ଏନ୍‌ଜିଟିରେ ହାଜର ହେଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୩୦ା୪(ସ୍ବ.ପ୍ର.): ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) କୋଲକାତା ବେଞ୍ଚରେ ଶୁକ୍ରବାର କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ଏବଂ ଘଷିପୁରା ତହସିଲଦାର ବାବୁଲି ପେରେଇ ହାଜର ହୋଇ ସେମାନଙ୍କ ପକ୍ଷ ରଖିଛନ୍ତି। ପକ୍ଷ ରଖିବା ସମୟରେ ଧାର୍ଯ୍ୟ ହୋଇଥିବା ୭.୩୦ କୋଟି ଟଙ୍କା ମଧ୍ୟରୁ ୬.୯୪ କୋଟି ଜାତୀୟ ରାଜପଥ ପ୍ରାଧିକରଣଙ୍କଠାରୁ ଆଦାୟ କରିବାକୁ ଧାର୍ଯ୍ୟ କରିଥିବା କହିଛନ୍ତି। ଯେହେତୁ ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ଉକ୍ତ ସ୍ଥାନରୁ ବେଆଇନ ଖନନ କରି ବ୍ୟବହାର କରିଛନ୍ତି, ଏଣୁ ତାଙ୍କଠାରୁ ଆଦାୟ କରାଯିବ ବୋଲି ଜିଲାପାଳ ପକ୍ଷ ରଖି ଜଣାଇଛନ୍ତି। ଅବଶିଷ୍ଟ ଅର୍ଥ ସ୍ଥାନୀୟ ଲୋକଙ୍କଠାରୁ ଆଦାୟ ହେବ ବୋଲି ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି କହିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲା ଘଷିପୁରା ତହସିଲ ଅଧୀନ ମଦନପୁର ମୌଜାର କାଜୁ ଲାଗିଥିବା ୪୦ ଏକର ପରିମିତ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ମାଙ୍କଡା ପଥର ଓ ମୋରମ ଖଣିକୁ ନେଇ ଫେବୃୟାରୀ ୨୦୧୯ରେ ସ୍ଥାନୀୟ ଅଧିବାସୀ ସୁଧାଂଶୁ ଶେଖର କୁଅଁର ଓ ସମ୍ବିତ କୁମାର କୁଅଁର ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏନ୍‌ଜିଟି ତଦନ୍ତ ନିମନ୍ତେ ଏକ ଯୁଗ୍ମ କମିଟି ଗଠନ କରିଥିଲେ। ତଦନ୍ତ କମିଟି ରିପୋର୍ଟ ଆଧାରରେ ୭କୋଟି ୩୦ ଲକ୍ଷ ଟଙ୍କା ପରିବେଶ କ୍ଷତି ଭରଣା କରିବାକୁ ଧାର୍ଯ୍ୟ ହୋଇଥିଲା। ଏହି ବେଆଇନ ଚୋରା ଚାଲାଣରେ ଜଡିତ ଥିବା ମାଫିଆମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ପରିବେଶଜନିତ କ୍ଷତି ଭରଣା ନିମନ୍ତେ ମାଫିଆଙ୍କଠାରୁ ଜରିମାନା ଆଦାୟ କରି ଏହାର ଭରଣା କରିବାକୁ କହିଥିଲେ। ଏଥିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଟଙ୍କାଟିଏ ମଧ୍ୟ ମାଫିଆଙ୍କଠାରୁ ଆଦାୟ କରାଯାଇନାହିଁ କିମ୍ବା କୌଣସି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇନାହିଁ। ଉକ୍ତ ସ୍ଥାନରେ ଦୀର୍ଘ ୨୦ବର୍ଷ ହେଲା ବେଆଇନ ଭାବେ ଖଣି କାରବାର ହୋଇଆସୁଥିଲା। ମାଫିଆଙ୍କ ସହିତ ସ୍ଥାନୀୟ ପ୍ରଶାସନର ସଲାସୁତରାରେ ଏହି ବେଆଇନ ଖନନ ଚାଲିଥିବା ସ୍ପଷ୍ଟ କରାଯାଇଛି। ଏନ୍‌ଜିଟି କୋର୍ଟରେ ଗତ ଫେବୃୟାରୀ ୧୪ରେ ଶୁଣାଣିବେଳେ ଜିଲା ପ୍ରଶାସନର ଏଭଳି ବେପରୁଆ ଏବଂ ଖାମଖିଆଲି ମନୋଭାବ ନୀତିକୁ ନିନ୍ଦା କରାଯାଇଛି। ଘଷିପୁରା ତହସିଲଦାରଙ୍କ ଶିଥିଳତାକୁ ନେଇ ଏନଜିଟି ବିରକ୍ତି ପ୍ରକାଶ କରିବା ସହ, ତାଙ୍କ ବାର୍ଷିକ ଗୁପ୍ତ ପଞ୍ଜିକାରେ (ଅପାରଗ) ରେକର୍ଡ କରିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ମାର୍ଚ୍ଚ ୧୫ରେ ହୋଇଥିବା ଶୁଣାଣିରେ ବିଚାରପତି ଜଷ୍ଟିସ ଅମିତ ଷ୍ଟାଲେକାର ଓ ପରିବେଶ ବିଶେଷଜ୍ଞ ଶୈଳ ଦାସଗୁପ୍ତା କହିଛନ୍ତି ଯେ, ଆସନ୍ତା ଏପ୍ରିଲ ୨୯ ତାରିଖରେ ଶୁଣାଣି ତାରିଖ ଧାର୍ଯ୍ୟ କରି ବ୍ୟକ୍ତିଗତ ଭାବେ କେନ୍ଦୁଝର ଜିଲାପାଳ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜିଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ନିଜର ପକ୍ଷ ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri