ଓଡ଼ିଶୀ ଶୈଳୀ’।
ମନ୍ଦିରଟି ଆରମ୍ଭ କରିବାଠାରୁ ଦେବତାଙ୍କୁ ପ୍ରତିଷ୍ଠା କରି ଉପାସନା ଆରମ୍ଭ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼େ। ବଡ଼ମନ୍ଦିରଟିଏ ଗଢ଼ିବା ପୂର୍ବରୁ ତା’ର ପ୍ରତିକୃତି ଛୋଟ ମନ୍ଦିରଟିଏ ପ୍ରଥମେ ଗଢ଼ା ହୋଇଥିବ। ତାହା ହିଁ ହୋଇଥିଲା କୋଣାର୍କଠାରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ହେବା ପୂର୍ବରୁ। ଚାରି ସ୍ଥାନରେ ରହୁଥିଲେ ଶିଳ୍ପୀ। ରହୁଥିବା ସ୍ଥାନରେ ମୁଖ୍ୟମନ୍ଦିରର ବିଭିନ୍ନ ଦୃଷ୍ଟିକୋଣକୁ ବିଚାର କରି ପ୍ରତିକୃତି ମନ୍ଦିର ଗଢ଼ାଯାଇଥିଲା। ଚଉରାଶି ଗ୍ରାମରେ କୋଣାଦିତ୍ୟଠାରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣର ଦେଢ଼ଶହ ବର୍ଷ ପୂର୍ବରୁ ବାରାହୀ ଦେବୀଙ୍କ ମନ୍ଦିର ନିର୍ମାଣ ହୋଇସାରିଥିଲା। ଏଠାରେ ୩୦୦ ମହାରଣା ରହିଥିଲେ। ତେଣୁ ଏହି ମନ୍ଦିର ବଢ଼େଇ ମନ୍ଦିର ଭାବରେ ମଧ୍ୟ ପ୍ରସିଦ୍ଧ ହୋଇଯାଇଥିଲା। ଦୁଇଟି ମନ୍ଦିର ଦେଖିହେଉଛି। ଆଉ ଦୁଇଟି ଅଧାଭଙ୍ଗା ହୋଇ ଧ୍ୱଂସପଥରେ ଆଗେଇ ଚାଲିଛି। ‘ଗୋପ’ ନିକଟରେ ରହିଛି କିଲ୍ଲା ବୟାଳିଶ ବାଟି। ସେଇ ମନ୍ଦିରର ମଧ୍ୟ ମୁଣ୍ଡି ମରାଯାଇଥିଲା କି ନା ଜଣା ପଡ଼ୁନାହିଁ। ଦଧିନଉତି ଉପରକୁ ନାହିଁ। ଏହି ମନ୍ଦିରର ନିର୍ମାଣ ପାଇଁ ଗଙ୍ଗା ମହାପାତ୍ରଙ୍କ ଆଦେଶରେ ପଥରସବୁ ୧୨ଟି ଶଗଡ଼ରେ ବୈୟାଳିଶ ବାଟିକୁ ପ୍ରଥମେ ଆସିଥିଲା। ଭିତ୍ତିଭୂମି ସ୍ଥିର କରି ମାପଚୁପ କରିଥିଲେ ସୂତ୍ରଧର (ସଦାଶିବ ସାମନ୍ତରାୟ ମହାପାତ୍ର)ଙ୍କ ପୁତ୍ର ଧର୍ମ ମହାପାତ୍ର। ସେଇ ଧର୍ମପଦ ଇୟେ; ଯାହାଙ୍କୁ ନେଇ ଅସରନ୍ତି କିମ୍ବଦନ୍ତୀ, ଶେଷହୀନ ଜନଶ୍ରୁତି। ସେ ହାତୀରେ ବସି କୋଣାଦିତ୍ୟରୁ ଆସିଥିଲେ କିଲ୍ଲା ବୟାଳିଶ ବାଟିକୁ। ପୋଥିର ୪୯ ପତ୍ର କଥା ଇୟେ। କିନ୍ତୁ ଆମେ ତାଙ୍କୁ ଜନଶ୍ରୁତିରେ ମାରିଦେଇଛେ।
