Categories: ଜାତୀୟ

‘ଦି କେରଲା ଷ୍ଟୋରି’: କାହାଣୀକୁ ସତ ପ୍ରମାଣିତ କଲେ ୧କୋଟି ଟଙ୍କା ଦିଆଯିବ: ମୁସଲିମ୍‌ ୟୁଥ୍‌ ଲିଗ୍‌

ଥିରୁଭାନନ୍ତପୁରମ୍‌,୨।୫: ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ୍‌ ହେବା ପୂର୍ବରୁ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହି ଫିଲ୍ମକୁ ନେଇ ମୁସଲିମ୍‌ ୟୁଥ୍‌ ଲିଗ୍‌ ତୀବ୍ର ବିରୋଧ କରିଛି। ତେବେ ଏ ନେଇ କେରଳ ରାଜ୍ୟ କମିଟିିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। କମିଟି କହିଛି, ଫିଲ୍ମରେ ଲଗାଯାଇଥିବା ଅଭିଯୋଗକୁ ଯେଉଁ ବ୍ୟକ୍ତି ସତ ପ୍ରମାଣିତ କରିବେ ତାଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛି।
ସୁଚନାଥାଉ କି, ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ୩୨,୦୦୦ମହିଳା ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସରେ ଯୋଗଦେଇଥିବାର କାହାଣୀରେ ରହିଛି।
ଫିଲ୍ମ ‘ଦି କେରଲା ଷ୍ଟୋରି’ ଆସନ୍ତା ୫ ତାରିଖରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ମୁସଲିମ୍‌ ଲିଗ୍‌ କହିଛି ଯେ, ଫିଲ୍ମଟି ଯଦି ସତ ଘଟଣା ଉପରେ ଆଧାରିତ ତେବେ ଏହାକୁ ପ୍ରମାଣ କରନ୍ତୁ। ପ୍ରମାଣ ପତ୍ର ଦାଖଲ କରିବା ପାଇଁ ମେ ୪ତାରିଖରୁ ସବୁ ଜିଲାରେ ସଂଗ୍ରହ କେନ୍ଦ୍ର ଖୋଲାଯିବ। ସଂଗ୍ରହ କେନ୍ଦ୍ରକୁ ଯାଇ ପ୍ରମାଣ ଦାଖଲ କରିପାରିବେ।

Share