Categories: ଫୁରସତ

ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସିଂହକୁ ଦେଖିବାକୁ ମିଳୁଛି। ସିଂହଟି ଏକ ଜଳାଶୟରୁ ପାଣି ପିଉଥିବା ବେଳେ ଏକ କଇଁଛ ଆସି ପହଞ୍ଚୁଛି। ସେ ସିଂହର ମୁହଁ ପାଖକୁ ଯାଇ ତାହାର ନିଶକୁ ଟାଣି ଦେଉଛି । ପରେ ସଂହଟି ସେଠାରୁ ପଳାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share