ମାପଚୁପ ଦେବାପରେ କିଲ୍ଲା ବୟାଳିଶ ବାଟି ଆସ୍ଥାନରେ ତିନିଶହ ବିଶ୍ୱକର୍ମା ଗଢ଼ିଥିଲେ ଦେବୀ ଗଙ୍ଗେଶ୍ୱରୀଙ୍କ ମନ୍ଦିର। ମା’ ଗଙ୍ଗେଶ୍ୱରୀ ଥିଲେ ଶକ୍ତି ପ୍ରଦାୟିନୀ। ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପୂର୍ବରୁ ଗଢ଼ାସରିଥିଲା ଏଇ ମନ୍ଦିର। ଏଇ କିଲ୍ଲାର ଭ୍ରମରବର ହରିଚନ୍ଦନଙ୍କୁ ଆମେ ସ୍ମରଣ କରିବା; ଯାହାଙ୍କୁ ଗଜପତି ଦେଇଥିଲେ ମନ୍ଦିରର ହିସାବ-ନିକାଶ ଦାୟିତ୍ୱ। ଠିକ୍‌ ସେହିପରି ‘ଚଉରାଶି’ରେ ତିନିଶହ ବିଶ୍ୱକର୍ମା ରହିବା ପୂର୍ବରୁ ଗଢ଼ିଉଠିଥିଲା ମା’ ବାରାହୀଙ୍କ ମନ୍ଦିର। ମା’ ଗଙ୍ଗେଶ୍ୱରୀ ଯଜ୍ଞରେ ପ୍ରତିଷ୍ଠା ପାଇଲାପରି ମା’ ବାରାହୀ ମଧ୍ୟ ଯଜ୍ଞରେ ପ୍ରତିଷ୍ଠା ହୋଇଥିଲେ। ତାଙ୍କୁ କୁହାଯାଏ ଯଜ୍ଞବାରାହୀ। ଯଜ୍ଞ ହୋଇ ପବିତ୍ର ହୋଇଥିଲା ଗୋଲରାଗଡ଼। ସେଇଠି ରହୁଥିଲେ ତିନିଶହ ବିଶ୍ୱକର୍ମା। ଯଜ୍ଞ ଅନୁଷ୍ଠାନରେ ସେମାନେ ଯେଉଁ ଶକ୍ତିମୟୀଙ୍କୁ ପ୍ରତିଷ୍ଠା କରିଥିଲେ ସେ ଥିଲେ ଯଜ୍ଞବରୁଣେଇ। ଲିଭି ଲିଭି ଆସୁଛି ସେ ଐତିହ୍ୟ। ତିନିଶହ ବିଶ୍ୱକର୍ମା ଗଡ଼ରୂପାସରେ ରହୁଥିଲେ। ତାଙ୍କର ଉପାସ୍ୟ ଥିଲେ ‘ବଡ଼ତାରା’। ବଡ଼ତାରାଙ୍କଠାରୁ ଗଡ଼ଦେବୀ ମା’ କନକଦୁର୍ଗାଙ୍କୁ ମୁଣ୍ଡିଆ ମାରି ହତିଆର ଧରି ସେମାନେ ବାହାରି ଯାଉଥିଲେ ‘ବଢ଼େଇଗୋହିରି’ ଦେଇ ପଦ୍ମତୋଳା ଗଣ୍ଡ ନିକଟକୁ। ଏହି ଗଡ଼ର ଦଳବେହେରା ଆମ ଜାତିର ନମସ୍ୟ ପୁରୁଷ। ସେହି ‘ବିଶ୍ୱାସପୁରୁଷ’ଙ୍କ ଉପରେ ଥିଲା ନିର୍ମାଣ ପରିଚାଳନା ଦାୟିତ୍ୱ। ଚାରି ଆସ୍ଥାନରୁ ଆସିଲେ ବି ଶେଷରେ ମା’ ଭଗବତୀଙ୍କ ଆଶ୍ରିତ ହୋଇ କାମ ଆରମ୍ଭ କରୁଥିଲେ

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri