ଗୋଲଡେନ ଫିଲ୍ମ ଆୱାର୍ଡ ଜିତିଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ଫଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନାଁରେ ଆଉ ଏକ ସଫଳତା ଯୋଡି ହୋଇ ଯାଇଛି । ଫିଲ୍ମକୁ ନିକଟରେ ଆୟୋଜିତ ହୋଇଥିବା ଭାରତୀୟ ଟେଲିଭିଜନ ପୁରସ୍କାର(ଆଇଟିଏ-୨୦୨୨)ରେ ସମ୍ମାନୀତ କରାଯାଇଛି ।
ଚଳିତ ବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବହୁ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମଟି ଅନେକେ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଅନେକେ ଏହାକୁ ପ୍ରୋପାଗେଣ୍ଡା କହି ଆଲୋଚନା ବି କରିଥିଲେ । ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଏହାର ଏକ ଭିନ୍ନ କାହାଣୀକୁ ନେଇ ଭାରତୀୟ ସିନେମାରେ ଏକ ବଡ ପ୍ରଭାବ ସୃଷ୍ଟି କରିଛି । ନିର୍ଦ୍ଦେଶକ ଭାବେ ବିବେକ ଅଗ୍ନିହୋତ୍ରୀଙ୍କୁ ବି ବହୁତ ପ୍ରଶଂସା ମିଳିଛି । ଏବେ ଏହି ଫିଲ୍ମକୁ ଭାରତୀୟ ଟେଲିଭିଜନ ପୁରସ୍କାର(ଆଇଟିଏ)ରେ ଭାରତୀୟ ସିନେମାର ଗୋଲଡେନ ଫିଲ୍ମ ଭାବେ ସମ୍ମାନୀତ କରାଯାଇଛି ।

Share