ଭଡ଼ାଘରୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନି

ନୟାଗଡ଼ ଅଫିସ,୨୪।୧:ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ଭଡ଼ାଘରେ ଖଣ୍ଡପଡ଼ା ରୋଡ୍‌ରେ ଚାଲୁଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଣଦେଖା କରି ସମୟ ଗଡ଼ାଇ ଚାଲିଛନ୍ତି। ଏଣୁ ସରକାର ଅଯଥାରେ ମାସକୁ ୧୭ ହଜାର ଟଙ୍କା ଘରଭଡ଼ା ବାବଦକୁ ଅପବ୍ୟୟ କରି ଚାଲିଛନ୍ତି। ଅନ୍ୟପକ୍ଷେ ନିର୍ମାଣ ଶ୍ରମିକଙ୍କ ଅନ୍‌ଲାଇନ ଆବେଦନ ୧ ହଜାରୁ ଊର୍ଦ୍ଧ୍ୱ ପଡ଼ି ରହିଥିଲେ ମଧ୍ୟ ଗାମୀଣ ଶ୍ରମ ନିରୀକ୍ଷକ ଓକେ ଅଥବା ଅବ୍‌ଜେକଶନ କରୁନାହାନ୍ତି। ବରଂ ଗ୍ରାମୀଣ ଶ୍ରମ ନିରୀକ୍ଷକ ରାଜନୀତି କରି ବିଭିନ୍ନ ଶ୍ରମକ ସଂଘରେ ଫାଟ ସୃଷ୍ଟି କରୁଥିବା ପରି ଅଭିଯୋଗ ଉଠୁଛି। ଏଣୁ ଯୋଗ୍ୟ ହିତାଧିକାରୀ ସରକାରୀ ଅନୁଦାନ ପାଇପାରୁନାହାନ୍ତି। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହେଉଛି। ମାସକ ମଧ୍ୟରେ ୩ରୁ ୪ଦିନ ନୟାଗଡ଼ରେ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ବଦଳି ହୋଇଯିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ଲିଖିତ ଭାବେ ଅବଗତ କରାଇଛନ୍ତି। ପୁଣି ଜିଲା ଶ୍ରମ ଅଧିକାରୀଙ୍କ ବଦଳି ହୋଇଥିବାବେଳେ ନୂଆ ଶ୍ରମ ଅଧିକାରୀ କାର୍ଯ୍ୟରେ ଯୋଗଦେଇନାହାନ୍ତି। ଏଣୁ ଶ୍ରମ କାର୍ଯ୍ୟାଳୟ ଧୀରେ ଧୀରେ ଶ୍ରମିକଙ୍କ ପାଇଁ ବୋଝ ହୋଇ ଚାଲିଛି।
ଏ ସମ୍ପର୍କରେ ଶ୍ରମିକ ନେତା ଶୂନ୍ୟଜୟୀ ମିଶ୍ର କହିଛନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାସକୁ ୨ରୁ ୪ ଦିନ ଆସୁଛନ୍ତି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅନୁପସ୍ଥିତିରେ ଶ୍ରମ କାର୍ଯ୍ୟାଳୟ ଅଚଳାବସ୍ଥା ସୃଷ୍ଟି ହେଲାଣି। କର୍ମଚାରୀ କେହି କାହାକୁ ମାନୁନାହାନ୍ତି। ଜିଲା ଶ୍ରମ ଅଧିକାରୀ ବଦଳି ପରେ ନୂଆ ଶ୍ରମ ଅଧିକାରୀ କାର୍ଯ୍ୟରେ ଯୋଗଦେଇନାହାନ୍ତି। ନିର୍ମାଣ ଶ୍ରମିକଙ୍କ ଅନ୍‌ଲାଇନ ଆବେଦନଗୁଡିକୁ ଗ୍ରାମୀଣ ଶ୍ରମ ନିରୀକ୍ଷକ ଆଦୌ ଦେଖୁନାହାନ୍ତି। ଏପରିକି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ନିର୍ମାଣ ଶ୍ରମିକଙ୍କ ମଧ୍ୟ ପଞ୍ଜୀକୃତ କରାଯାଉନାହିଁ। ସରକାରଙ୍କ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ। ଏଣୁ ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କ ସହ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ବଦଳି ହେବା ଦରକାର। ନୂଆ ଜିଲା ଶ୍ରମ ଅଧିକାରୀ ତୁରନ୍ତ କାର୍ଯ୍ୟରେ ଯୋଗିଦେବା ଦରକାର। ଶ୍ରମିମାନଙ୍କର କାମ ତୁରନ୍ତ କରାଯାଇ ସରକାର ଅନୁଦାନ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ।
ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ କହିଛନ୍ତି, ଗ୍ରାମୀଣ ଶ୍ରମ ନିରୀକ୍ଷକ ସରକାରୀ କାର୍ଯ୍ୟ ନ କରି ରାଜନୀତି କରୁଥିବାରୁ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କ ପରିଚୟପତ୍ର ହୋଇପାରୁନାହିଁ। ଜିଲା ସଦର ମହକୁମା ନୟାଗଡ଼ ବ୍ଲକ, ଓଡ଼ଗଁା ଓ ରଣପୁର ପରି ବ୍ଲକ ଉପେକ୍ଷିତ ହୋଇରହିଛି। ଏଣୁ ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କୁ ତୁରନ୍ତ ବଦଳି କରାଯାଉ। ସରକାରୀ ଅନୁଦାନ କିପରି ଶ୍ରମିକମାନେ ପାଇବେ ସେ ନେଇ ବ୍ୟବସ୍ଥା କରାଯାଉ ବୋଲିି କହିଛନ୍ତି। ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଥିବା ଅଭିଯୋଗ ଉଠିଲାଣି। ଯେଉଁମାନେ ସରକାରୀ କାମ କରୁନାହାନ୍ତି ସେମାନେ କାର୍ଯ୍ୟାଳୟରେ ରହିବାର ଆବଶ୍ୟକତା ନାହିଁ। ଏଣୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କିଛି ନ କହି ଏ ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ଗଣିଆର ରାମଚନ୍ଦ୍ର ନାୟକ, ରଣପୁରର ସଦାଶିବ ପ୍ରଧାନ, ଓଡ଼ଗଁାର ସୁକାନ୍ତ ସ୍ବାଇଁ କହିଛନ୍ତି, ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ବାଧକ ସାଜୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନୟାଗଡ଼ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଶ୍ରମିକଙ୍କ ବିକାଶକୁ ଅଣଦେଖା କରି ବ୍ୟକ୍ତିଗତ ବିବାଦରେ ଲିପ୍ତଥିବାରୁ ଶ୍ରମିକମାନେ ହନ୍ତସନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri