ଏମିତି ରୋଷେଇ ଘର ପକାଇଥାଏ ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ: ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା

ରୋଷେଇ ଘରର ମୁଖ୍ୟ ଭୂମିକା ରହିଛି, ରୋଷେଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଆପଣଙ୍କୁ ସୁସ୍ଥ, ଚାପମୁକ୍ତ ରଖେ, କିନ୍ତୁ ଯଦି ଏହି ରୋଷେଇ ଘରଟି ଭୁଲ ଦିଗରେ ଥାଏ, ତେବେ ଏହା ସର୍ବପ୍ରଥମେ ଘରର ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ତେବେ ଜାଣନ୍ତୁ ବାସ୍ତୁ ଅନୁଯାୟୀ ଘରେ ରୋଷେଇ ଘର କେଉଁଠାରେ ରହିବା ଉଚିତ୍‌।

-ଘରର ଦକ୍ଷିଣ-ପୂର୍ବ ଦିଗ (ଅଗ୍ନି-କୋଣ) ରୋଷେଇ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।
ଯେଉଁ ଘରେ ରୋଷେଇ ଘର ଦକ୍ଷିଣ-ପୂର୍ବରେ ନାହିଁ ବାସ୍ତୁ ଦୋଷ ଦୂର କରିବା ପାଇଁ, ରୋଷେଇ ଘରର ଉତ୍ତର-ପୂର୍ବରେ ସିନ୍ଧୁରୀ ଗଣେଶଙ୍କ ଫଟୋ ରଖାଯିବା ଉଚିତ।
ଏହା ବ୍ୟତୀତ ଅନ୍ନପୂର୍ଣ୍ଣା କିମ୍ବା ଶସ୍ୟ ଭର୍ତ୍ତି ଗଣେଶଙ୍କୁ ଘରେ ଲଗାଇବା ମଧ୍ୟ ଶୁଭ ଅଟେ,

-ପୂର୍ବ ଏବଂ ଦକ୍ଷିଣରେ ଚୁଲି ରହିବା ଉଚିତ୍‌।

– ଧୋଇବା ବାସନ ଉତ୍ତରରେ ରହିବା ଉଚିତ୍‌। ଖାଦ୍ୟ ପ୍ରସ୍ତୁତ କରିବାବେଳେ ଚେହେରା ପୂର୍ବ ଆଡକୁ ରହିବା ଆବଶ୍ୟକ, ଏହା ଉତ୍ତର ଏବଂ ଦକ୍ଷିଣରେ ରହିବା ଠିକ୍‌ ନୁହେଁ।
ରୋଷେଇ ଘରେ ପାନୀୟ ଜଳ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍‌।

-ରୋଷେଇ ଘରେ କାନ୍ଥରେ ହଳଦିଆ, କମଳା ରଙ୍ଗ କରିବା ଉଚିତ୍‌। ରୋଷେଇ ଘର ନିକଟରେ ବାଥ୍‌ରୁମ କରନ୍ତୁ ନାହିଁ।