ବିବାହ କାର୍ଡରେ ‘କଶ୍ମୀର ଫାଇଲ୍ସ’

ନିକଟରେ ରିଲିଜ୍‌ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଥମୁନି। ୯୦ ଦଶକରେ ଜମ୍ମୁକଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ଏହି ଫିଲ୍ମ ରିଲିଜ୍‌ ପରଠାରୁ ଅନେକ ବିବାଦର ସମ୍ମୁଖୀନ ହୋଇଛି, କିନ୍ତୁ ଏହା ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଲୋକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ପରସ୍ପରକୁ ସଚେତନ କରୁଛନ୍ତି।
କିଛି ଦିନ ପୂର୍ବରୁ, ଜଣେ ପଇଡ଼ ବିକ୍ରେତା ଫିଲ୍ମର ଟିକେଟ ଦେଖାଇଲେ ମାଗଣା ପଇଡ଼ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏବେ ଏକ ବିବାହ କାର୍ଡରେ କଶ୍ମୀର ଫାଇଲ୍ସର ଷ୍ଟିକର୍‌ ଲଗାଯାଇ ତିନୋଟି ପଏଣ୍ଟରେ ଏହି ଫିଲ୍ମ ଦେଖିବାର କାରଣ ଦିଆଯାଇଛି। ବିବେକ ଅଗ୍ନିହୋତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି କାର୍ଡର ଫଟୋ ଶେୟାର କରି ଲେଖିଛନ୍ତି ଯେ, କାର୍ଡ ପଛରେ ‘କଶ୍ମୀର ଫାଇଲ୍ସ’ ଷ୍ଟିକର ଅଛି। ଯେଉଁ ବିବାହ କାର୍ଡ ବିବେକ ଶେୟାର କରିଛନ୍ତି, ତାହା ରାହୁଲ ଏବଂ ଶିବାନୀଙ୍କ ବିବାହ କାର୍ଡ। ଫିଲ୍ମର ଷ୍ଟିକର ସହିତ ଏହା ପଛରେ ତିନୋଟି ପଏଣ୍ଟ ଲେଖାଯାଇଛି। ଷ୍ଟିକରରେ ଏହା ଲେଖାଯାଇଛି ଯେ କଶ୍ମୀର ଫାଇଲ୍ସ ଏକ ଚମତ୍କାର କରିଦେଇଛି। ପ୍ରଥମ- ଏହି ଫିଲ୍ମ ଦେଶକୁ ଜାଗ୍ରତ କରିଛି। ଦ୍ୱିତୀୟ- ଏହା ସୀମା ଆତଙ୍କବାଦ ସହିତ ଜଡିତ, ଦେଶ ମଧ୍ୟରେ ହୋଇଥିବା ଷଡଯନ୍ତ୍ରର ଖୁଲାସା କରିଛି। ତୃତୀୟ- ଏହି ଫିଲ୍ମ ସେହି ପୀଡିତମାନଙ୍କୁ ସାମ୍ନାକୁ ଆଣିଛି, ଯେଉଁମାନେ କଶ୍ମୀରୀ ହିନ୍ଦୁମାନଙ୍କ ସହ ଏକାଠି ବସିଥିଲେ।

Share