୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଆଉ ମାତ୍ର କିଛି ପାଦ ପଛରେ ରହିଛି। ଚଳିତ ବର୍ଷର କେତୋଟି ହାତଗଣତି ହିଟ ଫିଲ୍ମ ତାଲିକାରେ ସାମିଲ ହୋଇଛି ‘ଦ କେରଲା ଷ୍ଟୋରି’। ଫିଲ୍ମଟି ୧୫ ଦିନ ହେବ ରିଲିଜ ହେଲାଣି, ଏବେବି ଏହାପଛରେ ବିବାଦ ଲାଗି ରହିଛି ଏହାପରେ ବି ମୁଭିଟିକୁ ଦେଖିବାକୁ ଥିଏଟରରେ ଦର୍ଶକଙ୍କ ଭିଡ କମିନାହିଁ। ମାତ୍ର କିଛି ଦିନ ମଧ୍ୟରେ ମୁଭିଟି ୧୫୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଏବେ ଏହା ୨୦୦ କୋଟି ମୁହାଁ ହୋଇଛି।
ଏବେ ଆଲୋଚନା ହେଉଛି କି ଅଦା ଶର୍ମାଙ୍କ ଅଭିନୀତ ଏହି ମୁଭି ୩୦୦ କୋଟି କ୍ଲବରେ ସାମିଲ ହୋଇପାରେ। କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ପିଏସ-୨କୁ ବି କଡା ଟକ୍କର ଦେଉଛି ଏହି ମୁଭି। ‘ଦ କେରଲା ଷ୍ଟୋରି’ ପ୍ରାୟ ୧୦ ଦିନ ମଧ୍ୟରେ ୧୫୦ କୋଟି ସଂଖ୍ୟା ପାର କରି ଯାଇଛି।

Share