Categories: ଜାତୀୟ

‘ଦ କେରଲା ଷ୍ଟୋରି’ ବ୍ୟାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି

ନୂଆଦିଲ୍ଲୀ,୧୮।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ବିରୋଧରେ ଫିଲ୍ମ ନିର୍ମାତାଙ୍କ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ଆବେଦନରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫିଲ୍ମ ଉପରେ ହୋଇଥିବା ରୋକ୍‌କୁ ହଟାଇବାକୁ ଦାବି କରାଯାଇଛି। ବରିଷ୍ଠ ଓକିଲ ହରିଶ ସାଲଓ୍ବେ ନିର୍ମାତାଙ୍କ ପକ୍ଷ ରଖି କୋର୍ଟଙ୍କୁ କହିଛନ୍ତି, ପଶ୍ଚିମବଙ୍ଗ ସରକାର ୧୨-୧୩ ଜଣଙ୍କଠାରୁ ବିବୃତ୍ତି ନେଇ ଫିଲ୍ମକୁ ବ୍ୟାନ କରିଛନ୍ତି। ଯେତେବେଳେ ସାରା ଦେଶରେ ଫିଲ୍ମ ଭଲରେ ଚାଲିଛି।

ସାଲଓ୍ବେ କହିଛନ୍ତି, ପଶ୍ଚିମବଙ୍ଗ ସରକାର କହୁଛନ୍ତି,ମହାରାଷ୍ଟ୍ରରେ ହିଂସା ଘଟଣା ଘଟିଛି। ଏହା ଅଜବ ଅଟେ। ସେଠାରେ କିଛି ହିଂସା ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏହା ବିଷୟରେ କାହିଁକି କହୁଛନ୍ତି? ସେ କହିଛନ୍ତି ଯେ, ଯେତେବେଳେ ସେନ୍ସର ବୋର୍ଡର ସାର୍ଟିଫିକେଟ ଗ୍ରହଣ କରାଯାଇଛି, ସେତେବେଳେ ରାଜ୍ୟ ଏହାକୁ ବାରଣ କରିପାରିବେ ନାହିଁ। ଏଥି ସହ ଏହି ଫିଲ୍ମକୁ ବିରୋଧ କରୁଥିବା ଓକିଲ କପିଲ ସିବଲ ଏବଂ କାଲିଶ୍ୱର କହିଛନ୍ତି , କୋର୍ଟ ନିଜେ ଏହି ଫିଲ୍ମ ଦେଖିବା ଉଚିତ୍‌।

Share