ଏହି ଲୋକପ୍ରିୟ ଅଭିନେତାଙ୍କୁ ଗୁଳିକରି ହତ୍ୟା: ପ୍ରେମିକାଙ୍କ ଘର ସମ୍ମୁଖରୁ ମିଳିଲା ମୃତଦେହ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଏଡି ହୈଜଲଙ୍କର ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଏହି ଅଭିନେତାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଟେକ୍ସାସର ଗ୍ରାଣ୍ଡ ପ୍ରିରିରେ ଗର୍ଲଫ୍ରେଣ୍ଡଙ୍କ ଆପାର୍ଟମେଣ୍ଟ ସମ୍ମୁଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଘଟିବା ପରେ ତୁରନ୍ତ ଏଡିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଏଡିଙ୍କ ପୋଟକୁ ଗୁଳିକରି ହତ୍ୟା କରାଯାଇଛି। ହେଲେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ।
ଏଡିଙ୍କୁ ଏନ୍‌ବିସି ସାଇନ୍ସ ଫିକ୍ସନ ସିରିଜ୍‌ ସର୍ଫେସରେ ଫିଲ ନାନ୍ସ ଭୂମିକାରେ ଦେଖିବାକୁ ମିଳିଥିଲା। ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନି କିଡ୍‌ସ ଆର୍‌ ଆଲ୍‌ରାଇଟ୍‌’ରେ ଏଡି ଅଭିନୟ କରିଥିଲେ।

Share