Categories: ଜାତୀୟ

‘ଇସ୍‌ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’

ବେଙ୍ଗାଲୁରୁ,୧୮।୨: ଇସ୍‌ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଦିଆଯାଇଥିବା ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମହାଧିବକ୍ତା ପ୍ରଭୁଲିଙ୍ଗ ନଭଦଗି ଅଦାଲତରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତି, ଜଷ୍ଟିସ୍‌ ଜେ.ଏମ୍‌. ଖାଜି ଏବଂ ଜଷ୍ଟିସ କ୍ରିଷ୍ଣା ଏମ୍‌. ଦୀକ୍ଷିତଙ୍କୁ ନେଇ ଗଠିତ ହାଇକୋର୍ଟର ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ହିଜାବ ବିବାଦ ମାମଲାର ଶୁଣାଣି କରୁଛନ୍ତି।

କର୍ନାଟକ ସରକାର ଫେବୃୟାରୀ ୫ରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଛାତ୍ରୀମାନଙ୍କ ପାଇଁ ହିଜାବ କିମ୍ବା ଗୈରିକ ଉତ୍ତରୀୟ ବ୍ୟବହାରକୁ ନିଷେଧ କରାଯାଇଥିବାରୁ କେତେଜଣ ମୁସଲମାନ ଛାତ୍ରୀ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଏହା ସମ୍ବିଧାନର ଅନୁଚ୍ଛେଦ ୨୫ର ଉଲ୍ଲଂଘନ ବୋଲି ସେମାନେ ପିଟିଶନରେ ଦର୍ଶାଇଥିଲେ।

Share