ଏମିତି ବଢ଼ିଥାଏ କିଡ୍‌ନୀ ସମସ୍ୟା

ଆମ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହେବା ଦରକାର। ନ ହେଲେ ଆମେ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଏହାଦ୍ୱାରା କେବଳ ହାର୍ଟ ନୁହେଁ, କିଡ୍‌ନୀର କାର୍ଯ୍ୟଧାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ‘ଅସନ୍ତୁଳିତ ରକ୍ତ ସଞ୍ଚାଳନ ଓ କିଡ୍‌ନୀ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଯଦି ଆମ ଶରୀରରେ ରକ୍ତ ପ୍ରବାହ ଠିକ୍‌ ଭାବରେ ହେଉନାହିଁ, ତେବେ ତାହାର କେଉଁ ପ୍ରକାର ପ୍ରଭାବ କିଡ୍‌ନୀ ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକଙ୍କଠାରେ ଏଥିଯୋଗୁଁ କିଡ୍‌ନୀଜନିତ ସମସ୍ୟାର ଲକ୍ଷଣ ସେମାନେ ଦେଖିବାକୁ ପାଇଥିଲେ।