ଭଡ଼ାଘରୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନି

ନୟାଗଡ଼ ଅଫିସ,୨୪।୧:ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ଭଡ଼ାଘରେ ଖଣ୍ଡପଡ଼ା ରୋଡ୍‌ରେ ଚାଲୁଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଣଦେଖା କରି ସମୟ ଗଡ଼ାଇ ଚାଲିଛନ୍ତି। ଏଣୁ ସରକାର ଅଯଥାରେ ମାସକୁ ୧୭ ହଜାର ଟଙ୍କା ଘରଭଡ଼ା ବାବଦକୁ ଅପବ୍ୟୟ କରି ଚାଲିଛନ୍ତି। ଅନ୍ୟପକ୍ଷେ ନିର୍ମାଣ ଶ୍ରମିକଙ୍କ ଅନ୍‌ଲାଇନ ଆବେଦନ ୧ ହଜାରୁ ଊର୍ଦ୍ଧ୍ୱ ପଡ଼ି ରହିଥିଲେ ମଧ୍ୟ ଗାମୀଣ ଶ୍ରମ ନିରୀକ୍ଷକ ଓକେ ଅଥବା ଅବ୍‌ଜେକଶନ କରୁନାହାନ୍ତି। ବରଂ ଗ୍ରାମୀଣ ଶ୍ରମ ନିରୀକ୍ଷକ ରାଜନୀତି କରି ବିଭିନ୍ନ ଶ୍ରମକ ସଂଘରେ ଫାଟ ସୃଷ୍ଟି କରୁଥିବା ପରି ଅଭିଯୋଗ ଉଠୁଛି। ଏଣୁ ଯୋଗ୍ୟ ହିତାଧିକାରୀ ସରକାରୀ ଅନୁଦାନ ପାଇପାରୁନାହାନ୍ତି। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହେଉଛି। ମାସକ ମଧ୍ୟରେ ୩ରୁ ୪ଦିନ ନୟାଗଡ଼ରେ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ବଦଳି ହୋଇଯିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ଲିଖିତ ଭାବେ ଅବଗତ କରାଇଛନ୍ତି। ପୁଣି ଜିଲା ଶ୍ରମ ଅଧିକାରୀଙ୍କ ବଦଳି ହୋଇଥିବାବେଳେ ନୂଆ ଶ୍ରମ ଅଧିକାରୀ କାର୍ଯ୍ୟରେ ଯୋଗଦେଇନାହାନ୍ତି। ଏଣୁ ଶ୍ରମ କାର୍ଯ୍ୟାଳୟ ଧୀରେ ଧୀରେ ଶ୍ରମିକଙ୍କ ପାଇଁ ବୋଝ ହୋଇ ଚାଲିଛି।
ଏ ସମ୍ପର୍କରେ ଶ୍ରମିକ ନେତା ଶୂନ୍ୟଜୟୀ ମିଶ୍ର କହିଛନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାସକୁ ୨ରୁ ୪ ଦିନ ଆସୁଛନ୍ତି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅନୁପସ୍ଥିତିରେ ଶ୍ରମ କାର୍ଯ୍ୟାଳୟ ଅଚଳାବସ୍ଥା ସୃଷ୍ଟି ହେଲାଣି। କର୍ମଚାରୀ କେହି କାହାକୁ ମାନୁନାହାନ୍ତି। ଜିଲା ଶ୍ରମ ଅଧିକାରୀ ବଦଳି ପରେ ନୂଆ ଶ୍ରମ ଅଧିକାରୀ କାର୍ଯ୍ୟରେ ଯୋଗଦେଇନାହାନ୍ତି। ନିର୍ମାଣ ଶ୍ରମିକଙ୍କ ଅନ୍‌ଲାଇନ ଆବେଦନଗୁଡିକୁ ଗ୍ରାମୀଣ ଶ୍ରମ ନିରୀକ୍ଷକ ଆଦୌ ଦେଖୁନାହାନ୍ତି। ଏପରିକି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ନିର୍ମାଣ ଶ୍ରମିକଙ୍କ ମଧ୍ୟ ପଞ୍ଜୀକୃତ କରାଯାଉନାହିଁ। ସରକାରଙ୍କ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ। ଏଣୁ ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କ ସହ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ବଦଳି ହେବା ଦରକାର। ନୂଆ ଜିଲା ଶ୍ରମ ଅଧିକାରୀ ତୁରନ୍ତ କାର୍ଯ୍ୟରେ ଯୋଗିଦେବା ଦରକାର। ଶ୍ରମିମାନଙ୍କର କାମ ତୁରନ୍ତ କରାଯାଇ ସରକାର ଅନୁଦାନ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ।
ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ କହିଛନ୍ତି, ଗ୍ରାମୀଣ ଶ୍ରମ ନିରୀକ୍ଷକ ସରକାରୀ କାର୍ଯ୍ୟ ନ କରି ରାଜନୀତି କରୁଥିବାରୁ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କ ପରିଚୟପତ୍ର ହୋଇପାରୁନାହିଁ। ଜିଲା ସଦର ମହକୁମା ନୟାଗଡ଼ ବ୍ଲକ, ଓଡ଼ଗଁା ଓ ରଣପୁର ପରି ବ୍ଲକ ଉପେକ୍ଷିତ ହୋଇରହିଛି। ଏଣୁ ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କୁ ତୁରନ୍ତ ବଦଳି କରାଯାଉ। ସରକାରୀ ଅନୁଦାନ କିପରି ଶ୍ରମିକମାନେ ପାଇବେ ସେ ନେଇ ବ୍ୟବସ୍ଥା କରାଯାଉ ବୋଲିି କହିଛନ୍ତି। ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଥିବା ଅଭିଯୋଗ ଉଠିଲାଣି। ଯେଉଁମାନେ ସରକାରୀ କାମ କରୁନାହାନ୍ତି ସେମାନେ କାର୍ଯ୍ୟାଳୟରେ ରହିବାର ଆବଶ୍ୟକତା ନାହିଁ। ଏଣୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କିଛି ନ କହି ଏ ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ଗଣିଆର ରାମଚନ୍ଦ୍ର ନାୟକ, ରଣପୁରର ସଦାଶିବ ପ୍ରଧାନ, ଓଡ଼ଗଁାର ସୁକାନ୍ତ ସ୍ବାଇଁ କହିଛନ୍ତି, ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ବାଧକ ସାଜୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନୟାଗଡ଼ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଶ୍ରମିକଙ୍କ ବିକାଶକୁ ଅଣଦେଖା କରି ବ୍ୟକ୍ତିଗତ ବିବାଦରେ ଲିପ୍ତଥିବାରୁ ଶ୍ରମିକମାନେ ହନ୍ତସନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri