ବାଲି, ମାଟିରେ ପୋତି ହୋଇଯାଉଛି କୋଲାବ ଜଳଭଣ୍ଡାର

କୋରାପୁଟ,୮।୫(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ବର୍ଷ ହେବ ବୃଷ୍ଟିପାତରେ ଅନିୟମିତତା ଯୋଗୁ ଜିଲାର ମୁଖ୍ୟ ଜଳଭଣ୍ଡାର କୋଲାବରେ ଜଳସ୍ତର ହ୍ରାସ ପାଉଛି ା ବାଲି, ମାଟିରେ ପୋତି ହୋଇଯାଉଛି। କୋଲାବ ଜଳଭଣ୍ଡାର ଫଳରେ ଜିଲା ପାଇଁ ପାନୀୟ ଜଳ ସମସ୍ୟା ଦେଖାଯାଉଛି। ସମୟ ଥିଲା କୋରାପୁଟ ଜିଲାରେ ବର୍ଷକୁ ୬ ମାସ ବର୍ଷା ହେଉଥିଲା ା ମାତ୍ର ଗତ କିଛି ବର୍ଷ ଧରି ଏହାର ପରିମାଣ ଅପେକ୍ଷାକୃତ ଭାବେ ହ୍ରାସ ପାଉଛି ା ଏଥିଯୋଗୁ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି ା ଏପରି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ କୋରାପୁଟ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ସମସ୍ୟା ରୂପେ ଦେଖା ଦେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦୀର୍ଘ ୧୨୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ କୋଲାବ ଜଳଭଣ୍ଡାରରୁ ଜିଲାର ନାଲ୍‌କୋ ଓ ହାଲ ଭଳି ଶିଳ୍ପ ଅନୁଷ୍ଠାନ ପାଣି ନେଉଛନ୍ତି। ଜନସାଧାରଣଙ୍କୁ ମଧ୍ୟ ଏଥିରୁ ଜଳ ଯୋଗାଣ ହେଉଛି। ଫଳରେ କୋଲାବ ଜଳଭଣ୍ଡାର ଦିନକୁ ଦିନ ବାଲି ଓ ମାଟିରେ ପୋତି ହୋଇଯାଉଛି। କୋଲାବ ସମେତ ଏହି ଅଞ୍ଚଳରେ ଥିବା ଇନ୍ଦ୍ରାବତୀ, ବାଲିମେଳା ଓ ଜଲାପୁଟ ଜଳଭଣ୍ଡାର ପ୍ରତି ଆବଶ୍ୟକ ରକ୍ଷଣବେକ୍ଷଣ କରାଯାଉ ନ ଥିବାରୁ ଜଳଭଣ୍ଡାରଗୁଡିକରେ ପାହାଡରୁ ଧୋଇ ହୋଇ ଆସୁଥିବା ମାଟି ଅଧିକରୁ ଅଧିକ ମାତ୍ରାରେ ଭର୍ତ୍ତି ହେଉଛି ା ଫଳତଃ ଜଳଭଣ୍ଡାରଗୁଡିକର ଜଳଧାରଣ କ୍ଷମତା ଆଶାତୀତ ଭାବେ ହ୍ରାସ ପାଉଛି। ସୁନାବେଡାସ୍ଥିତ ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାର ଗବେଷକ ଜ୍ୟୋତିର୍ମୟୀ ଲେଙ୍କା ଏ ସମ୍ପର୍କରେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ କୋଲାବ ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ମୃର୍ତ୍ତିିକା ସଂରକ୍ଷଣ ସହିତ ବର୍ଷାକୁ ପ୍ରଭାବିତ କରିବା ଭଳି ଆବଶ୍ୟକ ବୃକ୍ଷରୋପଣ କରିବା ଦରକାର। କୋଲାବ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଶତ୍ରୁଘ୍ନ ମହାରଣା କୋଲାବ ଜଳଭଣ୍ଡାରରେ ମାଟି ଓ ବାଲି କମିଥିବା ସ୍ବୀକାର କରୁଥିଲେ ହେଁ ପରିସ୍ଥିତି ବିପଦ୍ଜନକ ନ ଥିବା ପ୍ରକାଶ କରିଛନ୍ତି। ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ,ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ କୋଲାବ ଜଳଭଣ୍ଡାରରୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri