ସିଙ୍ଗାପୁରରେ ‘ଦ କଶ୍ମୀର ଫାଇଲ୍ସ’ ଉପରେ ଲାଗିଲା ପ୍ରତିବନ୍ଧକ

କଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ କରିଛି। ସାରା ବିଶ୍ୱରେ ୩୩୭ କୋଟି ଟଙ୍କା ଆୟ କରିଥିବା ଏହି ଫିଲ୍ମଟି ରିଲିଜ ହେବା ପରଠାରୁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫିଲ୍ମ ପୁଣି ଥରେ ବିବାଦରେ ଛନ୍ଦି ହୋଇପଡିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘ଦ କଶ୍ମୀର ଫାଇଲ୍ସ’କୁ ସିଙ୍ଗାପୁରରେ ନିଷିଦ୍ଧ କରାଯାଇଛି।
ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଉପରେ ସିଙ୍ଗାପୁର ସରକାର ପ୍ରତିବନ୍ଧକ ଲଗାଯାଇଛନ୍ତି। ସିଙ୍ଗାପୁର କର୍ତ୍ତୃପକ୍ଷ କହିଛନ୍ତି, ଏହି ଫିଲ୍ମ ବିଭିନ୍ନ ସମ୍ପ୍ରଦାୟରେ ପାର୍ଥକ୍ୟକୁ ପ୍ରୋତ୍ସାହନ ଦେଇପାରେ। ଆମ ସମାଜରେ ଧାର୍ମିକ ଏକତା ରହିଛି। ଏହି ଫିଲ୍ମ ଏକତା ଭଙ୍ଗ କରିପାରେ। କେବଳ ଏତିକି ନୁହେଁ, ଏହି ଫିଲ୍ମର କାହାଣୀ ଏକପାଖିଆ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଥିବା କୁହାଯାଇଛି।
ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ରେ ଭାରତରେ ମୁକ୍ତିଲାଭ କରିଥିଲା। ରିଲିଜ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସେଲିବ୍ରିଟି ଫିଲ୍ମକୁ ପ୍ରଶଂସା କରିଥିଲେ। ଏହି ଫିଲ୍ମଟି ଭାଜପା ଶାସିତ ଅଧିକାଂଶ ରାଜ୍ୟରେ ଟିକସମୁକ୍ତ କରାଯାଇଥିଲା।

Share