Categories: ଖେଳ

ଏହି କ୍ରିକେଟର୍‌ଙ୍କ ସଫଳତାର ରାଜ୍‌ ହେଉଛି ଜୋତା, ବୋତଲ: ଜାଣନ୍ତୁ କେମିତି

ୟୁଏଇ,୧।୧୦: ଆଇପିଏଲ ୨୦୨୧ରେ ନିଜର ସଠିକ ୟର୍କର୍ସ ବୋଲିଂ ସହିତ ଲାଇମ ଲାଇଟକୁ ଆସିଛନ୍ତି ଫାଷ୍ଟ ବୋଲର ଆଭେଶ ଖାନ। ଏହି ସଫଳତାଙ୍କୁ ସେ ବେଶ୍‌ ସଂଘର୍ଷ କରିଛନ୍ତି। କ୍ୟାରିଅର୍‌କୁ ଭଲ କରିବା ପାଇଁ ଏକ ବୋତଲ କିମ୍ବା ଜୋତା ରଖି ଘଣ୍ଟା ଘଣ୍ଟା ଅଭ୍ୟାସ କରୁଥିଲେ। ଚଳିତ ଆଇପିଏଲର ସିଜିନରେ କ୍ୟାପିଟାଲ୍ସ ପାଇଁ ୧୧ଟି ମ୍ୟାଚରେ ୧୮ଟି ଉଇକେଟ ନେଇଛନ୍ତି ଆଭେଶ। ସଠିକ ୟର୍କର୍ସ ବୋଲିଂ କଳାକୁ ଏହି ଯୁବ ଦ୍ରୁତ ବୋଲରଙ୍କଠାରୁ ଶିଖିବାକୁ ପଡ଼ିବ। ସେ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଅଭ୍ୟାସ କରିବା ସମୟରେ ନିଶ୍ଚିତ ଭାବରେ ୧୦-୧୨ ୟକର୍ର୍‌ ବୋଲିଂ କରେ। ମୁଁ ଏକ ବୋତଲ କିମ୍ବା ଜୋତା ରଖିଥାଏ ଏବଂ ଯଦି ବଲ ଏହାକୁ ଧକ୍କା ଦିଏ, ତେବେ ମୋର ଆତ୍ମବିଶ୍ୱାସ ବଢିଯାଏ ଯାଏ।
କ୍ରିକେଟ୍‌ ଖେଳିବା ମୋର ନିଶା। ଏତେ ଉଚ୍ଚ ସ୍ତରରେ କ୍ରିକେଟ ଖେଳିବି ବୋଲି କେବେ ଭାବି ନ ଥିଲି। ସବୁବେଳେ ଇନ୍ଦୋରରେ ଟେନିସ ବଲ ସହିତ କ୍ରିକେଟ ଖେଳୁଥିଲି। ଯଦିଓ ମୁଁ ଚାରି ରୁ ପାଞ୍ଚ ବର୍ଷ ଧରି ଆଇପିଏଲ ଖେଳୁଥିଲି କିନ୍ତୁ ଚଳିତ ବର୍ଷ ପ୍ରଦର୍ଶନ ବିଶେଷ ଥିଲା ବୋଲି ଆବେଶ କହିଛନ୍ତି।

Share