୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କରିଦିଆଗଲା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ; ଟିଜର୍‌କୁ ନେଇ ଉଠିଲା ପ୍ରଶ୍ନ

ବମ୍ବେ: ଟିଜର ରିଲିଜ ପରଠାରୁ ଚର୍ଚ୍ଚାରେ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’। ନିର୍ମାତା ଏହାକୁ ସତ୍ୟ ଘଟଣାବଳୀ ଉପରେ ଆଧାରିତ ବୋଲି କହୁଥିବା ବେଳେ ସାରା ବିଶ୍ୱରେ କାହାଣୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି କେହି ରାଜ୍ୟକୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଉଥିବା କହୁଛନ୍ତି।

ଟିଜର ଆରମ୍ଭରୁ ମୁଖ୍ୟ ଅଭିନେତ୍ରୀ ତାଙ୍କର ଧର୍ମାନ୍ତକରଣ ହୋଇଥିବା କହୁଛନ୍ତି। ତାଙ୍କୁ ହିନ୍ଦୁରୁ ମୁସଲମାନ ଧର୍ମକୁ ଅଣାଯାଇଥିଲା। ପରେ ତାଙ୍କ ନା ଶାଳିନୀ ଉନ୍ନିକୃଷ୍ଣନଙ୍କଠାରୁ ଫାତିମା ବା ହୋଇଥିଲା। ସେ ନର୍ସ ହେବାକୁ ଚାହୁଁଥିଲେ। ହେଲେ ତାଙ୍କୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ କରିଦିଆଗଲା। ତାଙ୍କ ସହ ଏହି କାହାଣୀ ୩୨ ହଜାର ମହିଳାଙ୍କର ମଧ୍ୟ, ଯେଉଁମାନେ କି ରାଜ୍ୟରୁ ଗାଏବ ହୋଇଯାଇଛନ୍ତି। ସେମାନେ ଆଫଗାନିସ୍ତାନ ନଚେତ ସିରିୟା ଏବଂ ୟେମନରେ ଜୀବନ ହରାଇଛନ୍ତି ବୋଲି ସେ କହିଛନ୍ତି।

ଏହି ଟିଜର ବେଶ ଭାଇରାଲ ହେଉଥିବା ବେଳେ ମହିଳାଙ୍କ ସଂଖ୍ୟାକୁ ବଢ଼ାଇ କୁହାଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି। ଏପରିକି ଧର୍ମାନ୍ତକରଣ ଲାଗି ବଡ଼ ଆଇନ ଆସିବା ଦରକାର ହେଲେ ଏଭଳି ମିଛ କଥା ଉଠାଇ ନୁହେଁ ବୋଲି ଆଉ କିଛି କହୁଛନ୍ତି। ତେବେ ଫିଲ୍ମକୁ ବିପୁଲ ଅମୃତଲାଲ ପ୍ରଯୋଜନା ଦେଇଛନ୍ତି। ସୁଦିପ୍ତୋ ସେନ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Share